BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 11, 2025 22:27 IST
ରାଜ୍ୟସ୍ତରୀୟ କ୍ରିକେଟ୍ ଚ୍ୟାମ୍ପିଅନ ଟ୍ରଫି ହାତେଇଲା ଗଜପତି
ପାରଳାଖେମୁଣ୍ଡି: ୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ୍ ଚ୍ୟାମ୍ପିଅନସିପ୍-୨୦୨୫ର ଫାଇନାଲ୍ରେ ଯାଜପୁରକୁ ପରାଜିତ କରି ଗଜପତି ଜିଲ୍ଲା ଦଳ ଚ୍ୟାମ୍ପିଅନ୍ ହୋଇଛି। ଗଜପତି ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୧ ରନ୍ କରିଥିବା ବେଳେ ଯାଜପୁର ୨୦ ଓଭର ରେ ୭ ୱିକେଟ୍ ହରାଇ ୧୬୬ ରନ୍ରେ ସୀମିତ ରହି ପରାଜିତ ହୋଇଥିଲା। ତିନୋଟି ବିଭିନ୍ନ ଭାଗରେ ସମତୁଲ୍ୟ ଏବଂ ଆକ୍ରାମକ ବ୍ୟାଟିଂ ଗଜପତିଙ୍କୁ ୨୦୦+ ସ୍କୋରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲା। ଫଳରେ ଗଜପତି ମ୍ୟାଚ୍ ବିଜୟ ଲକ୍ଷ ସଫଳ ହୋଇଛି।
/fit-in/580x348/filters:format(webp)/sambad/media/media_files/2025/12/11/gajapati-2025-12-11-22-27-08.jpg)
ଜଗତସିଂହପୁରସ୍ଥିତ ଏସ୍କେ ଏକାଡେମି ଠାରେ ଗତ ୬ ତାରିଖ ଠାରୁ ୧୧ ତାରିଖ ପର୍ଯ୍ଯନ୍ତ ୫ ଦିନ ଧରୀ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବ ବେଳେ ସାରା ରାଜ୍ୟରୁ ମୋଟ ୩୧ଟି ଦଳ ଏଥିରେ ଭାଗ ନେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମୟାଧର ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ର ଦଳର ସମସ୍ତ ଖେଳାଳି, ଟିମ୍ ମ୍ୟାନେଜର୍ ଓ କୋଚ୍ଙ୍କୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଛନ୍ତି।
-
Dec 11, 2025 20:38 IST
୫ଡକାୟତ ଗିରଫ ଦେଶୀ ବନ୍ଧୁକ ଜବତ
- ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୁଲିସ
- ୫ ଡକାୟତ ଗିରଫ, ଦେଶୀ ବନ୍ଧୁକ ଜବତ
- ୩ଟି ଛୁରୀ, ଲୁହାରଡ଼, ଡକାୟତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ
- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଡକାୟତି ଯୋଜନା
Rajgangpur police Photograph: (sambad.in) -
Dec 11, 2025 18:59 IST
ଜୁଆ ଆଡ୍ଡା ଉପରେ ଚଢ଼ଉ, ୫ହଜାର ଟଙ୍କା ସହ ୩ ଗିରଫ
ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ତିଲେଇମାଲ ପଞ୍ଚାୟତ ନାଏକ କର୍ଲା ଜଙ୍ଗଲ ମଧ୍ୟରେ ବୁଧବାର ସନ୍ଧ୍ୟା ସମୟରେ ତାସ ପତି ମାଧ୍ୟମରେ ଜୁଆ ଖେଳୁଥିବା ବେଳେ ମାଡ଼ି ବସିଲା ପୋଲିସ। ଥାନା ଅଧିକାରୀ ଦିଲୀପ ବେହେରାଙ୍କ ନେତୃତ୍ୱରେ ପୁଲିସ ଓ ସାହାସପୁର ଫାଣ୍ଡି ପୁଲିସ ଟିମ୍ ନାଏକ କର୍ଲା ଜଙ୍ଗଲ ମଧ୍ୟରେ ଜୁଆ ଖେଳ ହେଉଥିବାର ସୂଚନା ପାଇ ଚଢ଼ଉ କରିଥିଲେ। ୩ ଜଣ ଜୁଆଡିଙ୍କୁ ମାଡ଼ିବସିବା ସହିତ ତାଙ୍କ ନିକଟରୁ ୫ ହଜାର ୩୪୦ ଟଙ୍କା ଓ ଦୁଇଟି ସେଟ ତାସ ପତି ସହ ଏକ ପଟି ଜବତ କରିଥିଲେ।
Gambling in Laikera of Jharsuguda. Photograph: (sambad.in) ଜୁଆଡ଼ିମାନେ ହେଲେ ସମ୍ବଲପୁର ଜିଲ୍ଲା ବାମରା ଥାନା ଗୋବିନ୍ଦ ପୁର ଅଞ୍ଚଳର ମଧୁସୂଦନ ମାଝୀ, ଶଙ୍କର ପିଙ୍ଗ, ହଲାନ ସାମ୍ବାଦ। ଅନ୍ୟ ଜୁଆଡ଼ିମାନେ ପୁଲିସକୁ ଦେଖି ଜଙ୍ଗଲ ମଧ୍ୟକୁ ଦଉଡ଼ି ଖସି ଯାଇଥିଲେ। ଏନେଇ ଲଇକେରା ଥାନାରେ ଏକ ମାମଲା ରୁଜ୍ଜୁ କରି ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଝାରସୁଗୁଡା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶରେ ଅଞ୍ଚଳର ଜୁଆ ସଟ୍ଟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପୁଲିସ ଅଣ୍ଟା ଭିଡ଼ିଛି।
-
Dec 11, 2025 18:55 IST
ମହାପ୍ରଭୁଙ୍କ ମହାସ୍ନାନ ପରେ ଭକ୍ତ କରୁଛନ୍ତି ଦର୍ଶନ
- ଶେଷ ହେଲା ମହାପ୍ରଭୁଙ୍କ ମହାସ୍ନାନ
- ମହାପ୍ରଭୁଙ୍କ ଦର୍ଶନ ପ୍ରକ୍ରିୟା ସୁରୁଖୁରୁରେ ଜାରି
- ଭିତରକାଠ ନିକଟରେ ବାନ୍ତି କରିଥିଲେ ଭକ୍ତ
- ବାନ୍ତି ପରେ ବନ୍ଦ ଥିଲା ସାଧାରଣ ଦର୍ଶନ
-
Dec 11, 2025 18:46 IST
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଶିକ୍ଷକ ଅଟକ
ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବାଲିଛାଇ ପ୍ରାଥମିକ ବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କୁ ଅସଦ ଆଚରଣ ଅଭିଯୋଗରେ ପୁଲିସ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟ ନାରାୟଣ ନାହାକକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କୁଳମଣି ସେଠୀ କହିଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ୭୧୭/୨୫ ରୁଜୁ କରିଛି। ବାଲିଛାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗତ ସପ୍ତାହରେ ଅସଦ ବ୍ୟବହାର କରିବା ଓ ଅନ୍ୟ ଜଣେ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାକୁ ନେଇ ଆଜି ଶିକ୍ଷକ ଜଣକ ବିଦ୍ୟାଳୟରେ ପହଞ୍ଚିବା ପରେ ଅଭିବାବକ ମାନେ ଏକତ୍ରିତ ହୋଇ ମାଡ଼ ମାରିଥିଲେ। ଏହା ପରେ ବିଦ୍ୟାଳୟ ଅଟକାଇ ପୁଲିସକୁ ଖବର ଦେଇଥିଲେ। ସ୍କୁଲ ଭିତରୁ ଶିକ୍ଷକଙ୍କୁ ଉଦ୍ଧାର କରି ପୁଲିସ ଥାନାରେ ଅଟକ ରଖିଛି। ସୂର୍ଯ୍ୟ ନାରାୟଣଙ୍କ ଘର ହେଉଛି ଆସିକା ଦେବଭୂମି। ଗତ କିଛି ମାସ ପୂର୍ବେ ଶିକ୍ଷକ ଜଣକ ଧରାକୋଟରୁ ବଦଳି ହୋଇ ଆସିକା ବାଲିଛାଇ ବିଦ୍ୟାଳୟ ରେ ଯୋଗ ଦେଇଥିଲେ।
-
Dec 11, 2025 18:40 IST
୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଜଗତସିଂହପୁର ସଦର: ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ବିଭାଗ ପକ୍ଷରୁ ଚଢଉ କରାଯାଇ ୫ଲକ୍ଷ ୩୦ ହଜାର ଟଙ୍କାର ବ୍ରାଉନସୁଗାର ସହ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ଘଟଣାରେ ଜଣେ ବେପାରୀକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚର୍ଚ୍ଚିକା ବଜାର ଖେରସ ପ୍ରାଥମିକ ବିଦ୍ୟାଳୟର ନିକଟରୁ ୫୩ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର ବେପାରୀ ହେଲେ ବସନ୍ତପୁର ଗ୍ରାମର ସମୀର ସାହାଣୀ(୬୬)। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଜିଲା ଅବକାରୀ ଇନ୍ସପେକ୍ଟର ଚୌଧୁରୀ କହିଛନ୍ତି। ଏହି ଚଢଉରେ ସବ ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସଆଇ ସନ୍ତୋଷ ନାୟକ, ଏଏସଆଇ ପିନାକିରଞ୍ଜନ ରାଉତରାୟ, କନେଷ୍ଟବଳ ସବିତା ନାୟକ, ସୁକାନ୍ତ ମାଝୀ, ବିଶ୍ୱରଂଜନ ସ୍ବାଇଁ ଓ ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ।
Brownsugar peddler arrested. Photograph: (sambad.in) -
Dec 11, 2025 17:34 IST
ବଡ଼ଦିନ ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କିଛି ଦିନ ପରେ ଖ୍ରୀଷ୍ଟ ସାମ୍ପ୍ରଦାୟର ପବିତ୍ର ବଡ଼ଦିନ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଆଜି ସ୍ଥାନୀୟ ଆଦର୍ଶ ଥାନା ପକ୍ଷରୁ ପୁଲିସ ଫୋର୍ସ ସହ ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ପୁଲିସ ଫ୍ଲାଗ ମାର୍ଚ୍ଚରେ ବାହାରି ବନ୍ଧ ଛକ, ଗାନ୍ଧୀ ଛକ ସମେତ ସହର ସାରା ବୁଲି ଫ୍ଲାଗ ମାର୍ଚ୍ଚ କରିଥିଲେ।
Police Flag march at G Udaygiri of Kandhamal district. Photograph: (sambad.in) ପବିତ୍ର ବଡ଼ଦିନଟି ଶାନ୍ତି ଓ ମୈତ୍ରୀର ପର୍ବ ଏକ୍ସ ମାସକୁ ଦୃଷ୍ଟିରେ ରଖି ପୁଲିସ ଦ୍ୱାରା ସହର ପରିକ୍ରମା କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ଶାନ୍ତି ଶୃଙ୍ଖଳା ସହିତ କିଭଳି ବଡ଼ଦିନ ପାଳନ ହେବ ତାର ପ୍ରାକ ପ୍ରସ୍ତୁତି ସ୍ୱରୂପ ପୁଲିସ ନିଜ ଫୋର୍ସ ଧରି ସହରରେ ବୁଲି ଲୋକଙ୍କୁ ସୁଚେଇଦେଇଛି। ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳିତ ହେବ ସେ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ଆଜି ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।
-
Dec 11, 2025 15:49 IST
ଔଷଧ ଦୋକାନରୁ ୧୦ଲିଟର ମଦ ଜବତ
ଭଦ୍ରକ: ଔଷଧ ଦୋକାନରେ ମଦ ମିଳୁଛି। ଭଦ୍ରକ ସଦର ଥାନା ଅଧୀନ ଏକ ମଦ ଦୋକାନରେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ବାଇପାସ ନିକଟସ୍ଥ ଏକ ଔଷଧ ଦୋକାନରେ ମଦ ଥିବା ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଔଷଧ ଦୋକାନରେ ପୁଲିସ ଟିମ୍ ଯାଞ୍ଚ କରିବା ସମୟରେ ମଦ ମିଳିଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
-
Dec 11, 2025 13:49 IST
ମାଲକାନଗିରି: ଶାନ୍ତି ବୈଠକ ନେଇ ୨ ଗୋଷ୍ଠୀ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ, ଉଭୟ ପକ୍ଷ ସରକାରଙ୍କ ନିକଟରେ ଦାବି ରଖିଲେ
ମାଲକାନଗିରି: ଗୁରୁବାର ମାଲକାନଗିରି ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାରୀ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ ପହଂଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ସହ ପ୍ରଥମେ ଆଲୋଚନା କରିଛନ୍ତି।
-
Dec 11, 2025 13:31 IST
ଯୁବ ସାମ୍ବାଦିକ ଅଶୋକ ପଲେଇଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ
ଜୟପୁର: ସମ୍ବାଦର ଜୟପୁର ସଂସ୍କରଣର ସବ୍ ଏଡିଟର ଯୁବ ସାମ୍ବାଦିକ ଅଶୋକ ପଲେଇଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି।
-
Dec 11, 2025 13:23 IST
ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ସ୍ୱାମୀ ଓ ଶଶୁର ଗୁରୁତର
କଣ୍ଟାବାଞ୍ଜି: ବିଳମ୍ବିତ ରାତିରେ ଦନ୍ତା ହାତୀ ଜଣକୁ ଦଳି ଦେଇ ମାରିଦେଇଥିବା ଘଟଣା ସାମ୍ନା କୁ ଆସିଛି। ବଙ୍ଗୋମୁଣ୍ଡା ରେଞ୍ଜ ଅଧିନ ରେ ଥିବା ସାନବାଙ୍କୀ ଗାଁରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ମନ୍ଦାର ପୁଟେଲ । ଘଟଣା ସ୍ଥଳରେ ପୁଲିସ ଓ ବନଖଣ୍ଡ ଅଧିକାରୀ ପହଂଚି ତଦନ୍ତ କରୁଛନ୍ତି । ସୂଚନା ଥାଉ କୁ ଗତ କିଛି ଦିନ ହେଲା ୩୦ଟିକିଆ ହାତୀ ବଙ୍ଗୋମୁଣ୍ଡା ରେଞ୍ଜ ରେ ଉପଦ୍ରବ ରଖିଛି । ଛତର ଦାଣ୍ଡି ଜଙ୍ଗଲ ଓ ମହଖଣ୍ଡ ଗାଁ ଅଂଚଳରେ ଏହି ହାତୀ ପଲ ଟି ବୁଲା ବୁଲି କରୁଥିବା ବେଳେ ଗାଁରେ ପଶି ଘର ଭାଙ୍ଗିବା ସହ ଚାଷ ନଷ୍ଟ କରି ଅମଳ ହୋଇଥିବା ଫସଲ କୁ ଦଳି ଚକଟି ନଷ୍ଟ କରୁଛନ୍ତି । ତେବେ ଗତକାଲି ବିଳମ୍ବିତ ରାତି ରେ ସାନବାଙ୍କୀ ଗାଁରେ ପଶି ଗୋଟିଏ ପରିବାରର ମହିଳା ମନ୍ଦାର ପୁଟେଲ କୁ ଆକ୍ରମଣ କରି ଦଳି ଦେଇ ମାରି ଦେଇଛି । ତେବେ ମହିଳା ଙ୍କ ଶଶୁର ଓ ସ୍ୱାମୀ ଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳ ରେ ଉତେଜନା ଥିବା ରୁ ତୁରେକେଲା ପୁଲିସ ଓ ବଙ୍ଗୋମୁଣ୍ଡା ରେଞ୍ଜର ଅଧିକାରୀ ମାନେ ପହଁଚି ଏହାର ତଦନ୍ତ କରୁଛନ୍ତି ।
ରିପୋର୍ଟ-ପୁଷ୍ପକେତୁ ବେହେରା /କଣ୍ଟାବାଞ୍ଜି
-
Dec 11, 2025 13:00 IST
ଘରୋଇ ବସ ସହ ବାଇକ ମୁହାଁମୁହିଁ : ୨ କଲେଜ ଛାତ୍ରଙ୍କ ମୃତ୍ୟୁ
ରାୟଗଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ଏକ ଘରୋଇ ବସ ସହ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି ।ମୃତକ ଦ୍ବୟ ହେଲେ ଦେବେନ୍ଦ୍ର ଶବର ଗୁଡ଼ାରି ସୌରା ସାହିର ହୋଇଥିବା ବେଳେ ଅନ୍ୟ ଜଣେ ମୃତକ ପେଂଡ଼ିଲି ପଂଚାୟତ ବଡ଼ଗୁଡା ଗ୍ରାମର ବିଷ୍ଣୁ ଶବର ବୋଲି ଜଣାପଡିଛି ।ମୃତ ଦୁଇ ଛାତ୍ର କଲନରା ବ୍ଲକ ବାଡ଼ିସୋଲା ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ବୋଲି ଜଣାପଡିଛି ।
ଗୁରୁବାର ସକାଳୁ ମୃତ ଦୁଇ ଛାତ୍ର ବାଇକ ଯୋଗେ କଲେଜକୁ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।ଉଭୟଙ୍କୁ ଉଦ୍ଧାର କରି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଅପରପକ୍ଷେ ରାମନାଗୁଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ଗତ ନଭେମ୍ବର ମାସ ସୁଦ୍ଧା ୧୩୧ ଜଣ ବିଭିନ୍ନ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡିଛି I ଚଳିତ ଡିସେମ୍ବର ମାସରେ ବିଭିନ୍ନ ଦୁର୍ଘଟଣାରେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି I ଅଧିଳାଂଶ ମୃତ୍ୟୁ ବାଇକ ଦୁର୍ଘଟଣା ଯୋଗୁଁ ହେଉଥିବା ଜଣା ପଡିଛି I
-
Dec 11, 2025 12:53 IST
ଶୀତରେ ହାତଗୋଡ଼ କୋଲ ମାରିଲା: ରାଜ୍ୟର ୧୬ ସହର ୧୦ ଡିଗ୍ରି ତଳେ, ସେମିଲିଗୁଡ଼ା ୩.୫ ଡିଗ୍ରି, ଭୁବନେଶ୍ବର ୧୩ ଡିଗ୍ରି
ଭୁବନେଶ୍ୱର : ଓଡ଼ିଶାରେ ଶୀତ ଲହରୀ ବଢ଼ିବାରେ ଲାଗିଛି। ସେମିଲିଗୁଡ଼ାରେ ତାପମାତ୍ରା ରେକର୍ଡ ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି। ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି। ଶୀତରେ ହାତଗୋଡ଼ କୋଲ ମାରିଯାଉଛି।
-
Dec 11, 2025 11:45 IST
ଭୁବନେଶ୍ୱରରୁ ୮ ବିମାନ ଉଡ଼ାଣ ବାତିଲ
ଭୁବନେଶ୍ୱର: ଇଣ୍ଡିଗୋ ସଙ୍କଟ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ୧୧ ଡିସେମ୍ବର ୨୦୨୫ରେ ନିର୍ଦ୍ଧାରିତ ପ୍ରସ୍ଥାନ ସହିତ ଆଠ ବିମାନର ଉଡ଼ାଣ ବାତିଲ କରାଯାଇଛି।
-
Dec 11, 2025 09:24 IST
ଇକୋ ପାର୍କ ନିକଟରେ ଗୁଳିମାଡ
ଅନୁଗୁଳ: ସ୍ଥାନୀୟ ଶିକ୍ଷକପଡାରେ ଥିବା ଇକୋ ପାର୍କ ନିକଟରେ ଗୁଳି ମାଡ଼ ହେଇଛି। ଏଥିରେ ଭବାନୀ ଶଙ୍କର ପ୍ରଧାନ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଅନ୍ୟ ଜଣେ ଆହତ ହେଇଛନ୍ତି। ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବୁଢାବାର ରାତି ପ୍ରାୟ ସାଢେ ଏଗାରଟା ସମୟରେ ଏହି ଗୁଳିକାଣ୍ଡ ଘଟିଛି। ୩ ଜଣ ଦୁର୍ବୃତ ଏକ ମଟର ସାଇକଲରେ ଆସି ଗୁଳି ଚଳାଇ ଫେରାର ହେଇ ଯାଈଥିଲେ। ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଂଚି ଛନଭିନ ଆରମ୍ଭ କରିଛି।
-
Dec 11, 2025 08:49 IST
ଇଥାନଲ୍ କାରଖାନାକୁ ବିରୋଧ: ଗ୍ରାମବାସୀ-ପୁଲିସ ମୁହାଁମୁହିଁ
ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ରାଥିଖେଡା ଗାଁରେ ଇଥାନଲ୍ କାରଖାନା ପ୍ରତିଷ୍ଠାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ପ୍ରତିବାଦ ବୁଧବାର ହିଂସାତ୍ମକ ହୋଇଛି। ଚାଷୀମାନେ ପ୍ଲାଣ୍ଟର ନିର୍ମାଣାଧୀନ କାନ୍ଥ ଭାଙ୍ଗିଦେବାରୁ ପୁଲିସ ଲାଠିଚାର୍ଜ କରିଥିଲା। ଚାଷୀ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଚାଷୀମାନେ ପୁଲିସ କର୍ମଚାରୀ ଏବଂ ପ୍ରଶାସନର ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ। ସେମାନେ ପୁଲିସ ଉପରେ ପଥର ମାଡ଼ ମଧ୍ୟ କରିଥିଲେ। ଜବାବରେ ପୁଲିସ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିଥିଲା। ରାଥିଖେଡା ଗାଁରେ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ଏକ ଇଥାନଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି। ଚାଷୀମାନେ ଏହାକୁ ବିରୋଧ କରୁଛନ୍ତି। ସେମାନେ କହିଛନ୍ତି ଯେ ପ୍ଲାଣ୍ଟ ସ୍ଥାପନ କରିବା ଦ୍ୱାରା ଅଞ୍ଚଳରେ ପ୍ରଦୂଷଣ ବ୍ୟାପିବ।
-
Dec 11, 2025 08:38 IST
କ୍ଷମା ମାଗିଲେ ଇଣ୍ଡିଗୋ ଅଧ୍ୟକ୍ଷ
ଘରୋଇ ବିବାନ କମ୍ପାନି ‘ଇଣ୍ଡିଗୋ’ ବିଗତ ଏକ ସପ୍ତାହ ଧରି ଉତ୍ତମ ସେବା ଯୋଗାଇବାରେ ବିଫଳ ହୋଇଛି। ଇଣ୍ଡିଗୋ ପ୍ରତି ଗ୍ରାହକ ମୁହଁ ଫେରାଇଥିବା ବେଳେ ସରକାର ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି। ଏହାରି ମଧ୍ୟରେ କଂପାନିର ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟ୍ଟା ପରିଚାଳନାଗତ ସଙ୍କଟ ଯୋଗୁଁ ହୋଇଥିବା ବିମାନ ବାଧା ପାଇଁ ଯାତ୍ରୀମାନଙ୍କୁ କ୍ଷମା ମାଗିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ଉଡ଼ାଣ ବାତିଲ ହେବା ଦ୍ୱାରା ହଜାର ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ ଏବଂ ବିମାନ କମ୍ପାନି ସେମାନଙ୍କ ଆଶା ପୂରଣ କରିପାରି ନଥିଲା। କମ୍ପାନି ଅନିୟମିତତାର ତଦନ୍ତ କରିବ ଏବଂ ଭବିଷ୍ୟତରେ ଏପରି ପରିସ୍ଥିତିକୁ ଏଡାଇବା ପାଇଁ ପଦକ୍ଷେପ ନେବ।
-
Dec 11, 2025 08:29 IST
ଶିମିଳିପାଳରେ ଶିକାରୀ ଗ୍ୟାଙ୍ଗ ଧରାପଡ଼ିଲା: ଦେଶୀ ବନ୍ଧୁକ, ଫାଶ ଓ ଶୁଖିଲା ବଣୁଆ ମାଂସ ଜବତ
ବାରିପଦା: ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ AI ଯୁକ୍ତ ଇନଫ୍ରାରେଡ୍ କ୍ୟାମେରା ଓ ଟ୍ରାପ୍ କ୍ୟାମେରା ଲଗାଯିବା ପରେ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରହିଛି। ଏହି ଗୁଇନ୍ଦା କ୍ୟାମେରାର ସୂଚନା ଓ ଗୁଇନ୍ଦା ତଥ୍ୟ ଆଧାରରେ ଗତକାଲି (୯ ଡିସେମ୍ବର) ଜେନାବିଲ ରେଞ୍ଜ ଅଧୀନ ଜଡ଼ିଦା ଗ୍ରାମରୁ ୫ ଜଣ କଟ୍ଟର ଶିକାରୀଙ୍କୁ ଗିରଫ କରିଛି ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ।
-
Dec 11, 2025 08:25 IST
ରୁଷ୍ର ବଡ଼ବଜାରକୁ ଗିଳିଦେଲା ନିଆଁ
ରୁଷିଆର ସବୁଠାରୁ ବଡ଼ ବଜାର ‘ସେଣ୍ଟ ପିଟର୍ସବର୍ଗ’ରେ ଏକ ବିସ୍ଫୋରଣ ପରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ସମଗ୍ର ବଜାର କମ୍ପ୍ଲେକ୍ସରେ ଆତଙ୍କ ସୃଷ୍ଟି କରିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ରୁଷିଆର ଗଣମାଧ୍ୟମ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ସେଣ୍ଟ ପିଟର୍ସବର୍ଗ ସହରର ସବୁଠାରୁ ବଡ଼ ବଜାରରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ପୂର୍ବରୁ ଘଟଣାସ୍ଥଳରେ ଗୋଟିଏ ପରେ ଗୋଟିଏ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଏହା ପରେ ସମଗ୍ର ବଜାର କମ୍ପ୍ଲେକ୍ସ ନିଆଁରେ ପୋଡ଼ି ଯାଇଥିଲା। ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।
Fire gutted in Russia market. Photograph: (File) -
Dec 11, 2025 07:46 IST
ଗୋଆ ନାଇଟ୍ କ୍ଲବରେ ଉତ୍ତେଜନା ବେଳେ ବିଦେଶ ଯିବାକୁ ଯୋଜନା କରୁଥିଲେ ମାଲିକ: ସୂତ୍ର
ନୂଆଦିଲ୍ଲୀ: ଗତ ୬ ତାରିଖ ରାତିରେ ଗୋଆର ଏକ ନାଇଟ୍ କ୍ଲବରେ ବଡ଼ ଅଗ୍ନିକାଣ୍ଡ ଘଟଣା ନେଇ ତଦନ୍ତ ସମୟରେ ନୂତନ ପ୍ରମାଣ ସାମ୍ନାକୁ ଆସିଛି। କ୍ଲବରେ ଉତ୍ତେଜନା ପରେ ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ନାଇଟ୍ କ୍ଲବର ମାଲିକ, ସୌରଭ ଏବଂ ଗୌରବ ଲୁଥ୍ରା ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଯୋଜନା କରିଥିଲେ। ଥାଇଲ୍ୟାଣ୍ଡକୁ ବିମାନ ଟିକେଟ୍ ମଧ୍ୟ ବୁକ୍ କରାଯାଇଥିଲା। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଲୁଥ୍ରା ଭାଇମାନେ ଡିସେମ୍ବର ୭ ଗୋଟିଏ ୧୭ ମିନିଟ୍ରେ MakeMyTrip ଯାତ୍ରା ପ୍ଲାଟଫର୍ମରେ ଲଗ୍ ଇନ୍ କରିଥିଲେ। ଏହି ସମୟରେ ଗୋଆ ପୁଲିସ ଏବଂ ଅଗ୍ନିଶମ ସେବା ଆରପୋରାର ନାଇଟ୍ କ୍ଲବରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। କିଛି ଘଣ୍ଟା ପରେ ଇମିଗ୍ରେସନ୍ ରେକର୍ଡ ଦର୍ଶାଉଛି ଯେ ସେମାନେ ସକାଳ ୫ଟା ୩୦ରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ 6E 1073 ବୁକ୍ କରି ଫୁକେଟ୍ ଅଭିମୁଖେ ଯାତ୍ରା କରିଥିଲେ।
-
Dec 11, 2025 07:13 IST
'ଗୋଲ୍ଡ କାର୍ଡ' ଭିସା କାର୍ଯ୍ୟକ୍ରମ ଆରମ୍ଭ କଲା ଆମେରିକା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ୱାଇଟ୍ ହାଉସରେ ବ୍ୟବସାୟ ନେତାମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ବହୁ ପ୍ରତୀକ୍ଷିତ ‘ଟ୍ରମ୍ପ୍ ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କାର୍ଡର ଶୁଭାରମ୍ଭ ଘୋଷଣା କରି ଟ୍ରମ୍ପ କହିଛନ୍ତି ଯେ ଏହା କିଛି ପରିମାଣରେ ଗ୍ରୀନ୍ କାର୍ଡ ପରି, କିନ୍ତୁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁବିଧା ରହିଛି।
Follow Us
/fit-in/580x348/filters:format(webp)/sambad/media/media_files/2025/04/25/eR9eIpqXrZO3LGVmn27m.jpg)