କୋର୍ଟ ରୁମ୍‌ର ଚୌକି ଅପରିଷ୍କାର ଓ ଭଙ୍ଗା ହୋଇଥିବାରୁ ବାରମ୍ବାର କୁହାଯିବା ପରେ ବି ଅଦାଲତରେ ଛିଡ଼ା ହୋଇ ରହିଲେ ସାଧ୍ୱୀ ପ୍ରଜ୍ଞା

Advertisment
ପୁଣି ଗଡସେଙ୍କୁ ଦେଶଭକ୍ତ କହିଲେ ସାଂସଦ ପ୍ରଜ୍ଞା ଠାକୁର

Zee News

ନୂଆଦିଲ୍ଲୀ: ୨୦୦୮ ମସିହା ମେଲଗାଓଁ ବିସ୍ଫୋରଣର ଅଭିଯୁକ୍ତା ବଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ସ୍ପେସିଆଲ୍‌ ଏଏନ୍‌ଆଇ କୋର୍ଟରେ ଉପଯୁକ୍ତ ଚୌକି ନାହିଁ ବୋଲି ଅଭିଯୋଗ ଆଣି ଅଦାଲତରେ ଛିଡ଼ା ହୋଇ ରହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଅଭିଯୋଗ ଆଣି ଆହୁରି ବି କହିଛନ୍ତି ଯେ ଚୌକିଗୁଡ଼ିକ ଛୋଟ, ମଇଳା ଓ ଭଙ୍ଗା।

ଏ ସଂପର୍କରେ ଏଏନ୍‌ଆଇକୁ ନିଜର ପ୍ରତିକ୍ରିୟା ଦେଇ ଏନ୍‌ଆଇଏର ପବ୍ଲିକ ପ୍ରୋସିକ୍ୟୁଟର ଅବିନାଶ ରାସଲ କହିଛନ୍ତି, ‘ସ୍ପେସିଆଲ୍‌ ଏଏନ୍‌ଆଇ କୋର୍ଟର ଜଜ୍‌ ବାରମ୍ବାର ତାଙ୍କୁ ବସିବା ପାଇଁ କହିଥିଲେ। ଏପରିକି ସେ ଯେଉଁ ଚୌକିରେ ବସିବାକୁ ଚାହାନ୍ତି ସେଠାରେ ବସନ୍ତୁ ବୋଲି ବି କହିଥିଲେ। ମାତ୍ର ସେ ବାରମ୍ବାର ତାଙ୍କ କଥାକୁ ଏଡ଼େଇ ଚାଲିଥିଲେ। ସେ ଝରକା ପାଖରେ ଛିଡ଼ା ହୋଇ ରହିଥିଲେ।’

ସାଧ୍ୱୀ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ କୋର୍ଟରୁମ୍‌ ଖୁବ୍‌ ଅପରିଷ୍କାର ହୋଇଛି। ସେ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ଏକ ଉପଯୁକ୍ତ ଚୌକି ଦେଇ ପାରିନଥିବାରୁ ସେ ଅଦାଲତର କର୍ମଚାରୀମାନଙ୍କୁ ଉପରେ ଖୁବ୍‌ ବିରକ୍ତ ହୋଇଥିଲେ।

ସାଧ୍ୱୀ ଚାଲାଇ ଚିଲାଇ କହିଥିଲେ ଯେ ‘ଆପଣମାନେ ମୋତେ ଅଦାଲତକୁ ଡାକିଛନ୍ତି ମାନେ ଉପଯୁକ୍ତ ଚୌକିଟିଏ ଦେବା ଉଚିତ। ମୁଁ ଅଭିଯୁକ୍ତା ହୋଇଥାଏ ବରଂ, ମୋର ବସିବାର ଅଧିକାର ଅଛି। ଯେବେ ମୁଁ ଦୋଷୀ ସାବ୍ୟସ୍ତ ହୋଇଯିବି ମୋତେ ଫାଶୀ ଦେଇ ଦେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe