ଶପଥ ନେଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ

Advertisment
ରାଜ୍ୟସଭା ରେସ୍: ଅବିଭକ୍ତ କୋରାପୁଟକୁ ଅଣଦେଖା, ଅଧୁରା ରହିଯିବ କି ଯୁବ ଓ ବରିଷ୍ଠ ନେତାଙ୍କ ଆଶା?

image source--zee news

ନୂଆଦିଲ୍ଲୀ : ନବନିର୍ବାଚିତ ରାଜ୍ୟସଭା ସାଂସଦମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ୬୧ ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ଆଜି ୪୫ ଜଣ ଶପଥ ନେଇଛନ୍ତି। ଆଜି ଉପସ୍ଥିତ ନଥିବା ସାଂସଦମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଶପଥ ନେବେ। ତେବେ ପ୍ରଥମ ଥର ପାଇଁ ସଂସଦ ଅଧିବେଶନ ନଥାଇ ଶପଥ ଗ୍ରହଣ ଉତ୍ସବ ରାଜ୍ୟସଭା ହଲ୍‌ ମଧ୍ୟ‌ରେ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ପାଠ କରାଇବାପରେ ନାଇଡ଼ୁ ଆଜି ସାଂସଦମାନଙ୍କୁ କିଛି ପରାମର୍ଶ ଦେଇଥିଲେ। ସୀମିତ ଫାଇଦା ହାସଲ ପାଇଁ ସାଂସଦମାନେ ଗୃହ କାର୍ଯ୍ୟରେ ବାଧା ସୁଷ୍ଟି ନକରିବା ଉଚିତ ଏବଂ ସେମାନେ ସୁଚାରୁରୂପେ ନିଜ ଦାୟିତ୍ବ ସମ୍ପାଦନ କରିବାକୁ ହେବ ବୋଲି ନାଇଡ଼ୁ କହିଥିଲେ। ଆଜି ଶପଥ ନେଇଥିବା ସାଂସଦଙ୍କ ମଧ୍ୟରେ ବିଜେପିର ୧୮ ଜଣ ସାଂସଦ ଅଛନ୍ତି। ଏଥିସହ ରାଜ୍ୟସଭାରେ ବିଜେପିର ଶକ୍ତି ୮୫କୁ ବୃଦ୍ଧି ପାଇଛି।

ରାଜ୍ୟସଭାରେ କଂଗ୍ରେସର ୪୧ ଜଣ ସାଂସଦ ଥିବାବେଳେ ଆଜି କେଟିଏସ୍‌ ତୁଳସୀ, ଶକ୍ତିସିଂହ ଗୋହିଲ୍‌, ଦୀପେନ୍ଦ୍ର ସିଂହ ହୁଦା, ମଲିକାର୍ଜୁନ ଖଡ଼ଗେ, ଦିଗ୍‌ବିଜୟ ସିଂହ, ରାଜୀବ ସତଭ , କେ ସି ବେଣୁଗୋପାଳ ଏବଂ ନିରଜ ଡାଙ୍ଗି ଶପଥ ନେଇଥିଲେ। ସେହିପରି ଜେଡିୟରୁର ହରିବଂଶ ଏବଂ ରାମନାଥ ଠାକୁର, ଆରଜେଡିର ଏଡି ସିଂହ ଏବଂ ପ୍ରେମ ଚାନ୍ଦ ଗୁପ୍ତା , ସିପିଏମ୍‌ର ବିକାଶ ରଂଜନ ଭଟ୍ଟାଚାର୍ଯ୍ୟ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଏନ୍‌ସିପିର ଶରଦ ପାୱର ଏବଂ ଆର୍‌ପିଆଇ ମୁଖ୍ୟ ରାମ୍‌ଦାସ ଅଠାୱାଲେ ମଧ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ୱାଇଏସ୍‌ଆରସିପିର ୩ ଜଣ ସାଂସଦ ଶପଥ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe