(Photo | AP)
ନୂଆଦିଲ୍ଳୀ: ସାରା ବିିଶ୍ବରେ ଦେଖା ଦେଇଛି କରୋନା ଭାଇରସ୍ର ଆତଙ୍କ। ଏହାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ ସହରରୁ ଏହି ଭାଇରସ୍ ଭୟରେ ଏବେ ହଜାର ହଜାର ଲୋକ ଉହାନ୍ ଛାଡ଼ି ପଳାଇ ଆସୁଛନ୍ତି। ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇ ଚୀନର ସଂଘାଇ ସହରକୁ ହନିମୁନ୍ ପାଇଁ ଯାଇଥିବା ଏକ ଭାରତୀୟ ନବଦମ୍ପତିଙ୍କ ସବୁ ଖୁସି ପାଣିଫୋଟକା ପରି ମିଳାଇ ଯାଇଛି। ଦମ୍ପତିଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ଆଜ୍ମେର୍ଠାରେ ଅବସ୍ଥିତ ଜେଏଲ୍ଏନ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କୁ ଏକ ପୃଥକ ୱାର୍ଡରେ ରଖାଯାଇଛି। ସେମାନଙ୍କ ଶରୀରରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଏସ୍ଏମ୍ଏସ୍ ଜୟପୁର ହସ୍ପିଟାଲ୍କୁ ପଠାଯାଇଛି।
ଏହି ନବବିବାହିତ ଦମ୍ପତି ଜାନୁଆରି ୨୫ ତାରିଖରେ ସେମାନଙ୍କ ହନିମୁନ୍ ପାଇଁ ସଂଘାଇ ଯାଇଥିଲେ। କରୋନା ଭାଇରସ୍ ବିଷୟରେ ସୂଚନା ମିଳିବା ପରେ ସେମାନେ ଜାନୁଆରି ୨୭ ତାରିଖରେ ଭାରତ ଫେରି ଆସିଛନ୍ତି।
SEEDHI BAAT seedhibaatଆଜ୍ମେର୍ର ମୁଖ୍ୟଚିକିତ୍ସା ଅଧିକାରୀ କହନ୍ତି, ‘ଏହି ଦୁଇ ଜଣଙ୍କୁ ସେମାନଙ୍କ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ, ଆଗାମୀ ୨୪ ଘଣ୍ଟା ଯାଏ ପର୍ଯ୍ୟବେକ୍ଷଣରେ ରଖାଯିବ। ନବଦମ୍ପତିଙ୍କ ବୟସ ପାଖାପାଖି ୨୭ ବର୍ଷ ହେବ ।’ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରୋହିତ କୁମାର ସିଂହ କହିଛନ୍ତି, ‘ରବିବାର ସୁଦ୍ଧା ଉହାନରୁ ବିମାନ ଯୋଗେ ୩,୯୩୩ ଜଣ ଭାରତୀୟ ଉଦ୍ଧାର ହୋଇ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି।’
Follow Us