ବାନ୍ତି କରିବା ବେଳେ ଟ୍ରେନ୍‌ରୁ ଖସିପଡ଼ିଲେ ତଳକୁ; ନବବିବାହିତା ମୃତ

Advertisment

ମଧ୍ୟପ୍ରଦେଶର ଶିବପୁରିସ୍ଥିତ ରେଳବାଇ ଟ୍ରାକ୍‌ ନିକଟରେ ଦୁର୍ଘଟଣାରେ ଜଣେ ନବ ବିବାହିତା ମହିଳାଙ୍କ ଜୀବନ ଚାଲିଯାଇଛି। ମହିଳା ଜଣକ ଟ୍ରେନ୍‌ରେ ବାନ୍ତି କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ।

ମଧ୍ୟପ୍ରଦେଶର ଶିବପୁରିସ୍ଥିତ ରେଳବାଇ ଟ୍ରାକ୍‌ ନିକଟରେ ଦୁର୍ଘଟଣାରେ ଜଣେ ନବ ବିବାହିତା ମହିଳାଙ୍କ ଜୀବନ ଚାଲିଯାଇଛି। ମହିଳା ଜଣକ ଟ୍ରେନ୍‌ରେ ବାନ୍ତି କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ।

୍ତରୀୗସ୍ାଜି ୂୁ

ଶିବପୁରି: ମଧ୍ୟପ୍ରଦେଶର ଶିବପୁରିସ୍ଥିତ ରେଳବାଇ ଟ୍ରାକ୍‌ ନିକଟରେ ଦୁର୍ଘଟଣାରେ ଜଣେ ନବ ବିବାହିତା ମହିଳାଙ୍କ ଜୀବନ ଚାଲିଯାଇଛି। ମହିଳା ଜଣକ ଟ୍ରେନ୍‌ରେ ବାନ୍ତି କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ସ୍ବାମୀ ଟ୍ରେନ୍‌ର ଚେନ୍ ଟାଣି ତଳକୁ ଯାଇଥିଲେ। ଏପରିକି ଗୋଟାଏ କିଲୋମିଟର ପର୍ଯ୍ୟନ୍ତ ପଛକୁ ଚାଲିକି ଯିବା ପରେ ଯାଇ ନବବିବାହିତା ପତ୍ନୀଙ୍କୁ ରେଳ ଧାରଣାରେ ପାଇଥି‌ଲେ। ସେଠାରୁ ସେ ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନେଇ ଯାଇଥିଲେ ଓ ହସ୍ପିଟାଲ୍‌ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। 

ଗୌହ୍ବାଲିୟର୍‌ ନିବାସୀ ଓକିଲ ବିକାଶ ଜୋଶୀଙ୍କ ବିବାହ ୨୦୨୫ ମସିହା ଏପ୍ରିଲ୍‌ ୧୬ ତାରିଖରେ ହୋଇଥିଲା। ତାଙ୍କ ପତ୍ନୀ ଶିବାନୀ ଜଣେ ଏଲ୍‌ଏଲ୍‌ବି ଛାତ୍ରୀ ଥିଲେ। ସେ ପରୀକ୍ଷା ଦେବା ପାଇଁ ତାଙ୍କ ସ୍ବାମୀଙ୍କ ସହ ଉରଇ ଯାଇଥିଲେ। ପରୀକ୍ଷା ଦେବା ପରେ ୨୭ ତାରିଖ ଦିନ ପତି-ପତ୍ନୀ ମିଶି ଗ୍ବାଲିୟର୍‌ ଫେରିଲେ ଓ ବୁଧବାର ସଂଧ୍ୟାରେ ଟ୍ରେନ୍‌ ଧରି ଇନ୍ଦୋର ପାଇଁ ବାହାରିଥଇଲେ। ବିକାଶ ସେଠାରେ ଓକିଲାତି କରନ୍ତି ଓ ସେଇଠାରେ ହିଁ ରହନ୍ତି। ମଙ୍ଗଳବାର ରାତି ୯ଟାରେ ଦୁହେଁ ଇନ୍ଦୋର ଯିବା ବାଟରେ ଏପରି ଘଟିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe