ଖୋଲିଲା ଅସଲ ମୁଖା: ୨ ମିନିଟର ଭିଡିଓରେ ୧୬ଟି କଟ୍ କରି ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓ ଜାରି କଲା ପାକିସ୍ତାନ ସେନା

ଖୋଲିଲା ଅସଲ ମୁଖା: ୨ ମିନିଟର ଭିଡିଓରେ ୧୬ଟି କଟ୍ କରି ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓ ଜାରି କଲା ପାକିସ୍ତାନ ସେନା

Hindi Rush

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ। ଶତ୍ରୁ ମାଟିରେ ଅଭିନନ୍ଦନ ଯେଉଁଭଳି ବୀରତ୍ୱ ଦେଖାଇଥିଲେ ସେଥିପାଇଁ ପୂରା ଦେଶ ତାଙ୍କୁ ସଲାମ କରିଥିଲା । ଆଜି ପାକିସ୍ତାନ ତାଙ୍କର ଏକ ୨ମିନିଟର ଭିଡିଓ ସେୟାର କରିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଉଇଙ୍ଗ କମାଣ୍ଡର ଅଭିନନ୍ଦନ। ହେଲେ ପୂର୍ବ ଭଳି ନିଜର ଛବିକୁ ଭଲ କରିବାକୁ ଯାଇ ବିବାଦରେ ଛନ୍ଦି ହୋଇଛି ପାକ୍ ସେନା। ପାକିସ୍ତାନ ସେନାର ଜନସଂପର୍କ ସଂସ୍ଥା ଆଇଏସପିଆର ଦ୍ବାରା ପ୍ରକାଶିତ ଏହି ୨ମିନିଟର ଭିଡିଓରେ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ପାକ୍ ସେନାର ପ୍ରଶଂସା କରୁଛନ୍ତି। ଏହା ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ବିଷୟରେ କହୁଥିବା ଦେଖିବାକୁ ମିଳିଛି।

ସୌଜନ୍ୟ: ଡିଫେନ୍ସ ଫୋର୍ସେସ

ଭିଡିଓରେ, ପାକିସ୍ତାନୀ ସେନା ଉଦାର ଏବଂ ପେସାଦାର ବୋଲି ମୁଁ ଦେଖିବାକୁ ପାଇଲି। ପାକିସ୍ତାନୀ ସେନାର ଉଦାରତା ଦ୍ୱାରା ମୁଁ ବହୁତ ପ୍ରଭାବିତ ହୋଇଛି ବୋଲି ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ କହୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ପାକିସ୍ତାନ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବା ବେଳେ ଏବେ ଏହି ଭିଡିଓରେ ୧୬ଟି କଟ୍ ଥିବା ଜଣାପଡ଼ିଛି। ଏଥିରୁ ପାକ୍ ସେନା ଉଇଙ୍ଗ କମାଣ୍ଡରଙ୍କୁ ଏସବୁ କହିବାକୁ ବାଧ୍ୟ କରିଥିବା ସ୍ପଷ୍ଟ ଜଣାପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe