ଡାକ୍ତରଖାନାରୁ ନବଜାତ ଶିଶୁ ଅପହରଣ କରି ପାଞ୍ଚ ଦିନ ପରେ ଥାନା ସାମ୍ନାରେ ଛାଡ଼ିଗଲେ ମହିଳା

Advertisment
ପ୍ରସୂତୀଙ୍କ ପାଖକୁ ଗଲେ ନାହିଁ ଡାକ୍ତର! ନବଜାତ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

Image Courtesy of NDTV

ଇନ୍ଦୋର: ନର୍ସ ବୋଲି କହି ଜଣେ ମହିଳା ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଡାକ୍ତରଖାନାରୁ ନବଜାତ ଶିଶୁଟିଏ ଚୋରାଇ ନେବାର ପାଞ୍ଚ ଦିନ ପରେ, ଶୁକ୍ରବାର ସକାଳେ ତାକୁ ଥାନା ଫାଟକ ସାମ୍ନାରେ ରଖି ପଳାଇଥିବା କଥା ପୁଲିସ କହିଛି।
ଇନ୍ଦୋର ଡେପୁଟି ପୁଲିସ ଇନ୍ସ୍‌ପେକ୍ଟର୍‌ ଜେନେରାଲ୍‌ ଚାରି ମିଶ୍ର କହିଛନ୍ତି ଯେ, ମହାରାଜା ଯଶୋବନ୍ତରାଓ ହସ୍ପିଟାଲ୍‌ରେ ଥିବା ମା ସହିତ ଶିଶୁଟିର ପୁନର୍ମିଳନ ହୋଇଛି। ଶିଶୁଟିକୁ ସଂଯୋଗିତାଗଞ୍ଜ ଥାନା ବାହାରେ କେହି ଛାଡ଼ି ଚାଲିଯାଇଥିଲା।
ସାମ୍ବାଦିକମାନଙ୍କୁ ମିଶ୍ର କହିଛନ୍ତି, ଏହି ମାମଲାକୁ ଆମେ ଚାଲେଞ୍ଜ୍‌ ଭାବେ ଗ୍ରହଣ କରିଥିଲୁ। ଡାକ୍ତରଖାନାର ସିସିଟିଭି ଫୁଟେଜ୍‌ ଆଧାରରେ ଆମେ ଅଭିଯୁକ୍ତ ମହିଳାଙ୍କର ଅନୁସନ୍ଧାନ କରୁଥିଲୁ। ଜଣେ ମହିଳା ଦୁଇଚକିଆ ଯାନରେ ଖସି ପଳାଉଥିବା ଦୃଶ୍ୟ ଫୁଟେଜ୍‌ରେ ଦେଖାଯାଉଛି। ଆମେ ଖୋଜାଖୋଜି କରି ସେହି ପ୍ରକାରର ପ୍ରାୟ ୪୫୦ଟି ଦ୍ୱିଚକିଆ ଯାନ ଚିହ୍ନଟ କଲୁ। କିନ୍ତୁ, ସେ ମହିଳାଙ୍କୁ ପାଇଲୁ ନାହିଁ। ସେ ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ମଧ୍ୟ ଆମେ ଘୋଷଣା କରିଥିଲୁ।

publive-image Image Courtesy of One India

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଲିସ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଭୟରେ ଅଭିଯୁକ୍ତ ମହିଳା ଶିଶୁଟିକୁ ସଂଯୋଗିତାଗଞ୍ଜ ଥାନା ଫାଟକ ପାଖରେ ଛାଡ଼ି ଚାଲିଯାଇଛନ୍ତି। ଶିଶୁଟି ସୁସ୍ଥ ଅଛି ଏବଂ ତା’ର ମା ଭର୍ତ୍ତି ହୋଇଥିବା ମହାରାଜା ଯଶୋବନ୍ତରାଓ ହସ୍ପିଟାଲ୍‌ରେ ଚିକିତ୍ସକମାନଙ୍କ ତତ୍ତ୍ୱାବଧାନରେ ରହିଛି। ମାଆ ଓ ପିଲାଙ୍କର ପୁନର୍ମିଳନ ହୋଇଛି।
ଅଭିଯୁକ୍ତ ମହିଳାଙ୍କୁ ତଥାପି ଖୋଜା ଚାଲିଛି ବୋଲି ସେ କହିଛନ୍ତି। ନଭେମ୍ବର ୧୫ ତାରିଖ ଦିନ ଶିଶୁଟି ଡାକ୍ତରଖାନାରୁ ଅପହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe