ନସ୍‌ରଲ୍ଲାଙ୍କ ମୃତ୍ୟୁ ଖବର ପଢ଼ି କାନ୍ଦିଲେ ନ୍ୟୁଜ୍ ଆଙ୍କର୍, ଭିଡ଼ିଓ ଭାଇରାଲ୍

Advertisment

ଇସ୍ରାଏଲ୍ କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ଆକ୍ରମଣ କରି ଲେବାନନ୍ ଉପରେ ଆତଙ୍କ ସୃଷ୍ଟି କରିଛି। କ୍ଷେପଣାସ୍ତ୍ର ମାଡ଼ରେ ହାସନ ନସ୍‌ରଲ୍ଲାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହା ସହ ଜଡିତ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟିଭି ନ୍ୟୁଜ୍ ଆଙ୍କର୍ କାନ୍ଦୁଥିବା ଦେଖାଯାଉଛି...

Updated On

ଇସ୍ରାଏଲ୍ କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ଆକ୍ରମଣ କରି ଲେବାନନ୍ ଉପରେ ଆତଙ୍କ ସୃଷ୍ଟି କରିଛି। କ୍ଷେପଣାସ୍ତ୍ର ମାଡ଼ରେ ହାସନ ନସ୍‌ରଲ୍ଲାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହା ସହ ଜଡିତ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟିଭି ନ୍ୟୁଜ୍ ଆଙ୍କର୍ କାନ୍ଦୁଥିବା ଦେଖାଯାଉଛି...

ଅଦ୍ୟତନ ହୋଇଛି
4amaba

ଜେରୁଜେଲମ: ଇସ୍ରାଏଲ ଲଗାତାର କ୍ଷେପଣାସ୍ତ୍ର ଆକ୍ରମଣ ଦ୍ୱାରା ଲେବାନନ୍ ଉପରେ ଆତଙ୍କ ସୃଷ୍ଟି କରିଛି। ସେପ୍ଟେମ୍ବର ୨୪ରେ ହିଜବୁଲ୍ଲାର କ୍ଷେପଣାସ୍ତ୍ର ଏବଂ ରକେଟ ୟୁନିଟ୍ କମାଣ୍ଡର ଇବ୍ରାହିମ ଅଲ-କୁବାସି ଇସ୍ରାଏଲର ଆକ୍ରମଣରେ ନିହତ ହୋଇଥିବାବେଳେ ଏବେ  ହାସନ  ନସ୍‌ରଲ୍ଲାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ବର୍ତ୍ତମାନ ଏହା ସହ ଜଡିତ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଟିଭି ନ୍ୟୁଜ୍ ଆଙ୍କର୍ କାନ୍ଦୁଥିବା ଦେଖାଯାଉଛି।

ହିଜବୁଲ୍ଲା ନେତା ହାସନ  ନସ୍‌ରଲ୍ଲାଙ୍କ ମୃତ୍ୟୁ ଖବର ଘୋଷଣା କରିବାବେଳେ ଲେବାନନର ଅଲ-ମାୟାଦିନ ଟେଲିଭିଜନର ଜଣେ ଖବର ଆଙ୍କର୍ ଶନିବାର ଭାବପ୍ରବଣ ହୋଇପଡିଥିଲେ।  ନସ୍‌ରଲ୍ଲାଙ୍କ ମୃତ୍ୟୁ ଖବର ପଢ଼ି ଶୁଣାଉଥିବ‌ା ସମୟରେ ତାଙ୍କ ଆଖିରୁ ଲୁହ ଝରିବାକୁ ଲାଗିଥିଲା ଏବଂ କିଛି ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହୋଇଥିଲା। ଅଲ-ମାୟାଦିନକୁ ହିଜବୁଲ୍ଲା ପ୍ରୋ-ଚ୍ୟାନେଲ ଭାବେ ବିବେଚନା କରାଯାଇଥାଏ।

ହିଜବୁଲ୍ଲା ନିଶ୍ଚିତ କରିଛି ଯେ, ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୬୪ ବର୍ଷିୟ  ନସ୍‌ରଲ୍ଲାଙ୍କର ମୃତ୍ୟୁ ଘଟିଛି। ଏହି ଖବରର ଲାଇଭ୍ ପ୍ରସାରଣ ସମୟରେ ଆଙ୍କର୍ ନିଜକୁ ନିୟନ୍ତ୍ରଣ  କରି ପାରି ନ ଥିଲେ।  ନସ୍‌ରଲ୍ଲାଙ୍କ ମୃତ୍ୟୁ ଖବର ଦେବାବେଳେ ତାଙ୍କ କଥା କହିବା ଶୈଳୀରେ ପରିବର୍ତ୍ତନ ଆସିଥିଲା। ସେ ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରି ନ ଥିଲେ।

୧୯୯୦ ଦଶକରୁ ହାସନ  ନସ୍‌ରଲ୍ଲାହିଜବୁଲ୍ଲାର ନେତୃତ୍ୱ ନେଇଥିଲେ ଏବଂ ସଂଗଠନକୁ ଏକ ଶକ୍ତିଶାଳୀ ରାଜନୈତିକ ତଥା ସାମରିକ ଶକ୍ତିରେ ପରିଣତ କରିଥିଲେ। ସେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନୀଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ସେ  ହିଜବୁଲ ଇସ୍ରାଏଲ ତଥା ଆମେରିକାକୁ ବିରୋଧ କରିବାରେ ଇରାନର ମଧ୍ୟପ୍ରାଚ୍ୟର ପ୍ରତିରୋଧର ଏକ ପ୍ରମୁଖ ଅଂଶ ଭାବରେ ବିବେଚିତ ହୋଇଥିଲେ।

ସୂଚନାଯୋଗ୍ୟ,ଲେବାନନର ହିଜବୁଲ୍ଲା ଗୋଷ୍ଠୀ ଶନିବାର ନିଶ୍ଚିତ କରିଛି ଯେ ଏହାର ନେତା ତଥା ଦଳର ଅନ୍ୟତମ ପ୍ରତିଷ୍ଠାତା ହାସନ  ନସ୍‌ରଲ୍ଲାଙ୍କ ମୃତ୍ୟୁ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ଯୋଗୁ ଘଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe