ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ନିକଟରେ ନିଜର ଘର, ଗାଡ଼ି କିମ୍ବା କୌଣସି ଅଳଙ୍କାର ନାହିଁ

ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ନିକଟରେ ନିଜର ଘର, ଗାଡ଼ି କିମ୍ବା କୌଣସି ଅଳଙ୍କାର ନାହିଁ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅବସର ପରେ ଅକ୍ଟୋବର ୧ ତାରିଖରେ ରଞ୍ଜନ ଗୋଗଇ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭାରତର ମୁଖ୍ୟ ବିଚାରପତି(ସିଜେଆଇ)ଙ୍କ ପାଖରେ କୌଣସି ଅଳଙ୍କାର ନାହିଁ। ତାଙ୍କ ପତ୍ନୀଙ୍କ ପାଖରେ ବି କେବଳ ସେହି ଅଳଙ୍କାର ରହିଛି ଯାହା ବିବାହ ସମୟରେ ତାଙ୍କ ବାପଘର ଓ ବନ୍ଧୁବାନ୍ଧବ ଉପହାର ଦେଇଥିଲେ। କେବଳ ସେତିକି ନୁହେଁ, ତାଙ୍କର ନିଜର କୌଣସି ଘର ଓ ଗାଡ଼ି ମଧ୍ୟ ନାହିଁ।

ଜାଣିବାକୁ ମିଳିଛି ଯେ ପୂର୍ବ ବିଚାରପତି ଦୀପକ ମିଶ୍ର ନିଜ ଆଙ୍ଗୁଠିରେ ୨ଟି ସୁନା ମୁଦି ପିନ୍ଧୁଥିଲେ। ବେକରେ ଏକ ସୁନା ଚେନ ବି ପକାଉଥିଲେ। ତାଙ୍କର ନିଜର ଏକ ପ୍ଲାଟ୍‌ ମଧ୍ୟ ଥିଲା। ଏହା ବ୍ୟତୀତ ଦୀପକ ମିଶ୍ରଙ୍କର କଟକରେ ମଧ୍ୟ ଗୋଟିଏ ଘର ରହିଥିବା ସୂଚନା ରହିଛି।

ଗୋଗେଇ ୧୩ ମାସ ପାଇଁ ସୁପ୍ରିମ୍‌କୋର୍ଟରେ ମୁଖ୍ୟ ବିଚାରପତି ରହିବେ। ୨୦୧୯ ମସିହା ନଭେମ୍ବର ୧୭ ତାରିଖରେ ଅବସର ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe