ହାତରୁ ଲିଭିନି ମେହେନ୍ଦୀ, ପାଦରୁ ଛାଡ଼ିନି ଅଳତା, ବାହାଘର ୧୦ଦିନପରେ ମଥାରୁ ଲିଭିଲା ସିନ୍ଦୂର; କରୋନା ନେଲା ସ୍ବାମୀର ଜୀବନ

Advertisment
ହାତରୁ ଲିଭିନି ମେହେନ୍ଦୀ, ପାଦରୁ ଛାଡ଼ିନି ଅଳତା, ବାହାଘର ୧୦ଦିନପରେ ମଥାରୁ ଲିଭିଲା ସିନ୍ଦୂର; କରୋନା ନେଲା ସ୍ବାମୀର ଜୀବନ

MSN.com ସାଙ୍କେତିକ ଫଟୋ

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାହାଘରର ୧୦ ଦିନ ପରେ କରୋନାରେ ପୀଡିତ ହୋଇ ବରର ମୃତ୍ୟୁ ହେବା ପରେ ହାତରୁ ମେହେନ୍ଦୀ ଓ ପାଦରୁ ଅଳତା ଛାଡ଼ି ନଥିବା ନୂଆବୋହୂ ମଥାରୁ ସିନ୍ଦୂର ଲିଭିଯାଇଛି। ଏହି ଘଟଣାରେ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଛିଣ୍ଡି ପଡ଼ିଥିବା ବେଳେ ପୂରା ଗାଁ ଓ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

ଏହି ଘଟଣାକୁ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ନିତା କହିଛନ୍ତି, ଉତ୍ତରପ୍ରଦେଶରେ ନବଦମ୍ପତିଙ୍କ ସମେତ ଗୋଟିଏ ପରିବାରର ୮ଜଣଙ୍କ କରୋନା ରିପୋର୍ଟ ପିଜିଟିଭ ଆସିଥିବା ବେ‌ଳେ ଜଣଙ୍କ ମୃତ୍ୟୁ ହୋଇଛି। ବାହାଘର ପରେ ପୁଅ ତୁରନ୍ତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଶରୀରରେ କରୋନା ଲକ୍ଷଣ ଥିଲେ ହେଁ ‌ସେ ପରୀକ୍ଷା କି ଚିକିତ୍ସା କରାଇ ନଥି‌ଲେ। ଶେଷରେ ଡିସେମ୍ବର ୪ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନବବିବାହିତାଙ୍କ ଶଶୁର ଓ ଦିଅରଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ କରୋନା ପରୀକ୍ଷା କରାଇଥି‌ଲେ। ଆଉ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଗାଁ ଲୋକଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ଏଥିପାଇଁ ଗାଁରେ ଗୋଟିଏ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

ରାଜ୍ୟର ଫିରୋଜାବାଦ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୩,୬୭୩ଟି କୋଭିଡ-୧୯ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୧୭୧ଟି ସକ୍ରିୟ ମାମଲା ଥିବା ବେଳେ ୬୭ ଜଣଙ୍କ  କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe