ନୂଆଦିଲ୍ଲୀ : ଦିଲ୍ଲୀର ବିବେକ ବିହାରସ୍ଥିତ ନବଜାତ ବେବି କେୟାର ହସ୍ପିଟାଲର ମାଲିକ ନବୀନଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ତିନି ମହଲା ବିଶିଷ୍ଟ ନବଜାତ ଶିଶୁ ଯତ୍ନ କେନ୍ଦ୍ରରେ ଗତକାଲି ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ହସ୍ପିଟାଲ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁଯାୟୀ, ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ବିବେକ ବିହାରର ନବଜାତ ଶିଶୁ ଯତ୍ନ ହସ୍ପିଟାଲରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଅକ୍ସିଜେନ୍ ସିଲିଣ୍ଡରରେ ବିସ୍ଫୋରଣ ସହ ନିଆଁ ଲାଗିବା ପରେ ନିଆଁ ଭୟଙ୍କର ରୂପ ନେଇ ନିକଟସ୍ଥ ଦୋକାନ ଓ କୋଠାଗୁଡ଼ିକୁ ବି ପୋଡ଼ି ଦେଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା ର ସୂଚନା ଅନୁଯାୟୀ, ରାତି ୧୧ଟା ୩୨ମିନିଟରେ ନ୍ୟୁବର୍ଣ୍ଣ ବେବି କେୟାର ହସ୍ପିଟାଲରେ ନିଆଁ ଲାଗିଥିବା ଖବର ମିଳିବା ପରେ ଦମକଳ ବାହିନୀର ୮ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ୫ ଜଣ ଶିଶୁଙ୍କୁ ପୂର୍ବ ଦିଲ୍ଲୀର ଆଡଭାନ୍ସ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Follow Us