ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Dec 11, 2025 15:49 IST
ଔଷଧ ଦୋକାନରୁ ୧୦ଲିଟର ମଦ ଜବତ
ଭଦ୍ରକ: ଔଷଧ ଦୋକାନରେ ମଦ ମିଳୁଛି। ଭଦ୍ରକ ସଦର ଥାନା ଅଧୀନ ଏକ ମଦ ଦୋକାନରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ବାଇପାସ ନିକଟସ୍ଥ ଏକ ଔଷଧ ଦୋକାନରେ ମଦ ଥିବା ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଔଷଧ ଦୋକାନରେ ପୁଲିସ ଟିମ୍ ଯାଞ୍ଚ କରିବା ସମୟରେ ମଦ ମିଳିଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
- Dec 11, 2025 13:49 IST
ମାଲକାନଗିରି: ଶାନ୍ତି ବୈଠକ ନେଇ ୨ ଗୋଷ୍ଠୀ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ, ଉଭୟ ପକ୍ଷ ସରକାରଙ୍କ ନିକଟରେ ଦାବି ରଖିଲେ
ମାଲକାନଗିରି: ଗୁରୁବାର ମାଲକାନଗିରି ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାରୀ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ ପହଂଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ସହ ପ୍ରଥମେ ଆଲୋଚନା କରିଛନ୍ତି।
- Dec 11, 2025 13:31 IST
ଯୁବ ସାମ୍ବାଦିକ ଅଶୋକ ପଲେଇଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ
ଜୟପୁର: ସମ୍ବାଦର ଜୟପୁର ସଂସ୍କରଣର ସବ୍ ଏଡିଟର ଯୁବ ସାମ୍ବାଦିକ ଅଶୋକ ପଲେଇଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି।
- Dec 11, 2025 13:23 IST
ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ସ୍ୱାମୀ ଓ ଶଶୁର ଗୁରୁତର
କଣ୍ଟାବାଞ୍ଜି: ବିଳମ୍ବିତ ରାତିରେ ଦନ୍ତା ହାତୀ ଜଣକୁ ଦଳି ଦେଇ ମାରିଦେଇଥିବା ଘଟଣା ସାମ୍ନା କୁ ଆସିଛି। ବଙ୍ଗୋମୁଣ୍ଡା ରେଞ୍ଜ ଅଧିନ ରେ ଥିବା ସାନବାଙ୍କୀ ଗାଁରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ମନ୍ଦାର ପୁଟେଲ । ଘଟଣା ସ୍ଥଳରେ ପୁଲିସ ଓ ବନଖଣ୍ଡ ଅଧିକାରୀ ପହଂଚି ତଦନ୍ତ କରୁଛନ୍ତି । ସୂଚନା ଥାଉ କୁ ଗତ କିଛି ଦିନ ହେଲା ୩୦ଟିକିଆ ହାତୀ ବଙ୍ଗୋମୁଣ୍ଡା ରେଞ୍ଜ ରେ ଉପଦ୍ରବ ରଖିଛି । ଛତର ଦାଣ୍ଡି ଜଙ୍ଗଲ ଓ ମହଖଣ୍ଡ ଗାଁ ଅଂଚଳରେ ଏହି ହାତୀ ପଲ ଟି ବୁଲା ବୁଲି କରୁଥିବା ବେଳେ ଗାଁରେ ପଶି ଘର ଭାଙ୍ଗିବା ସହ ଚାଷ ନଷ୍ଟ କରି ଅମଳ ହୋଇଥିବା ଫସଲ କୁ ଦଳି ଚକଟି ନଷ୍ଟ କରୁଛନ୍ତି । ତେବେ ଗତକାଲି ବିଳମ୍ବିତ ରାତି ରେ ସାନବାଙ୍କୀ ଗାଁରେ ପଶି ଗୋଟିଏ ପରିବାରର ମହିଳା ମନ୍ଦାର ପୁଟେଲ କୁ ଆକ୍ରମଣ କରି ଦଳି ଦେଇ ମାରି ଦେଇଛି । ତେବେ ମହିଳା ଙ୍କ ଶଶୁର ଓ ସ୍ୱାମୀ ଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳ ରେ ଉତେଜନା ଥିବା ରୁ ତୁରେକେଲା ପୁଲିସ ଓ ବଙ୍ଗୋମୁଣ୍ଡା ରେଞ୍ଜର ଅଧିକାରୀ ମାନେ ପହଁଚି ଏହାର ତଦନ୍ତ କରୁଛନ୍ତି ।
ରିପୋର୍ଟ-ପୁଷ୍ପକେତୁ ବେହେରା /କଣ୍ଟାବାଞ୍ଜି
- Dec 11, 2025 13:00 IST
ଘରୋଇ ବସ ସହ ବାଇକ ମୁହାଁମୁହିଁ : ୨ କଲେଜ ଛାତ୍ରଙ୍କ ମୃତ୍ୟୁ
ରାୟଗଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ଏକ ଘରୋଇ ବସ ସହ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି ।ମୃତକ ଦ୍ବୟ ହେଲେ ଦେବେନ୍ଦ୍ର ଶବର ଗୁଡ଼ାରି ସୌରା ସାହିର ହୋଇଥିବା ବେଳେ ଅନ୍ୟ ଜଣେ ମୃତକ ପେଂଡ଼ିଲି ପଂଚାୟତ ବଡ଼ଗୁଡା ଗ୍ରାମର ବିଷ୍ଣୁ ଶବର ବୋଲି ଜଣାପଡିଛି ।ମୃତ ଦୁଇ ଛାତ୍ର କଲନରା ବ୍ଲକ ବାଡ଼ିସୋଲା ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ବୋଲି ଜଣାପଡିଛି ।
ଗୁରୁବାର ସକାଳୁ ମୃତ ଦୁଇ ଛାତ୍ର ବାଇକ ଯୋଗେ କଲେଜକୁ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।ଉଭୟଙ୍କୁ ଉଦ୍ଧାର କରି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଅପରପକ୍ଷେ ରାମନାଗୁଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ଗତ ନଭେମ୍ବର ମାସ ସୁଦ୍ଧା ୧୩୧ ଜଣ ବିଭିନ୍ନ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡିଛି I ଚଳିତ ଡିସେମ୍ବର ମାସରେ ବିଭିନ୍ନ ଦୁର୍ଘଟଣାରେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି I ଅଧିଳାଂଶ ମୃତ୍ୟୁ ବାଇକ ଦୁର୍ଘଟଣା ଯୋଗୁଁ ହେଉଥିବା ଜଣା ପଡିଛି I
- Dec 11, 2025 12:53 IST
ଶୀତରେ ହାତଗୋଡ଼ କୋଲ ମାରିଲା: ରାଜ୍ୟର ୧୬ ସହର ୧୦ ଡିଗ୍ରି ତଳେ, ସେମିଲିଗୁଡ଼ା ୩.୫ ଡିଗ୍ରି, ଭୁବନେଶ୍ବର ୧୩ ଡିଗ୍ରି
ଭୁବନେଶ୍ୱର : ଓଡ଼ିଶାରେ ଶୀତ ଲହରୀ ବଢ଼ିବାରେ ଲାଗିଛି। ସେମିଲିଗୁଡ଼ାରେ ତାପମାତ୍ରା ରେକର୍ଡ ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି। ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି। ଶୀତରେ ହାତଗୋଡ଼ କୋଲ ମାରିଯାଉଛି।
- Dec 11, 2025 11:45 IST
ଭୁବନେଶ୍ୱରରୁ ୮ ବିମାନ ଉଡ଼ାଣ ବାତିଲ
ଭୁବନେଶ୍ୱର: ଇଣ୍ଡିଗୋ ସଙ୍କଟ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ୧୧ ଡିସେମ୍ବର ୨୦୨୫ରେ ନିର୍ଦ୍ଧାରିତ ପ୍ରସ୍ଥାନ ସହିତ ଆଠ ବିମାନର ଉଡ଼ାଣ ବାତିଲ କରାଯାଇଛି।
- Dec 11, 2025 09:24 IST
ଇକୋ ପାର୍କ ନିକଟରେ ଗୁଳିମାଡ
ଅନୁଗୁଳ: ସ୍ଥାନୀୟ ଶିକ୍ଷକପଡାରେ ଥିବା ଇକୋ ପାର୍କ ନିକଟରେ ଗୁଳି ମାଡ଼ ହେଇଛି। ଏଥିରେ ଭବାନୀ ଶଙ୍କର ପ୍ରଧାନ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଅନ୍ୟ ଜଣେ ଆହତ ହେଇଛନ୍ତି। ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବୁଢାବାର ରାତି ପ୍ରାୟ ସାଢେ ଏଗାରଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି। ୩ ଜଣ ଦୁର୍ବୃତ ଏକ ମଟର ସାଇକଲରେ ଆସି ଗୁଳି ଚଳାଇ ଫେରାର ହେଇ ଯାଈଥିଲେ। ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଂଚି ଛନଭିନ ଆରମ୍ଭ କରିଛି।
- Dec 11, 2025 08:49 IST
ଇଥାନଲ୍ କାରଖାନାକୁ ବିରୋଧ: ଗ୍ରାମବାସୀ-ପୁଲିସ ମୁହାଁମୁହିଁ
ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ରାଥିଖେଡା ଗାଁରେ ଇଥାନଲ୍ କାରଖାନା ପ୍ରତିଷ୍ଠାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ପ୍ରତିବାଦ ବୁଧବାର ହିଂସାତ୍ମକ ହୋଇଛି। ଚାଷୀମାନେ ପ୍ଲାଣ୍ଟର ନିର୍ମାଣାଧୀନ କାନ୍ଥ ଭାଙ୍ଗିଦେବାରୁ ପୁଲିସ ଲାଠିଚାର୍ଜ କରିଥିଲା। ଚାଷୀ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଚାଷୀମାନେ ପୁଲିସ କର୍ମଚାରୀ ଏବଂ ପ୍ରଶାସନର ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ। ସେମାନେ ପୁଲିସ ଉପରେ ପଥର ମାଡ଼ ମଧ୍ୟ କରିଥିଲେ। ଜବାବରେ ପୁଲିସ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିଥିଲା। ରାଥିଖେଡା ଗାଁରେ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ଏକ ଇଥାନଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି। ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ସେମାନେ କହିଛନ୍ତି ଯେ ପ୍ଲାଣ୍ଟ ସ୍ଥାପନ କରିବା ଦ୍ୱାରା ଅଞ୍ଚଳରେ ପ୍ରଦୂଷଣ ବ୍ୟାପିବ।
- Dec 11, 2025 08:38 IST
କ୍ଷମା ମାଗିଲେ ଇଣ୍ଡିଗୋ ଅଧ୍ୟକ୍ଷ
ଘରୋଇ ବିବାନ କମ୍ପାନି ‘ଇଣ୍ଡିଗୋ’ ବିଗତ ଏକ ସପ୍ତାହ ଧରି ଉତ୍ତମ ସେବା ଯୋଗାଇବାରେ ବିଫଳ ହୋଇଛି। ଇଣ୍ଡିଗୋ ପ୍ରତି ଗ୍ରାହକ ମୁହଁ ଫେରାଇଥିବା ବେଳେ ସରକାର ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। ଏହାରି ମଧ୍ୟରେ କଂପାନିର ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟ୍ଟା ପରିଚାଳନାଗତ ସଙ୍କଟ ଯୋଗୁଁ ହୋଇଥିବା ବିମାନ ବାଧା ପାଇଁ ଯାତ୍ରୀମାନଙ୍କୁ କ୍ଷମା ମାଗିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ଉଡ଼ାଣ ବାତିଲ ହେବା ଦ୍ୱାରା ହଜାର ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ ଏବଂ ବିମାନ କମ୍ପାନି ସେମାନଙ୍କ ଆଶା ପୂରଣ କରିପାରି ନଥିଲା। କମ୍ପାନି ଅନିୟମିତତାର ତଦନ୍ତ କରିବ ଏବଂ ଭବିଷ୍ୟତରେ ଏପରି ପରିସ୍ଥିତିକୁ ଏଡାଇବା ପାଇଁ ପଦକ୍ଷେପ ନେବ।
- Dec 11, 2025 08:29 IST
ଶିମିଳିପାଳରେ ଶିକାରୀ ଗ୍ୟାଙ୍ଗ ଧରାପଡ଼ିଲା: ଦେଶୀ ବନ୍ଧୁକ, ଫାଶ ଓ ଶୁଖିଲା ବଣୁଆ ମାଂସ ଜବତ
ବାରିପଦା: ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ AI ଯୁକ୍ତ ଇନଫ୍ରାରେଡ୍ କ୍ୟାମେରା ଓ ଟ୍ରାପ୍ କ୍ୟାମେରା ଲଗାଯିବା ପରେ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରହିଛି। ଏହି ଗୁଇନ୍ଦା କ୍ୟାମେରାର ସୂଚନା ଓ ଗୁଇନ୍ଦା ତଥ୍ୟ ଆଧାରରେ ଗତକାଲି (୯ ଡିସେମ୍ବର) ଜେନାବିଲ ରେଞ୍ଜ ଅଧୀନ ଜଡ଼ିଦା ଗ୍ରାମରୁ ୫ ଜଣ କଟ୍ଟର ଶିକାରୀଙ୍କୁ ଗିରଫ କରିଛି ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ।
- Dec 11, 2025 08:25 IST
ରୁଷ୍ର ବଡ଼ବଜାରକୁ ଗିଳିଦେଲା ନିଆଁ
ରୁଷିଆର ସବୁଠାରୁ ବଡ଼ ବଜାର ‘ସେଣ୍ଟ ପିଟର୍ସବର୍ଗ’ରେ ଏକ ବିସ୍ଫୋରଣ ପରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ସମଗ୍ର ବଜାର କମ୍ପ୍ଲେକ୍ସରେ ଆତଙ୍କ ସୃଷ୍ଟି କରିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ରୁଷିଆର ଗଣମାଧ୍ୟମ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ସେଣ୍ଟ ପିଟର୍ସବର୍ଗ ସହରର ସବୁଠାରୁ ବଡ଼ ବଜାରରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ପୂର୍ବରୁ ଘଟଣାସ୍ଥଳରେ ଗୋଟିଏ ପରେ ଗୋଟିଏ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଏହା ପରେ ସମଗ୍ର ବଜାର କମ୍ପ୍ଲେକ୍ସ ନିଆଁରେ ପୋଡ଼ି ଯାଇଥିଲା। ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।
/fit-in/580x348/filters:format(webp)/sambad/media/media_files/2025/12/11/russia-2025-12-11-08-25-09.jpg)
Fire gutted in Russia market. Photograph: (File) - Dec 11, 2025 07:46 IST
ଗୋଆ ନାଇଟ୍ କ୍ଲବରେ ଉତ୍ତେଜନା ବେଳେ ବିଦେଶ ଯିବାକୁ ଯୋଜନା କରୁଥିଲେ ମାଲିକ: ସୂତ୍ର
ନୂଆଦିଲ୍ଲୀ: ଗତ ୬ ତାରିଖ ରାତିରେ ଗୋଆର ଏକ ନାଇଟ୍ କ୍ଲବରେ ବଡ଼ ଅଗ୍ନିକାଣ୍ଡ ଘଟଣା ନେଇ ତଦନ୍ତ ସମୟରେ ନୂତନ ପ୍ରମାଣ ସାମ୍ନାକୁ ଆସିଛି। କ୍ଲବରେ ଉତ୍ତେଜନା ପରେ ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ନାଇଟ୍ କ୍ଲବର ମାଲିକ, ସୌରଭ ଏବଂ ଗୌରବ ଲୁଥ୍ରା ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଯୋଜନା କରିଥିଲେ। ଥାଇଲ୍ୟାଣ୍ଡକୁ ବିମାନ ଟିକେଟ୍ ମଧ୍ୟ ବୁକ୍ କରାଯାଇଥିଲା। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଲୁଥ୍ରା ଭାଇମାନେ ଡିସେମ୍ବର ୭ ଗୋଟିଏ ୧୭ ମିନିଟ୍ରେ MakeMyTrip ଯାତ୍ରା ପ୍ଲାଟଫର୍ମରେ ଲଗ୍ ଇନ୍ କରିଥିଲେ। ଏହି ସମୟରେ ଗୋଆ ପୁଲିସ ଏବଂ ଅଗ୍ନିଶମ ସେବା ଆରପୋରାର ନାଇଟ୍ କ୍ଲବରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। କିଛି ଘଣ୍ଟା ପରେ ଇମିଗ୍ରେସନ୍ ରେକର୍ଡ ଦର୍ଶାଉଛି ଯେ ସେମାନେ ସକାଳ ୫ଟା ୩୦ରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ 6E 1073 ବୁକ୍ କରି ଫୁକେଟ୍ ଅଭିମୁଖେ ଯାତ୍ରା କରିଥିଲେ।
- Dec 11, 2025 07:13 IST
'ଗୋଲ୍ଡ କାର୍ଡ' ଭିସା କାର୍ଯ୍ୟକ୍ରମ ଆରମ୍ଭ କଲା ଆମେରିକା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ୱାଇଟ୍ ହାଉସରେ ବ୍ୟବସାୟ ନେତାମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ବହୁ ପ୍ରତୀକ୍ଷିତ ‘ଟ୍ରମ୍ପ୍ ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କାର୍ଡର ଶୁଭାରମ୍ଭ ଘୋଷଣା କରି ଟ୍ରମ୍ପ କହିଛନ୍ତି ଯେ ଏହା କିଛି ପରିମାଣରେ ଗ୍ରୀନ୍ କାର୍ଡ ପରି, କିନ୍ତୁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/10/1breaking-news-thursday-2025-12-10-22-07-21.jpg)