🔴 LIVE | News Updates 3 February 2026: ୟୁମନାମ୍ ଖେମଚାନ୍ଦ ସିଂହ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ; ରାଜ୍ୟରେ କନ୍ୟା ବିବାହ ଯୋଜନା ଶୁଭାରମ୍ଭ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Tuesady

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Feb 03, 2026 23:02 IST

    ପୁଲିସ ପଞ୍ଝାରେ ୪ ଜଣିଆ ଡକାୟତି ଗ୍ୟାଙ୍ଗ୍‌

    ଯାଜପୁର: ଯାଜପୁରରୋଡ଼ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ ସୋବରା ଗାଁ ପଡ଼ିଆରେ ୪/୫ ଜଣ ଯୁବକଙ୍କୁ କାବୁ କରିଛି। ସେମାନେ ହେଲେ କୋରେଇ ଥାନା ପୂର୍ବକୋଟ ଅଞ୍ଚଳର ମାଇକେଲ ଗଣପତି(୨୪), କାଳୀ ଦାସ(୨୬), ଅର୍ଜୁନ ଦାସ(୨୯) ଓ ଗଂଜାମ ଜିଲ୍ଲା ଆସ୍କା ଥାନା ବସ୍‌ଷ୍ଟାଣ୍ଡ ସାହିର ଏମ୍ ଅଜୟ(୨୫)। ସୋବରା ଗାଁ ପଡ଼ିଆରେ ସେମାନେ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ପୁଲିସକୁ ଗ୍ରାମବାସୀ ଖବର ଦେଇଥିଲେ। ପୁଲିସ ସଦଳବଳେ ସେଠାରେ ପହଞ୍ଚିବା ପରେ ସେମାନେ ଖସିଯିବାକୁ ଉଦ୍ୟମ କରୁଥିଲେ। ହେଲେ ୪ ଜଣ ଯୁବକଙ୍କୁ ପୁଲିସ ମାଡ଼ିବସିଥିଲା। ଘଟଣା ସ୍ଥଳରୁ ୬ଟି ୭.୬୫ମିମି ଜୀବନ୍ତ ଗୁଳି ସହ ୩ଟି ମଟର ସାଇକେଲ, ୩ଟି ମୋବାଇଲ, ଗୋଟିଏ ଲେଖାଏଁ ଖଣ୍ଡା, କଟୁରି, ତାର କଟର, ଛୁରୀ ଓ ନଗଦ ୧୨୭୬ ଟଙ୍କା ଜବତ କରାଯାଇଛି। ଏନେଇ ପୁଲିସ୍ ପକ୍ଷରୁ ୮୬/୨୬ରେ ମାମଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ଧାରା ୩୧୦(୪)/୩୧୦(୫) ବିଏନ୍‌ଏସ ଓ ଆରଡବ୍ଲୁ ଧାରା ୨୫(୧)ରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

  • Feb 03, 2026 22:42 IST

    ଆଦିବାସୀ ମେଳାରେ କ୍ଷୁଦ୍ର ନାଟକ ‘ବୀରପୁତ୍ର କୃତ୍ତିବାସ’ ପରିବେଷିତ 

    ଭୁବନେଶ୍ବର: ଆଦିବାସୀ ମେଳାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହୋଇଯାଇଛି କ୍ଷୁଦ୍ର ନାଟକ। ଆଜି ଆଦିବାସୀ ମେଳା ମଞ୍ଚରେ କ୍ଷୁଦ୍ର ନାଟକ ‘ବୀରପୁତ୍ର କୃତ୍ତିବାସ’ ପରିବେଷଣ କରାଯାଇଛି। ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀଙ୍କ ଜୀବନ ଓ ଚରିତ୍ରକୁ ନେଇ ରଚିତ ଏହି କ୍ଷୁଦ୍ର ନାଟକ। କୃତିବାସ ପାଟ୍ଟଶାଣୀ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ୧୮୩୬ ମସିହାରେ ବାଣପୁରରେ ସଶସ୍ତ୍ର ସଂଗ୍ରାମ କରି ତିନି ଦିନ ପାଇଁ ଏହାକୁ ସ୍ୱାଧୀନ କରି ଦେଇଥିଲେ। ବାଣପୁର ପାଇକ ବିଦ୍ରୋହର ସେ ଥିଲେ ନେତା। ପରେ ଆତ୍ମୀୟଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଇଂରେଜ ସରକାର ଗିରଫ କରି ଫାସୀ ଦେଇଥିଲେ। 

    Tribal

    ଏହି ଐତିହାସିକ ମହାନ ବିପ୍ଲବୀଙ୍କ ଜୀବନିକୁ ନେଇ ନାଟକ ପରିବେଷଣ କରିଥିଲେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କର୍ମଚାରୀ ଓ ଅଧିକାରୀ। ଏହି ନାଟକର ନିର୍ଦ୍ଦେଶନା  ଅନନ୍ତ କିଶୋର ସାହୁ କରିଥିବା ବେଳେ ସହ ନିର୍ଦ୍ଦେଶନା ଦେଇଛନ୍ତି ଯୁଗଳ କିଶୋର ମହାନ୍ତି ଓ ରାଜକିଶୋର ନାୟକ। ଏଥିସହ ଏହି ନାଟକକୁ ରଚନା କରିଛନ୍ତି ସ୍ବର୍ଗତ ପର୍ଶୁରାମ ହରିଚନ୍ଦନ।  

  • Feb 03, 2026 22:31 IST

    ଜୁଆଆଡ୍ଡାରେ ଚଢ଼ାଉ, ୭ଅଭିଯୁକ୍ତ ଗିରଫ 

    ngp-jua

    ନବରଙ୍ଗପୁର:  ନବରଙ୍ଗପୁର ଟାଉନଥାନା ଅର୍ନ୍ତଗତ ନୂଆଗୁଡା ଗାଁର କାଜୁବାଡରେ ଚାଳିଥିବା ଜୁଆ ଆଡ୍ଡାରେ ଗତକାଲି ମଧ୍ୟରାତ୍ରରେ ଚଢ଼ାଉ କରି  ପୁଲିସ  ଘଟଣାସ୍ଥଳରୁ ସାତ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି। ସେମାନେ ସମସ୍ତେ ନବରଙ୍ଗପୁର ସହରର ବାସିନ୍ଦା ଏବଂ ଟଙ୍କା ବାଜି ଲଗାଇ ତାସ ଖେଳୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି ବୋଲି କହିଛନ୍ତି ଥାନା ଅଧିକାରୀ ସମ୍ବିତ ବେହେରା। ଜୁଆ ଆଡ୍ଡାରୁ ନଗଦ ୪୦,୫୬୦ ଟଙ୍କା ଏବଂ ୧୦୪ ଖଣ୍ଡ ତାସ ଜବତ କରାଯାଇଛି। ଜୁଆ ଆଡ୍ଡା ଉପରେ ହୋଇଥିବା ଚଢ଼ାଉ ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନେତୃତ୍ବରେ ଆଇଆଇସି ଶ୍ରୀ ବେହେରା, ଏସଆଇ ସବିର ଅହମ୍ମଦ, ଏଏସଆଇ ତୁଳସୀରାମ ପୂଜାରୀ ଏବଂ ଅନ୍ୟାନ୍ୟ ପୁଲିସ କର୍ମଚାରୀମାନେ ଭାଗ ନେଇଥିଲେ।

  • Feb 03, 2026 22:28 IST

    ‘କ୍ୟାସିଓ’ର ସ୍ବତନ୍ତ୍ର ଆଉଟ୍‌ଲେଟ୍‌

    casio

    ଭୁବନେଶ୍ବର: କମଲ ୱା‌ଚ୍‌ ପକ୍ଷରୁ ସହିଦନଗରରେ ଜାପାନର ଅଗ୍ରଣୀ ହାତଘଣ୍ଟା ବ୍ରାଣ୍ଡ୍‌ କ୍ୟାସିଓର ସ୍ବତନ୍ତ୍ର ଆଉଟ୍‌ଲେଟ୍‌ ‘କମଲ ୱାଚ୍‌ ବାଏ କ୍ୟାସିଓ’ ଖୋଲାଯାଇଛି। ଏହାକୁ କ୍ୟାସିଓର ନିର୍ଦ୍ଦେଶକ ହିରୋ ଫୁମି-ଇନୋ, କମଲ ୱାଚ୍‌ର ନିର୍ଦ୍ଦେଶକ ରାଜେନ୍ଦ୍ର ତୋତଲା ଉଦ୍‌ଘାଟନ କରିଥିଲେ। କମଲ୍‌ ୱାଚ୍‌ର ପ୍ରବନ୍ଧକ ଶାନ୍ତନୁ ମହାପାତ୍ର ଉପସ୍ଥିତ ଥିଲେ। ରାଜ୍ୟରେ ଏହା ହେଉଛି କମଲ ୱାଚ୍‌ର ସପ୍ତମ ଓ ଭୁବନେଶ୍ବରରେ ଷଷ୍ଠ ଷ୍ଟୋର୍‌। ଏହି ଷ୍ଟୋର୍‌ରେ ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ କ୍ୟାସିଓର ଅତ୍ୟନ୍ତ ଭରସାଯୋଗ୍ୟ ହାତଘଣ୍ଟା ରହିଛି। ‌ସେଗୁଡ଼ିକର ମୂଲ୍ୟ ୫ହଜାର ଟଙ୍କାରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ଷ୍ଟୋର୍‌ରେ ଗ୍ରାହକମାନେ ଜି-ସକ୍‌, ଏଡିଫିସ୍‌, ଏଣ୍ଟାଇଚର୍‌, ସିନ୍ ଓ ଭିଣ୍ଟେଜ୍‌ ଭଳି ମଡେଲ୍‌ ପାଇପାରିବେ। 


  • Feb 03, 2026 21:51 IST

    ଭାରତୀୟ ଦଳରେ ମନ୍ମୟ

    03bbs_55_03022026_112

    ଭୁବନେଶ୍ବର: ପଞ୍ଜାବର ଲୁଧିଆନାଠାରେ ଚଳିତ ଫେବ୍ରୁଆରି ୩-୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଦ୍ବିତୀୟ କନିଷ୍ଠ ଏସୀୟ ସଫ୍ଟ ଟେନିସ୍ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳରେ ଓଡ଼ିଶାର ମନ୍ମୟ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଏଥିଲାଗି ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିଲାଗି ମଙ୍ଗଳବାର ତାଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଶୁଭକାମନା ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି। ମନ୍ମୟ ଏହା ପୂର୍ବରୁ ଥାଇଲାଣ୍ଡର ପଟାୟାଠାରେ ଆୟୋଜିତ ୧୫ବର୍ଷରୁ କମ୍‌ ବିଶ୍ବ ଟୁର୍‌ ଅନ୍ତର୍ଜାତୀୟ ସଫ୍‌ଟ ଟେନିସ୍‌ ପ୍ରତିଯୋଗିତାରେ ମଧ୍ୟ ଭାରତର ପ୍ରତିନିଧିତ୍ବ କରିଥିଲେ।

  • Feb 03, 2026 21:50 IST

    ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦରେ କିଟ୍‌ର ୯ ଛାତ୍ରଛାତ୍ରୀ

    03bbs_72_03022026_112

    ଭୁବନେଶ୍ବର: ଚୀନର ତିଆଁଜିଁରେ ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ବାଦଶ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦ ପ୍ରତିଯୋଗିତାରେ କିଟ୍‌ ବିଶ୍ବବିଦ୍ୟାଳୟର ୯ ଛାତ୍ରଛାତ୍ରୀ ଭାରତରୁ ପ୍ରତିନିଧିତ୍ବ କରିବେ। ଭାରତୀୟ ‌ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ୧୭ ଜଣିଆ ଦଳ ଏହି ପ୍ରତିଯୋଗିତାକୁ ପଠାଉଛି। ଏଥିରେ କିଟ୍‌ର ଅଧାରୁ ଅଧିକ ପିଲା ରହିବା ବିଶ୍ବବିଦ୍ୟାଳୟ ପାଇଁ ଗୌରବ ଆଣିଛି। ପୁରୁଷ ବର୍ଗରେ କିଟ୍‌ ଛାତ୍ର ମଣିକାନ୍ତ ହୋବ୍ଲିଧର (୬୦ ମିଟର ଦୌଡ଼), ତେଜାସ ଶିର୍ଷେ (୬୦ ମିଟର ବାଧାଦୌଡ଼), ପ୍ରବୀଣ ଚିତ୍ରାଭେଲ (ଲଙ୍ଗ୍‌ଜମ୍ପ୍‌), ସମରଦୀପ ସିଂହ ଗିଲ୍‌, ତଜିନ୍ଦର ପାଲ୍‌ ସିଂହ (ସଟ୍‌ପୁଟ୍‌), ତେଜସ୍ବୀନ ଶଙ୍କର (ହେପ୍ଟାଥଲନ୍‌) ରହିଛନ୍ତି। ମହିଳାରେ କିଟ୍‌ ଛାତ୍ରୀ ମୌମିତା ମଣ୍ଡଲ (୬୦ ମିଟର ବାଧାଦୌଡ଼ ଓ ଲଙ୍ଗ୍‌ଜମ୍ପ୍‌), ଆନ୍‌ସି ସୋଜାନ ଏଡାପିଲ୍ଲୀ (ଲଙ୍ଗ୍‌ଜମ୍ପ୍‌) ଏବଂ ଓଡ଼ିଆ ଝିଅ ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ (୬୦ ମିଟର ବାଧାଦୌଡ଼)। ଏହି ଭାରତୀୟ ଦଳ ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଅଭ୍ୟାସ କରୁଥିଲେ। କିଟ୍‌, କିସ୍‌ ଓ କିମ୍‌ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

     

     

  • Feb 03, 2026 21:49 IST

    ଶୀତ ମହୋତ୍ସବ ‘ତୁଷାର’ ଉଦ୍‌ଘାଟିତ

    IMG_20260203_194415

    ଘୁ.ଉଦୟଗିରି: ସ୍ଥାନୀୟ ସହରର ଶ୍ରୀରାମପଦାସ୍ଥିତ କଳିଙ୍ଗ ମିନି ଷ୍ଟାଡିୟମ ରେ ୫ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଘୁ.ଉଦୟଗିରି ଶୀତ ମହୋତ୍ସବ ‘ତୁଷାର’ ଆଜି ବର୍ଣ୍ଣାଢ୍ୟ ପରିବେଶରେ ଅତିଥିଙ୍କ ଗହଣରେ ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବ କମିଟି ସଭାପତି ଜ୍ଞାନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚାରଣ ମଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ସ୍ଥାନୀୟ ବିଡ଼ିଓ ସତ୍ୟନାରାୟଣ ମିଶ୍ର, ଏନ୍‌ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ତହସିଲଦାର ରଞ୍ଜନ ସାହୁ ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ୱାଇଁ ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ଯୋଗ ଦେଇ ପ୍ରଥମେ ଜଗତର ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ପରେ ସ୍ଥାନୀୟ ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅତିଥି ମାନେ ଶୀତ ମହୋତ୍ସବ ତୁଷାର ସଂସ୍କୃତି ପରମ୍ପରା ର ମିଳନ ସ୍ଥଳ ରେ ଭାଇଚାରାର ଅପୂର୍ବ ମିଳନ ଶୀତୁଆ ସନ୍ଧ୍ୟାକୁ ସମସ୍ତ ଅଞ୍ଚଳବାସୀ ବହୁସଂଖ୍ୟାରେ ଉପସ୍ଥିତ ରହି ଏହି ଅଞ୍ଚଳର ଗର୍ବ ବୃଦ୍ଧି କରିବା ସହ ଏହି ଉଶ୍ଚବ ମାଧ୍ୟମରେ ଏହି ଅଞ୍ଚଳର ସଂସ୍କୁତି, ପରମ୍ପରା ପର୍ଯ୍ୟଟନର ବିକାଶର ପ୍ରୟାସ କରିଥିବା ବେଳେ ଆଶୁତୋଷ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ତହସିଲଦାର ରଞ୍ଜନ ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ।ପରେ ସ୍ଥାନୀୟ ଅଞ୍ଚଳର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

  • Feb 03, 2026 21:18 IST

    ବିଦ୍ୟାଳୟରେ ବାର୍ଷିକ ଉତ୍ସବ

    NGP

    ମୈଦଲପୁର: ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଛିl ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ୍ୟ ମୋତିରାମ ନାୟକ, ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ଜାନି , ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପଂଚାୟତ ସମିତି ଅଧକ୍ଷ୍ୟ ହେମଲତା ମାଝୀ, ଉପାଧକ୍ଷ୍ୟ ସୁଶାନ୍ତ କୁମାର ବେହେରା, ବିଡ଼ିଓ କପିଳଦେବ ସାହୁ, ଗୋଷ୍ଠୀ ଶିକ୍ଷା ଅଧକାରୀ ସୁଦୀପ୍ତ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟା ଡ଼. ଲିପିକା ମାଝୀ, ବିଶିଷ୍ଟ ଶିକ୍ଷାବିତ ପ୍ରତାପ ଚନ୍ଦ୍ର ପଟନାୟକ, ସରପଞ୍ଚ ବବିତା ମାଝୀ ଓ ସମିତି ସଭ୍ୟ ସୁତମ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ l ଅତିଥି ମାନଂକୁ ପ୍ରଥମେ ପହଂଚିବା ପରେ ସ୍କୁଲ ଯାଏଁ ପାଛୋଟି ନିଆଯାଇଥିଲାl ପିଲାମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲାl ୧୩ଜଣ ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲାl ନାଚ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲାl ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଙ୍କଜ ବିଶୋଇ, ପଞ୍ଚସଖା ଶିକ୍ଷା ସେତୁ ସବ୍ୟସାଚୀ ବିଶୋଇ, ଭାରପ୍ରାପ୍ତ ଅଧକ୍ଷ୍ୟ ବିଦ୍ୟାଧର ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟା, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେl

  • Feb 03, 2026 21:10 IST

    ଫେବ୍ରୁଆରି ୧୨ରେ ଏନ୍‌ଏସି ବିଜ୍ଞପ୍ତି: ତିହିଡ଼ି-ଧୁଷୁରୀ ପାଇଁ ହେବ ସୀମା ନିର୍ଧାରଣ 

    ଭଦ୍ରକ: ରାଜ୍ୟ ସରକାର ନୂଆ ଏନଏସି ପାଇଁ ସୀମା ନିର୍ଦ୍ଧାରଣ କରିବାକୁ ଆସିଲା ଆଦେଶ। ରାଜ୍ୟ ସରକାର ଏଥିପାଇଁ ଆଦେଶ ଦେବା ପରେ ଫେବ୍ରୁଆରି ୧୨ରେ ଭଦ୍ରକ ଜିଲ୍ଲାପାଳ ଧୁଷୁରୀ ଓ ତିହିଡ଼ି ପାଇଁ ନୂଆ ଏନଏସିର ନୋଟିଫିକେସନ୍ କରିବେ। ଏହି ଏନଏସିର  ସୀମା ନିର୍ଦ୍ଧାରଣ ଆରମ୍ଭ ହେବ। ୨୦୧୧ ଜନଗଣନା ଅନୁଯାୟୀ ଲୋକସଂଖ୍ୟାକୁ ଆଧାର କରି  ଭଦ୍ରକ ଜିଲ୍ଲାରେ  ଦୁଇଟି ଏନଏସି ଗଠନ ହୋଇଛି। ଖୁବ୍‌ ଶୀଘ୍ର ଏହାର ନିର୍ବାଚନ ହେଉଥ‌ିବାରୁ ଧାମନଗର ବିଡିଓଙ୍କୁ ଏହି ଦୁଇ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଭାବେ ନିଯୁକ୍ତି ଦିଆଯାଇ ଅର୍ଥନୈତିକ କ୍ଷମତା ବି ପ୍ରଦାନ କରାଜାଉଛି। ଉନ୍ନୟନ କାମ ପାଇଁ ଦୁଇଟି ଏନଏସି ପାଇଁ ୨ କୋଟି ୩ ଲକ୍ଷ ଟଙ୍କା ସରକାର ପ୍ରଦାନ କରିଛନ୍ତି। ଆସନ୍ତା  ଫେବ୍ରୁଆରୀ ୧୨ରେ ନୂଆ ଏନଏସିର ନୋଟିଫିକେସନ୍ ହେବା ପରେ ସମ୍ପୃକ୍ତ ଅଞ୍ଚଳର  ପଞ୍ଚାୟତ ଗୁଡ଼ିକର କ୍ଷମତା ଅପସାରଣ ହେବ। ଫେବ୍ରୁଆରୀ  ୧୨ ତାରିଖ ଠାରୁ ବିଡିଓ ତହସିଲଦାର ମିଳିତ ଭାବେ ଏହି ନୂଆ ଏନଏସିର ସୀମା ନିର୍ଦ୍ଧାରଣ କରିବେ। ନୂଆ ଏନଏସି ପାଇଁ ୭ଟି ରାଜସ୍ବ ଗ୍ରାମ ଚିହ୍ନଟ ହୋଉଛି। ଫେବ୍ରୁଆରି ୧୫ ତାରିଖ ଆଡ଼କୁ ତିହିଡ଼ି ନୂଆ ଏନଏସିର କାର୍ଯ୍ୟାଳୟ ଉଦ୍‌ଘାଟନ ହେବ ବୋଲି  ଜଣାପଡ଼ିଛି।

  • Feb 03, 2026 20:59 IST

    ବିଧାନସଭା ଗୃହକମିଟିର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଗସ୍ତ

    Khandapada

    ଭୁବନେଶ୍ବର: ବିଧାନସଭା ଗୃହକମିଟିର କାଗଜ ଉପସ୍ଥାପନା ଷ୍ଟାଣ୍ଡିଙ୍ଗ କମିଟିର ସମ୍ମାନନୀୟ ସଦସ୍ୟମାନେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଭାପୁର ବ୍ଲକ ଅନ୍ତର୍ଗତ ମଣିପୁର ଅଞ୍ଚଳରେ ୧୨୦ଏକରରେ ବ୍ୟାପିଥିବା କାଚରାପାଟକୁ ଅନୁଧ୍ୟାନ କରିଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପାଟର ବର୍ତ୍ତମାନ ସ୍ଥିତି, ଜଳଧାରଣ କ୍ଷମତା, ସିଚାଇ ବ୍ୟବସ୍ଥା, ରକ୍ଷା-ରକ୍ଷଣ କାର୍ଯ୍ୟ ଓ ସ୍ଥାନୀୟ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା। ଏଥି ସହିତ ପାଟର ଉନ୍ନତିକରଣ କରି ଆଧୁନିକ ପ୍ରଣାଳୀରେ ମାଛ ଚାଷ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ଏହି କାର୍ଯ୍ୟକ୍ରରେ ଏହି କମିଟି ର ଅଧକ୍ଷ ଦୁଷ୍ମନ୍ତ ସ୍ୱାଇଁ ଙ୍କ ନେତୃତ୍ଵ ରେ କମିଟି ର ସଦସ୍ୟ ବିଧାୟକ ଛବୀ ମଲ୍ଲିକ, ବିଧାୟକ ରପେଶ ପାଣିଗ୍ରାହୀ, ବିଧାୟକ ଲକ୍ଷ୍ମଣ ବାଗ,ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। 

  • Feb 03, 2026 20:51 IST

    ଜାତୀୟ ପାରା ତୀରନ୍ଦାଜି: ଇତିହାସ ରଚିଲେ ପାୟଲ

    03bbs_86_03022026_112

    ଭୁବନେଶ୍ବର: ପଞ୍ଜାବର ପତିଆଲାରେ ଚାଲିଥିବା ସପ୍ତମ ଜାତୀୟ ପାରା ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶା ପାୟଲ ନାଗା ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି। ରୢାଙ୍କିଂ ରାଉଣ୍ଡରେ ରୌପ୍ୟ ଏବଂ ବ୍ୟକ୍ତିଗତ ଇଭେଣ୍ଟ୍‌ରେ କାଂସ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପିଲାଦିନେ ଏକ ଦୁର୍ଘଟଣାରେ ପାୟଲଙ୍କ ଦୁଇଟି ଯାକ ହାତ ଓ ଗୋଡ଼ ନଷ୍ଟ ହୋଇଯାଇଥିଲା। ବହୁ ଘାତ ପ୍ରତିଘାତ ଭିତରେ ଏହାକୁ ନ ଦେଖି ସେ ତୀରନ୍ଦାଜ ହୋଇପାରିଛନ୍ତି। ଅଙ୍ଗବିହୀନ ତୀରନ୍ଦାଜି ପ୍ରତିଯୋଗିତାରେ ସେ ଖେଳି ନିଜର ଚମକ ଦେଖାଇଛନ୍ତି। କଠୋର ତାଲିମ ନେଇ ନିଜକୁ ବିକଶିତ କରିଛନ୍ତି ସେ। ଅସାଧାରଣ ସନ୍ତୁଳନ ଓ ଅନନ୍ୟ ତୀରଚାଳନା କୌଶଳ ବ୍ୟବହାର କରି ସେ ପାରାଅଲିମ୍ପିକ୍ ପଦକ ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କ ସହ ତାଳଦେଇ ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ଏହି ଜାତୀୟ ପ୍ରତିଯୋଗିତା ଖାଲି ତାଙ୍କୁ ପଦକ ଦେଇନି, ତାଙ୍କ ମନୋବଳକୁ ବି ବଢ଼ାଇଛି। ପ୍ରଶିକ୍ଷକ କୁଲଦୀପ ବିଦ୍ବାନ କହିଛନ୍ତି ଯେ ‘‘ପାୟଲଙ୍କ ଦୃଢ଼ ନିଷ୍ପତ୍ତି ଓ ନିର୍ଭୀକ ମାନସିକତା ଆଗକୁ ବଢ଼ାଇବାରେ ସାହାଯ୍ୟ କରିଛି। ତାଙ୍କର ଏହି ସଫଳତା ପ୍ରମାଣ କରିଛି ଯେ ଲକ୍ଷ୍ୟ କେବଳ ଶରୀରକୁ ନେଇ ନୁହେଁ ମନରେ ରହିବା ଦରକାର।’’ 

     

  • Feb 03, 2026 20:37 IST

    ନିରାକାରପୁର ଷ୍ଟେସନ ବଜାରରେ ବୁଲିଲା ଖଣ୍ଡା

    1BREAKING NEWS  Monday

    • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ମଧ୍ୟାହ୍ନରେ ସ୍ଥାନୀୟ ନିରାକାରପୁର ଷ୍ଟେସନ ବଜାରରେ ଖଣ୍ଡା ବୁଲିବା ନେଇ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। ଉଭୟ ପକ୍ଷରୁ ମାଡ଼ ପିଟ ଯୋଗୁଁ  ଗୋଟିଏ ଗୋଷ୍ଠୀର ଜୈନକ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଆହତ ହୋଇଥିବା ଜଣାଯାଇଛି। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଘଟଣା ଘଟିବା ସାଧାରଣରେ ଆଲୋଚନା ହେଉଛି। ଏନେଇ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଉଭୟଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଥିବା ନିରାକାରପୁର ପୁଲିସ ସୂତ୍ରରୁ ପ୍ରକାଶ।

  • Feb 03, 2026 19:52 IST

    ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଦ୍ବାରା ସମସ୍ତେ ଉପକୃତ ହେବେ: ମୋଦୀ ଧୈର୍ଯ୍ୟ ଥିଲେ ସବୁ ସମ୍ଭବ

    ନୂଆଦିଲ୍ଲୀ: ବିଜେପି-ନେତୃତ୍ବାଧୀନ ଏନ୍‌ଡିଏ ସଂସଦୀୟ ଦଳର ଏକ ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ- ଆମେରିକା ବାଣିଜ୍ୟ ଚୁକ୍ତିକୁ ଏକ ବଡ଼ ନିଷ୍ପତ୍ତି ବୋଲି କହିଛନ୍ତି। ଏହାଦ୍ବାରା ସମସ୍ତେ ଉପକୃତ ହେବେ ବୋଲି ମୋଦୀ କହିଛନ୍ତି। ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରକୁ ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ କୂଟନୈତିକ ଓ ଅର୍ଥନୈତିକ ପଦକ୍ଷେପ ବୋଲି କହିଛନ୍ତି। ମୋଦୀ କହିଛନ୍ତି, ସମାଲୋଚନା ସତ୍ତ୍ବେ ସରକାର ଧୈର୍ଯ୍ୟ ରଖିଛନ୍ତି ଏବଂ ଏହି ଧୈର୍ଯ୍ୟ ପାଇଁ ହିଁ ଏହି ଐତିହାସିକ ଚୁକ୍ତି ସମ୍ଭବ ହୋଇପାରିଛି। ଏହି ଚୁକ୍ତି ଦେଶ ପାଇଁ ଅତି ସକରାତ୍ମକ ପରିବେଶ ସୃଷ୍ଟି କରିଛି। 

  • Feb 03, 2026 19:34 IST

    ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

    ବରୀ: ଯାଜପୁର ଜିଲ୍ଲା ବରୀ ଥାନା ଅଧୀନ ବାଲିବିଲି ନିକଟ ଦୁଧେଇ ନଳରେ ବୁଡ଼ି ଯୁବକ ମୃତ। ବରୀ କଳାମାଟିଆ ରାସ୍ତାର ଅବସର ପ୍ରାପ୍ତ ସୈନିକ ସଂଘ କାର୍ଯ୍ୟଳୟ ସମ୍ମୁଖ ଖରସ୍ରୋତା ଶାଖା ନଦୀ ଦୁଧେଇ ନାଳ ରେ ମଙ୍ଗଳବାର ଅପରାହ୍ନର ଜଣେ ଯୁବକ ବୁଡି ଯାଉଥିବା ଦେଖି ରାସ୍ତାରେ ଯାଉଥିବା ଜଣେ ଅଟୋ ଚାଳକ ଯୁବକକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ଥିଲେ। ମାତ୍ର ଅଟୋ ଚାଳକ ଯୁବକଙ୍କ ନିକଟରେ ପହଞ୍ଚିବା ପୁର୍ବରୁ ଯୁବକ ଜଣଙ୍କ ନଦୀରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଲୋକେ ବରୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ମାତ୍ର ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବା ଓ ଘଟଣାକୁ ମିଥ୍ୟା ବୋଲି କହି ତର୍ଜମା କରି ସମୟ ଗଡ଼େଇ ଦେଇଥିଲେ। ପରେ ଯୁବକ ଜଣଙ୍କ ନଦୀରେ ବୁଡୁଥିବା ସମୟର ଏକ ଭିଡିଓ  ମୋବାଇଲିରେ ଘୁରୁବୁଲୁଥିବା ଦୃଶ୍ୟ ଦେଖିବା ପରେ ଅଗ୍ନିଶମ ବାହିନୀ ବୋଟ ସହାୟତାରେ ଖୋଜା ଖୋଜି ଆରମ୍ଭ କରିଥିଲେ।

    Bari

    ଘଟଣାସ୍ଥଳରେ ବରୀ ପୁଲିସ୍ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରୁଥିବା ବେଳେ ୧ ଘଣ୍ଟା ଖୋଜିବା ପରେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାର ଦାୟିତ୍ୱରେ ଥିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ନଦୀରେ ବୁଡିଯାଇ ମୃତ ହୋଇଥିବା ଯୁବକ ଜଣଙ୍କ ବରୀ ଥାନା ଅନ୍ତର୍ଗତ ଡିହବାରିଙ୍ଗି ଗ୍ରାମର ବିକ୍ରମ ରାଉତ ଙ୍କ ପୁଅ ସତ୍ୟଜିତ ରାଉତ ୨୬ ବୋଲି ଜଣା ପଡ଼ିଛି। ସେପଟେ ବରୀ ପୁଲିସ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ମୃତ ଯୁବକର ପରିବାର ପକ୍ଷରୁ କୌଣସି ଲିଖିତ ରିପୋର୍ଟ ହୋଇନଥିବାରୁ କୌଣସି ମାମଲା ରଜୁ ହୋଇ ନାହିଁ ବୋଲି ବରୀ ଥାନା ଅଧିକାରିଣୀ ଜ୍ୟୋର୍ତିମୟୀ ସେଠୀ କହିଛନ୍ତି।

  • Feb 03, 2026 19:16 IST

    ସ୍କୁଲ ପ୍ରିନସିପାଲ ନିଲମ୍ବିତ

    Kabita

    • ନବୋଦୟ କ୍ୟାମ୍ପସରେ ଜଣ୍ଡିସ ବ୍ୟାପିବା ଘଟଣା
    • ସ୍କୁଲ ପ୍ରିନସିପାଲ ନିଲମ୍ବିତ
    • ନିଲମ୍ବିତ ନବୋଦୟ ପ୍ରିନ୍‌ସିପାଲ୍ କବିତା କର

  • Feb 03, 2026 19:11 IST

    ୟୁମନାମ୍ ଖେମଚାନ୍ଦ ସିଂହ ହେବେ ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ

    ୟୁମନାମ୍ ଖେମଚାନ୍ଦ ସିଂହ ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ହେବେ

  • Feb 03, 2026 18:11 IST

    ହୋଲି, ଦୀପାବଳିରେ ଗରିବ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର

    Delhi Rekha Gupta government will provide free gas cylinders to poor On Holi and Diwali ann दिल्ली: रेखा गुप्ता सरकार की सौगात, होली-दिवाली पर फ्री गैस सिलेंडर का ऐलान, इन्हें मिलेगा लाभ

    ନୂଆଦିଲ୍ଲୀ: ଦିଲ୍ଲୀର ରେଖା ଗୁପ୍ତା ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବିଜେପି ସରକାର ଚଳିତ ବର୍ଷ ହୋଲି ଏବଂ ଦୀପାବଳିରେ ଗରିବ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବ। କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଗରିବମାନଙ୍କୁ ଏକ ଉପହାର ଦେବାକୁ ଯାଉଛି। ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା ​​ଯେ ଯଦି ଦିଲ୍ଲୀରେ ତାଙ୍କର ସରକାର ଗଠନ ହୁଏ, ତେବେ ଗରିବମାନଙ୍କୁ ହୋଲି ଏବଂ ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଦିଲ୍ଲୀର ପରିବାରକୁ ଅଭିନନ୍ଦନ। ଆମେ ଆଜି ଏକ ପ୍ରତିଶ୍ରୁତି ପୂରଣ କରୁଛୁ। ହୋଲି ଏବଂ ଦୀପାବଳିରେ ମାଗଣା ସିଲିଣ୍ଡର ଯୋଗାଇ ଦିଆଯିବ। ଏଥିପାଇଁ କ୍ୟାବିନେଟରେ ୨୪୨ କୋଟି ଟଙ୍କାର ପାଣ୍ଠି ଅନୁମୋଦନ କରାଯାଇଛି।

  • Feb 03, 2026 17:35 IST

    କଳିଙ୍ଗ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

    g

    ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ପ୍ରସନ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ଓ ମୁଖ୍ୟ ବକ୍ତା ଭାବରେ ଗଦାଧର ପାତ୍ର, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ, ଯୋଗଦେଇ ସଫଳ ଜୀବନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ, କଳିଙ୍ଗାର ଅଧ୍ୟକ୍ଷ ଡ଼ ଦୀପକ କୁମାର ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ ବିବରଣୀ ପଠନ କରିବା ବେଳେ ଡ଼ ନଳିନୀ କୁମାର ପାଣିଗ୍ରାହୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ତପନ ଚନ୍ଦ୍ର ନାୟକ ଅତିଥି ମାନଙ୍କୁ ସ୍ୱାଗତ ଜ୍ଞାପନ କରିଥିଲେ। ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଛାତ୍ର ସଂସଦର ସହ-ଉପଦେଷ୍ଟା ଅଧ୍ୟାପିକା ଅନ୍ନପୂର୍ଣ୍ଣା ମଲ୍ଲିକ ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟାପକ ନିରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଅଭିଭାବକ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

    ରିପୋର୍ଟ: ସମୀର କୁମାର ପାଢ଼ୀ

  • Feb 03, 2026 17:27 IST

    ଶ୍ରୀକ୍ଷେତ୍ରରେ ମହାମହିମ

    Draupadi Murmu

    • ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
    • ଆଜି ଶ୍ରୀକ୍ଷେତ୍ରରେ କରିବେ ରାତ୍ରିଯାପନ
    • ଲୋକଭବନରେ ରାତିରେ କରିବେ ରାତ୍ରିଯାପନ
    • ଆସନ୍ତାକାଲି ଶ୍ବେତଗଙ୍ଗାରେ ଦେବେ ପିଣ୍ଡ
    • ଏହା ପରେ ମହାପ୍ରଭୁଙ୍କ କରିବେ ଦର୍ଶନ 

  • Feb 03, 2026 17:23 IST

    ମାଲବାହୀ ଟ୍ରେନ୍‌ ଧକ୍କାରେ ଶ୍ରମିକ ମୃତ

    Dead
     Photograph: (sambad.in)
    • ମାଲବାହୀ ଟ୍ରେନ୍‌ ନେଲା ଶ୍ରମିକଙ୍କ ଜୀବନ
    • ସୁନ୍ଦରଗଡ଼ ଜିଲ୍ଲା ରାଜଗାଂଗପୁରରେ ଦୁର୍ଘଟଣା
    • କାରଖାନା ଆଗରେ ପରିବାର ଲୋକଙ୍କ ଧାରଣା 

  • Feb 03, 2026 15:47 IST

    ଟି୨୦ ବିଶ୍ବକପ୍‌ ଖେଳିବେ ୪୦ଜଣ ଭାରତୀୟ ବଂଶୋଦ୍ଭବ

    ଭୁବନେଶ୍ବର: ସମଗ୍ର ବିଶ୍ବର କ୍ରିକେଟ୍‌ ପ୍ରଶଂସକ ଟି୨୦ କ୍ରିକେଟ୍‌ ମହାକୁମ୍ଭ ବିଶ୍ବକପ୍‌-୨୦୨୬କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ‌ମେଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଉ ୩ଦିନ ପରେ ଆରମ୍ଭ ହୋଇଯିବ। ଅର୍ଥାତ ଟି୨୦ ବିଶ୍ବକପ୍‌-୨୦୨୬ ଆସନ୍ତା ୭ ତାରିଖ ଦିନ ଆରମ୍ଭ ହେବ। ପ୍ରଥମ ଦିନ ୩ଟି ମ୍ୟାଚ୍‌ ଖେଳାଯିବ। ଏଥର ଏହି ବିଶ୍ବକପ୍‌ରେ ଭାରତୀୟ ଖେଳାଳିଙ୍କ ଭିଡ଼ ଦେଖିବାକୁ ମିଳିବ। ଟୁର୍ଣ୍ଣାମେଣ୍ଟରେ ଭିନ୍ନଭିନ୍ନ ଟିମରେ ୪୦ ଜଣ ଭାରତୀୟ ବଂଶୋଦ୍ଭବ ଦେଖାଯିବେ। 

    Around 40 Indian cricketers will be seen playing for foreign teams in 2026 T20 World Cup only 4 teams having 34 Indian players 2026 टी20 वर्ल्ड कप में विदेशी टीमों से खेलते दिखेंगे करीब 40 भारतीय क्रिकेटर, सिर्फ 4 टीम में हैं 34 खिलाड़ी

    ସବୁଠାରୁ ବଡ଼ କଥା ହେଲା ଭାରତୀୟ ମୂଳ ଏହି ଖେଳାଳି ଯେତେ‌ବେଳେ ଭାରତରେ ନିଜର ଦମ୍ଭ ଦେଖାଇବେ। ବିଦେଶୀ ଟିମ୍‌ କଥା ଯଦି କହିବା, କାନାଡା ଏବଂ ୟୁଏଇରେ ଭାରତୀୟ ଖେଳାଳି ସଂଖ୍ୟା ଅନେକ ଅଛନ୍ତି। ଏହି ଟିମ୍‌ରେ ପାଖାପାଖି ୨୩ ଜଣ ଖେଳାଳି ଭାରତୀୟ ଅଛନ୍ତି। ମୁମ୍ବାଇରେ ଜନ୍ମିତ ଆମେରିକୀୟ ଦ୍ରୁତ ବୋଲର ସୌରଭ ନତ୍ରୱଲକର ଭଳି ଖେଳାଳି ୱାନଙ୍ଖେଡେ ଷ୍ଟାଡିୟମରେ ଭାରତ ବିପକ୍ଷରେ ଖେଳିବା ସ୍ମରଣୀୟ ମୁହୂର୍ତ୍ତ ରହିବ। ଯେଉଁ‌ ଦେଶରେ ସେ ଜନ୍ମ ନେଇଛନ୍ତି, ସେହି ଦେଶ ସହିତ ଖେଳି ପାରୁ ନାହାନ୍ତି। କିନ୍ତୁ ଏବେ ସେ ନିଜ ଦେଶ ଭିତରେ ଖେଳିବେ। 

    ଆଇସିସି ଟି୨୦ ବିଶ୍ବକପ-୨୦୨୬ରେ କାନାଡାର ଟିମରେ ମୋଟ ୧୧ ଜଣ ଭାରତୀୟ ଖେଳାଳି ଅଛନ୍ତି। ସେହିପରି ୟୁଏସ୍‌ଏ ଦଳରେ ୯ ଜଣ ଭାରତୀୟ, ଓମାନର ଦଳରେ ୭ ଜଣ ଭାରତୀୟ ଏବଂ ୟୁଏଇରେ ୭ ଜଣ ଭାରତୀୟମୂଳ ଖେଳାଳି ଅଛନ୍ତି। ସମସ୍ତ ବିଦେଶ ଦଳରେ କଥା ଯଦି କହିବା ୪୦ ଜଣ ଭାରତୀୟ ବଂଶୋଦ୍ଭବ କ୍ରିକେଟର ଏହି ବିଶ୍ବକପରେ ଭିନ୍ନଭିନ୍ନ ଟିମ୍‌ରେ ଦେଖାଯିବେ।  

  • Feb 03, 2026 14:36 IST

    ରୁପା ଆଉ ୨୦ ହଜାର କମିଲା, ସୁନା ବଢ଼ିଲା

    ଭୁବନେଶ୍ବର: ରୁପା ଦରରେ ଆଜି ବି ଏକ ବଡ଼ ହ୍ରାସ ଘଟିଛି। ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ରୁପା ଦର ୨୦ ହଜାର ଟଙ୍କା ହ୍ରାସ ପାଇ ୨,୮୦,୦୦୦ ଟଙ୍କା ସ୍ତରକୁ ଖସିଛି। ଗତ ଜାନୁଆରି ୩୦ରୁ ରୁପା ଦର କମୁଛି। ରବିବାର ଦର ଅପରିବର୍ତ୍ତିତ ଥିବାବେଳେ ଅନ୍ୟ ଚାରିଦିନରେ ଏଥିରେ ୧,୪୫,୦୦୦ ଟଙ୍କା ହ୍ରାସ ହୋଇଛି। ଏହା ପୂର୍ବରୁ ଜାନୁଆରି ୨୯ ତାରିଖରେ ରୁପା ଦର ରେକର୍ଡ ୪,୨୫, ୦୦୦ ଟଙ୍କାରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ଭୁବନେଶ୍ବର ବଜାରରେ ସୁନା ଦର ୩ ଦିନ ହ୍ରାସ ପାଇବା ପରେ ଆଜି ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୭୬୦ ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁ ଏହାର ଦର ୧୫୩,୯୩୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୭୦୦ ଟଙ୍କା ବୃଦ୍ଧି ଘଟି ୧୪୧,୧୦୦ ଟଙ୍କା ରହିଛି।



  • Feb 03, 2026 13:32 IST

    ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ବ୍ରହ୍ମପୁର: ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

    ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ବିଭୂତିଭୂଷଣ ଜେନା, ଗୋକୁଳାନନ୍ଦ ମଲ୍ଲିକ ଓ ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି।

     

    Untitled

  • Feb 03, 2026 12:58 IST

    ଘରେ କେହି ନଥିବା ବେଳେ ବନ୍ଦ ଘରୁ ତାଲା ଭାଙ୍ଗି ଘରୁ ଟଙ୍କା ଓ ସୁନା ଲୁଟ୍ 

    କୋରାପୁଟ: ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ବନ୍ଦ ଘରୁ ଟଙ୍କା ଓ ସୁନା ଲୁଟ୍। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ସଦର ଥାନା ପୋଡ଼ଗଡ଼ ଗାଁରେ।

    ମିଳିଥିବା ସୂଚନା ଅନୁଯାୟୀ ପୋଡ଼ଗଡ଼ ଗାଁର ଟିକିନା ପଣ୍ଡା ଓ ତାଙ୍କ ପରିବାର ଗତ ଶନିବାର ଦିନ ଆନ୍ଧ୍ର ପାର୍ବତୀପୁରକୁ ଯାଇଥିଲେ। ଆଜି ଘରକୁ ଫେରିବା ବେଳେ ଗ୍ରିଲ ଓ ଘର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଆଲମୀରା ତାଡ଼ି ପ୍ରାୟ ୩ ଭରି ସୁନା ଓ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏ ନେଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି।

    Untitled

  • Feb 03, 2026 12:53 IST

    ବାଇକ୍ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

    1BREAKING NEWS Tuesady

    କୋରେଇ: କୋରେଇ ଥାନା ୨୦ନଂ ଜାତୀୟ ରାଜପଥ ତଳଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ଼ାଇଭର୍ସନ ନିକଟରେ ବାଇକ୍ ଧକ୍କାରେ ସାଇକେଲ ଚାଳକଙ୍କର ମୃତ୍ୟୁ |ସାଇକେଲ ଚାଳକ ଏହି ଥାନା ଅନ୍ତର୍ଗତ ନଗୁଆଁ ଗ୍ରାମର ୭୦ବର୍ଷୀୟ ଭୁବନାନନ୍ଦ ନାୟକ। 

     

  • Feb 03, 2026 12:49 IST

    ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଟିପିଏସଓଡିଏଲ୍ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ

    1BREAKING NEWS Tuesadyମାଲକାନଗିରି: ବିଦ୍ୟୁତ୍ ସଂଯୋଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଟିପିଏସଓଡିଏଲ୍ କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ।

  • Feb 03, 2026 12:46 IST

    ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କନ୍ୟା ବିବାହ ଯୋଜନାର କରିବେ ଶୁଭାରମ୍ଭ

    Untitledବ୍ରହ୍ମପୁର: ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କନ୍ୟା ବିବାହ ଯୋଜନାର କରିବେ ଶୁଭାରମ୍ଭ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଅଛନ୍ତି। 

  • Feb 03, 2026 12:40 IST

    ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ରାଷ୍ଟ୍ରପତି

    1BREAKING NEWS Tuesadyବାଲେଶ୍ବର: ବାଲେଶ୍ବରର ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ।

  • Feb 03, 2026 11:09 IST

    ବସ୍‌ ଦୁର୍ଘଟଣାରେ ୩ମୃତ, ୧୫ରୁ ଅଧିକ ଆହତ

    ଡେରାଡୁନ: ହିମାଚଳ ପ୍ରଦେଶର ଚୌପାଲ-ନେରୱାରୁ ପାଓଣ୍ଟା ଯାଉଥିବା ଏକ ଏଚ୍‌ଆରଟିସି ବସ୍ ନିୟନ୍ତ୍ରଣ ହରାଇ କ୍ୱାନୁ ନିକଟରେ ଏକ ଘାଟିକୁ ଖସିପଡ଼ିଲା। ଘଟଣାସ୍ଥଳେ ତିନି ଜଣଙ୍କର ମୃତ୍ୟୁ ଘଟିଛି ​​ଏବଂ ୧୫ରୁ ଅଧିକ ଆହତ ହୋଇଥିଲେ। ବସ୍ ସକାଳ ୬ଟା ୩୦ରେ ଚୌପାଲ ଡିପୋରୁ ନେହୱାରେ ପହଞ୍ଚିଥିଲା ​​ଏବଂ ତା’ପରେ ମିନାସ-କ୍ୱାନୁ-ହରିପୁର ରୁଟ୍ ଦେଇ ପାଓଣ୍ଟା ଅଭିମୁଖେ ଯାତ୍ରା କରିଥିଲା। ଏଥିରେ ୩୦ରୁ ଅଧିକ ଲୋକ ଯାତ୍ରା କରୁଥିବା ଜଣାପଡ଼ିଛି। ଘଟଣାଟି ସକାଳ ୧୦ଟା ସମୟରେ ଘଟିଥିଲା।

    News Article Hero Image

    ମିନାସ-କ୍ୱାନୁ-ହରିପୁର ରାସ୍ତାରେ ସୁଦୋଇ ଖାଡ ନିକଟରେ ଏକ ଟ୍ରକକୁ ରାସ୍ତା ଦେବାକୁ ଚେଷ୍ଟା କରିବା ସମୟରେ ଯାତ୍ରୀଭରା ଏଚ୍‌ଆରଟିସି ବସ୍‌ଟି ରାସ୍ତା ଭାଙ୍ଗିଯିବାରୁ ଅନେକ ଥର ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକମାନେ ବର୍ତ୍ତମାନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଅଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ଏସ୍‌ଡିଆରଏଫ୍‌ ଦଳ ଘଟଣାସ୍ଥଳକୁ ଯାଇଥିଲେ।

  • Feb 03, 2026 11:07 IST

    ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା

    1BREAKING NEWS Tuesady

    ରାୟଗଡା: ରାୟଗଡା ଜିଲ୍ଲା ଆମ୍ବଦଳI ଥାନା ସରଧାପୁର ପଂଚାୟତ ଶୁଣ୍ଢୀପଦର ଗ୍ରାମର ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛିI ବୃଦ୍ଧଙ୍କ ମୁଣ୍ଡକୁ ଛେଚି ଦେଇ ହତ୍ୟା କରାଯାଇଥିବା ଜଣାପଡ଼ିଛିI ମୃତକ ହେଲେ ଚିଚି ରାମ ବାଗ(୮୧) I

     

  • Feb 03, 2026 10:58 IST

    ତଲାବିରା କୋଇଲା ଖଣି ଦୁର୍ନୀତି ମାମଲାରେ ସିବିଆଇର ତଦନ୍ତ ଆରମ୍ଭ

    Untitledସମ୍ବଲପୁର: ତଲାବିରା କୋଇଲା ଖଣି ଦୁର୍ନୀତି ମାମଲା। ଖିଣ୍ଡାରେ ଦିଲ୍ଲୀ ସିବିଆଇର ଦୁଇ ଜଣିଆ ଟିମ୍। ଖିଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା। ୧୯ ଜଣ ଗ୍ରାମବାସୀଙ୍କୁ ପଚାରଉଚରା କରିବ ସିବିଆଇ। ଖିଣ୍ଡା ସରପଞ୍ଚ ମଧ୍ୟ ଉପସ୍ଥିତ।

  • Feb 03, 2026 10:45 IST

    ଆମେରିକାର ଟାରିଫ ହ୍ରାସ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା

    Narendra Modi
    Narendra Modi Photograph: (Hindustan Times)

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆତ୍ମବିଶ୍ୱାସ ହେଉଛି ଏପରି ଶକ୍ତି ଯାହା ସବୁକିଛି ସମ୍ଭବ କରିଥାଏ। ଏହା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ ପୋଷ୍ଟରେ ଏହା ଲେଖିଛନ୍ତି। ଆମେରିକା ଏବଂ ଭାରତ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହେବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ ଆସିଛି। ଏହି ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ପାରସ୍ପରିକ ଶୁଳ୍କକୁ ବର୍ତ୍ତମାନର ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବ।

  • Feb 03, 2026 10:25 IST

    ରୂପା ମୂଲ୍ୟ ୨୧,୦୦୦ ବୃଦ୍ଧି, ସୁନା ମଧ୍ୟ ମହଙ୍ଗା 

    ନୂଆଦିଲ୍ଲୀ: ତିନି ଦିନର ହ୍ରାସ ପରେ ଆଜି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇଛି। ଏମ୍‌ସିଏକ୍ସରେ ପ୍ରାରମ୍ଭିକ କାରବାରରେ ରୂପା ମୂଲ୍ୟ ୨୧,୦୦୦ରୁ ଅଧିକ ବୃଦ୍ଧି ପାଇଛି, ଯେତେବେଳେ ସୁନା ପ୍ରାୟ ୫,୦୦୦ ବୃଦ୍ଧି ପାଇଛି। ସକାଳ ୯ଟା ୩୦ରେ ମାର୍ଚ୍ଚ ଡେଲିଭରି ରୂପା ପ୍ରତି କିଲୋଗ୍ରାମ ୨,୫୩,୯୯୯ରେ କାରବାର ହେଉଥିଲା, ଯାହା ୧୭,୭୩୮ ବୃଦ୍ଧି ପାଇଥିଲା। ସେହିପରି ଏପ୍ରିଲ ଡେଲିଭରି ସୁନା ପ୍ରତି ୧୦ ଗ୍ରାମ ୧,୪୮,୫୮୬ରେ କାରବାର ହେଉଥିଲା, ଯାହା ୪,୫୯୫ ବୃଦ୍ଧି ପାଇଥିଲା। ପୂର୍ବରୁ ରୂପା ମୂଲ୍ୟ ତିନି ଦିନ ମଧ୍ୟରେ ୧ ଲକ୍ଷ ୭୫ ହଜାର ହ୍ରାସ ପାଇଥିଲା।

  • Feb 03, 2026 10:10 IST

    ବେଲଘରରେ ଦୁଇ ହାତୀ ମୃତ୍ୟୁ ଘଟଣା, ଝିରିପାଣି ଅଞ୍ଚଳର ଦୁଇ ଶିକାରୀ ଅଟକ

    ବାଲିଗୁଡ଼ା/ତୁମୁଡ଼ିବନ୍ଧ: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନସ୍ଥ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ପୂର୍ବରୁ ଜଣେ ଶିକାରୀ ସମେତ ୩ ଜଣ ଗିରଫ ହୋଇଥିବା ବେଳେ ଆଜି ବନ ବିଭାଗ ପୁଣି ଝିରିପାଣି ଅଞ୍ଚଳର ଦୁଇ ଶିକାରୀଙ୍କୁ ଘରୁ ଉଠାଇ ଆଣି ଅଟକ ରଖି ପଚରାଉଚରା କରୁଛି ।

    Untitled

    ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଧନୁ ତୀର, ବର୍ଚ୍ଚା ସହ  ହରିଣ ଛାଲ ଓ ସମ୍ବର ସିଙ୍ଗ ଜବତ କରିଥିବା ସୂଚନା ମିଳିଛି।

  • Feb 03, 2026 10:07 IST

    ବିଶ୍ୱକପ୍ ପାଇଁ ନିଜର ଦଳ ଘୋଷଣା କଲା ଶ୍ରୀଲଙ୍କା

    କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ନିଜର ଦଳ ଘୋଷଣା କରିଛି। ଅଲରାଉଣ୍ଡର ଦାସୁନ୍ ଶାନାକାଙ୍କ ନେତୃତ୍ୱରେ କାମିନ୍ଦୁ ମେଣ୍ଡିସ୍ ଏହି ଦଳରେ ସାମିଲ ହୋଇଛନ୍ତି। କିଛି ସମୟ ଧରି ଫର୍ମରେ ନ ଥିବା ଷ୍ଟାର ଖେଳାଳି ଧନଞ୍ଜୟ ଡି ସିଲଭାଙ୍କୁ ବାଦ୍ ଦିଆଯାଇଛି। ଦଳର ପ୍ରଥମ ମ୍ୟାଚ୍ ଫେବ୍ରୁଆରି ୮ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ହେବ। 

    Kamindu IN, Dhananjaya OUT as Sri Lanka announce T20 World Cup 2026 squad

    ଶ୍ରୀଲଙ୍କାର ଦଳ: ଦାସୁନ୍ ଶାନାକା (ଅଧିନାୟକ), ପୃଥମ୍ ନିସଙ୍କା, କାମିଲ ମିଶ୍ର, କୁସାଲ ମେଣ୍ଡିସ୍, କାମିଣ୍ଡୁ ମେଣ୍ଡିସ୍, କୁସାଲ ପେରେରା, ଚାରିଥ ଆସାଲଙ୍କା, ଜାନିଥ ଲିୟାନେଜ୍, ପୱନ ରତ୍ନାୟାକେ, ୱାନିଣ୍ଡୁ ହାସାରାଙ୍ଗା, ଡୁନିଥ ୱେଲାଲେଜ, ମହେଶ ଥେକ୍ସାନା, ଦୁଷ୍ମାନଥା ମମିଶା ମମିଶା

  • Feb 03, 2026 09:53 IST

    ମା’ ବିରଜାଙ୍କ ମନ୍ଦିରରେ ରାଷ୍ଟ୍ରପତି

    Untitledଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସହ ଉପସ୍ଥିତ ଅଛନ୍ତି ରାଜ୍ୟପାଳ।

  • Feb 03, 2026 09:49 IST

    ମୁଁ ଏହି ଦେଶକୁ ଭଲ ପାଏ: ଓୱେସି 

    AIMIM Chief Asaduddin Owaisi

    ସଙ୍ଗୀରେଡ୍ଡୀ: ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ ସଭାପତି ଅସଦୁଦ୍ଦିନ୍ ଓୱେସି ସଙ୍ଗିରେଡ୍ଡି ଜିଲ୍ଲାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଲୋକମାନେ ତାଙ୍କୁ ପାକିସ୍ତାନ ସୃଷ୍ଟି କରିଥିବା ବ୍ୟକ୍ତି (ଜିନ୍ନା) ସହିତ ଯୋଡ଼ନ୍ତି। କିନ୍ତୁ ଏହା ସତ୍ୟ ନୁହେଁ। ସେ କହିଛନ୍ତି ମୁଁ ଭାରତକୁ ବିଭାଜିତ କରି ପାକିସ୍ତାନ ଯାଇଥିବା ବ୍ୟକ୍ତି ନୁହେଁ। ମୁଁ ଏହି ଦେଶକୁ ଭଲ ପାଏ ଏବଂ ସବୁବେଳେ ଭଲ ପାଇବି। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଲଢ଼େଇ ଦେଶ ବିରୁଦ୍ଧରେ ନୁହେଁ। ବରଂ ସେହି ଶକ୍ତି ବିରୁଦ୍ଧରେ ଯେଉଁମାନେ ମୁସଲମାନ ଏବଂ ଦଳିତମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରନ୍ତି।

  • Feb 03, 2026 09:15 IST

    ଖୁଣ୍ଟୁଣୀ ଥାନା ଗଉଡ଼ଝରି ଜଙ୍ଗଲରୁ ଗୋଚାଲାଣ ବେଳେ ୨୦ ଗୋରୁ ଉଦ୍ଧାର

    1BREAKING NEWS Tuesadyଖୁଣ୍ଟୁଣୀ: ଖୁଣ୍ଟୁଣୀ ଥାନା ଗଉଡ଼ଝରି ଜଙ୍ଗଲରୁ ଗୋଚାଲାଣ ବେଳେ ୨୦ ଗୋରୁ ଉଦ୍ଧାର। ତେବେ ଘଟଣାସ୍ଥଳରୁ ୫ ମାଫିଆ ଚମ୍ପଟ ମାରିଥିଲେ। ଗୋଟିଏ ଗୋରୁ ବୋଝେଇ ପିକଅପ୍ ଓ ସ୍କର୍ପିଓ ଜବତ କରି ତଦନ୍ତ ଚଳାଇଛି ପୁଲିସ୍।

  • Feb 03, 2026 09:11 IST

    ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ମା’ ବିରଜାଙ୍କ ମନ୍ଦିର

    970110cf-ac33-4da2-aa00-a6b8345c5ae7

  • Feb 03, 2026 08:56 IST

    କଫ୍ ସିରପ୍ ନେଲା ଶିଶୁପୁତ୍ରର ଜୀବନ

    1BREAKING NEWS Friday

    ବେତୁଲ: ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ପରସିଆରେ ଗତ ବର୍ଷ ଘଟିଥିବା କୋଲଡ୍ରିଫ୍ କଫ୍ ସିରପ୍ ଦୁର୍ନୀତି ସହିତ ଜଡିତ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ମାମଲାରେ ଗୁରୁତର ଅସୁସ୍ଥ ଥିବା ବେତୁଲ ଜିଲ୍ଲାର ଜଣେ ଚାରି ବର୍ଷର ବାଳକର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ଶିଶୁଟି ନାଗପୁରର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚିକିତ୍ସାଧୀନ ଥିଲା, ଯେଉଁଠାରେ ସେ ରବିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା।

    ରିପୋର୍ଟ ଅନୁଯାୟୀ ବେତୁଲ ଜିଲ୍ଲାର ଆମଲା ତହସିଲର ଟିକାବରୀ ଗ୍ରାମର ବାସିନ୍ଦା ଗୋକୁଳ ଯାଦବଙ୍କ ପୁଅ ହର୍ଷ ଚାରି ମାସରୁ ଅଧିକ ସମୟ ଧରି କୋମାରେ ଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏମ୍ସ ନାଗପୁରର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ବାରମ୍ବାର ପ୍ରୟାସ ସତ୍ତ୍ୱେ, ଶିଶୁଟିର ଅବସ୍ଥାରେ କୌଣସି ଉନ୍ନତି ହୋଇନଥିଲା ଏବଂ ଶେଷରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

  • Feb 03, 2026 08:52 IST

    ଟ୍ରେକିଂ କରୁଥିଲେ ୧୯ ବର୍ଷୀୟା ଯୁବତୀ, ଖସିପଡ଼ି ମୃତ୍ୟୁ

    Dead

    ମୁମ୍ବାଇ: ମହରାଷ୍ଟ୍ରର ନଭି ମୁମ୍ବାଇରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଲୋନାୱାଲାର ଟାଇଗର ପଏଣ୍ଟ ଭ୍ୟାଲିରେ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ମୁମ୍ବାଇରୁ ଟ୍ରେକିଂ ପାଇଁ ଆସିଥିବା ଜଣେ ୧୯ ବର୍ଷୀୟା ଯୁବତୀଙ୍କର ଡ୍ୟୁକ୍ ନୋଜ୍ ଅଞ୍ଚଳରେ ହଠାତ୍ ମୃତ୍ୟୁ ଘଟିଛି। ଡ୍ରୋନ୍, ଡଗ୍ ସ୍କ୍ୱାଡ୍ ଏବଂ ଶିବଦୁର୍ଗ ଉଦ୍ଧାରକାରୀ ଦଳ ଦ୍ୱାରା କଠିନ ପରିଶ୍ରମ ପରେ ତାଙ୍କ ମୃତଦେହକୁ ୩୯୦ ଫୁଟ ଗଭୀର ଘାଟିରୁ ବାହାର କରାଯାଇଥିଲା। ବିପଦପୂର୍ଣ୍ଣ ଉପତ୍ୟକା, ଅନ୍ଧାର ଏବଂ ସମୟ ସୀମା ସତ୍ତ୍ୱେ ଏହି ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

    ମୁମ୍ବାଇର ୧୯ ବର୍ଷୀୟା ଶ୍ରେୟା ପତି ଜାନୁଆରି ୩୧ରେ ଟ୍ରେକିଂ ପାଇଁ ଲୋନାୱାଲା ଆସିଥିଲେ। ସେ ଡ୍ୟୁକ୍ ନୋଜ୍ ଅଞ୍ଚଳକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ସମ୍ପର୍କୀୟମାନେ ତାଙ୍କୁ ସେହି ରାତିରେ ଲୋନାୱାଲାରେ ଖୋଜାଖୋଜି କରିଥିଲେ ଏବଂ ପଚାରାଉଚରା କରିଥିଲେ। ତା'ପରେ ସେମାନେ ଜାଣିପାରିଲେ ଯେ ସେ ସେହି ଅଞ୍ଚଳକୁ ଆସିଥିଲେ ଏବଂ ଚାଲିଯାଇଥିଲେ।

  • Feb 03, 2026 08:45 IST

    ରାଜଧାନୀରୁ ଯାଜପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି

    1BREAKING NEWS Tuesadyଭୁବନେଶ୍ବର: ରାଜଧାନୀରୁ ଯାଜପୁର ଅଭିମୁଖେ ବାହାରିଲେ ରାଜଧାନୀରୁ ଯାଜପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଲୋକଭବନରୁ ବାହାରି ବିମାନବନ୍ଦରକୁ ଯାଉଛନ୍ତି। ସେଠାରୁ ସେ ସ୍ବତନ୍ତ୍ର ବିମାନ ଯୋଗେ ଯାଜପୁରକୁ ଯିବେ। ମା’ ବିରଜାଙ୍କ ଦର୍ଶନ ସହ ପିଣ୍ଡଦାନ କରିବେ ରାଷ୍ଟ୍ରପତି।

  • Feb 03, 2026 08:05 IST

    ଧାର୍ମିକ ସମାବେଶ ପାଇଁ ଅନୁମତି ନେବା ଆବଶ୍ୟକ ନାହିଁ: ହାଇ‌କୋର୍ଟ

    ପ୍ରୟାଗରାଜ: ଉତ୍ତର ପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ କୌଣସି ବ୍ୟକ୍ତି କିମ୍ବା ସମ୍ପ୍ରଦାୟକୁ ସେମାନଙ୍କର ବ୍ୟକ୍ତିଗତ ପରିସରରେ ଧାର୍ମିକ ପ୍ରାର୍ଥନା ସମାବେଶ କରିବା ପାଇଁ ରାଜ୍ୟ ସରକାର କିମ୍ବା ପ୍ରଶାସନଠାରୁ ପୂର୍ବ ଅନୁମତି ନେବା ଆବଶ୍ୟକ ନାହିଁ। କୋର୍ଟ କହିଛନ୍ତି ଯେ ଏହି ଅଧିକାର ଭାରତୀୟ ସମ୍ବିଧାନର ଧାରା ୨୫ ଅନୁଯାୟୀ ସୁନିଶ୍ଚିତ ମୌଳିକ ଅଧିକାରର ଏକ ଅଂଶ। ଏହାକୁ ସାଧାରଣ ପରିସ୍ଥିତିରେ ସୀମିତ କରାଯାଇପାରିବ ନାହିଁ।

    ଉଚ୍ଚ ନ୍ୟାୟାଳୟ ତାଙ୍କ ନିଷ୍ପତ୍ତିରେ ଧାରା ୨୫କୁ ଉଲ୍ଲେଖ କରି କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କର ନିଜ ଧର୍ମ ପ୍ରକାଶ କରିବା, ଅଭ୍ୟାସ କରିବା ଏବଂ ପ୍ରଚାର କରିବାର ସ୍ୱାଧୀନତା ଅଛି। ଯେତେବେଳେ ଏକ ଧାର୍ମିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟରେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳିତ ହୁଏ, ସେତେବେଳେ ଆଇନର ପରିସର ମଧ୍ୟରେ ଅନୁମତି ନେବାକୁ ବାଧ୍ୟ କରିବା ଉପଯୁକ୍ତ ନୁହେଁ। ଏପରି କ୍ଷେତ୍ରରେ ପ୍ରଶାସନିକ ହସ୍ତକ୍ଷେପ ସମ୍ବିଧାନର ଆତ୍ମାର ବିପରୀତ ହେବ।

  • Feb 03, 2026 07:34 IST

    ଆଜି ଗୃହରେ ଉପସ୍ଥାପିତ ହେବ ବିହାରର ବଜେଟ୍

    ପାଟନା: ଆଜି ବିହାରର ବଜେଟ୍ ଗୃହରେ ଉପସ୍ଥାପିତ ହେବ। ଏହା ରାଜ୍ୟର ଆର୍ଥିକ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ନୂତନ ଏନ୍‌ଡିଏ ସରକାରଙ୍କ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଅର୍ଥମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ଏହାକୁ ଗୃହ ସମ୍ମୁଖରେ ଉପସ୍ଥାପନ କରିବେ। ଗତ ଦୁଇ ଦଶନ୍ଧି ମଧ୍ୟରେ ବିହାରର ବଜେଟ୍ ୨୬,୦୦୦ କୋଟି ଟଙ୍କା(୨୦୦୫-୦୬)ରୁ ବୃଦ୍ଧି ପାଇ ୩.୧୭ ଲକ୍ଷ କୋଟି ଟଙ୍କା (୨୦୨୫-୨୬) ହୋଇଛି। ଆଶା କରାଯାଉଛି ଯେ ଏଥର ବିହାରର ବଜେଟ୍ ୧୦.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ। ନିର୍ବାଚନୀ ପ୍ରତିଶ୍ରୁତି ଏବଂ ରାଜ୍ୟରୁ ବଢ଼ୁଥିବା ଆଶା ମଧ୍ୟରେ, ଚଳିତ ବର୍ଷର ବଜେଟ୍ କେବଳ ବିକାଶର ଗତି ନିର୍ଣ୍ଣୟ କରିବ ନାହିଁ ବରଂ ନିଯୁକ୍ତି ଏବଂ ପେନସନ ଭଳି ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରନ୍ତି ତାହା ମଧ୍ୟ ପ୍ରଦର୍ଶନ କରିବ।

  • Feb 03, 2026 07:29 IST

    ଦିଲ୍ଲୀକୁ ଘୋଡ଼ାଇଲା କୁହୁଡ଼ି

    ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତ ବର୍ତ୍ତମାନ ଘନ କୁହୁଡ଼ି ଆଚ୍ଛାଦନରେ ଘୋଡ଼ାଇ ରହିଛି। ରାଜଧାନୀ ନୂଆଦିଲ୍ଲୀ‌ ମଧ୍ୟ ଆଜି ସକାଳେ ସମାନ ଅନୁଭୂତି ଅନୁଭବ କରିଛି। ଭାରତ ପାଣିପାଗ ବିଭାଗ ପ୍ରାୟ ସମସ୍ତ ଦିଲ୍ଲୀ-ଏନସିଆର ପାଇଁ ଘନ କୁହୁଡ଼ି ସତର୍କତା ଜାରି କରିଛି। ଆଜି ସକାଳେ ରାଜଧାନୀ ଏବଂ ଆଖପାଖ ଅଞ୍ଚଳରେ ଦୃଶ୍ୟମାନତା ବହୁତ କମ୍ ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ସେଲସିୟସ୍ ରହିବ ବୋଲି ଆଶା କରାଯାଉଛି, ଯେତେବେଳେ AQI ୨୭୩ ରେ ରହିଛି। 

    ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ଘୋଡ଼ାଇ ରହିଥିଲା। ସୋମବାର ଦିନସାରା ସୂର୍ଯ୍ୟକିରଣ ନଥିଲା ଏବଂ ଘଣ୍ଟା ପ୍ରତି ପ୍ରାୟ ୧୩ କିଲୋମିଟର ବେଗରେ ଥଣ୍ଡା ପବନ ବହିଥିଲା। ପାଣିପାଗ ବିଭାଗ ଅନୁଯାୟୀ, କୁହୁଡ଼ିର ପ୍ରଭାବ ଶୀଘ୍ର କମିବାର ଆଶା ନାହିଁ। ଆଜି ସକାଳେ ମଧ୍ୟ ଘନ କୁହୁଡ଼ି ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦକୁ ଘୋଡ଼ାଇ ଦେବ ବୋଲି ଆଶା କରାଯାଉଛି।

  • Feb 03, 2026 07:20 IST

    ପୁରୀ ସମୁଦ୍ରକୂଳରେ ମୃତ କଇଁଛ

    Breaking

    ପୁରୀ: ପୁରୀ ସମୁଦ୍ରକୂଳରେ ମରି ପଡ଼ିଛନ୍ତି ବଡ କଇଁଛ। ଅଣ୍ଡା ଦାନ ପାଇଁ ଆସିଥିବା ଅଲିଭ୍‌ରିଡ୍‌ଲେ କଇଁଛମାନେ ଟ୍ରଲରେ ମାଡରେ ଆହତ ହୋଇ ମୃତ୍ୟୁବରଣ କରିବା ପରେ ସମୁଦ୍ର କୁଳରେ ଲାଗି ପଡିଛନ୍ତି।

  • Feb 03, 2026 07:18 IST

    ଆଜି ରାଷ୍ଟ୍ରପତିଙ୍କ ଯାଜପୁର, ବାଲେଶ୍ବର ଗସ୍ତ

    Untitled-21.jpg

    ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲୋକଭବନରୁ ବାହାରି ବିମାନ ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ମା’ ବିରଜାଙ୍କ ଦର୍ଶନ ପାଇଁ ବାହାରିବେ। ପ୍ରାୟ ଦେଢ଼ ଘଣ୍ଟା ଧରି ମନ୍ଦିରରେ ପୂଜାର୍ଚ୍ଚନା ପରେ ବାଲେଶ୍ବରସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଉତ୍ସବରେ ଦୀକ୍ଷାନ୍ତ ଭା‌ଷଣ ଦେବା ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ। ସନ୍ଧ୍ୟାରେ ପୁରୀରେ ପହଞ୍ଚିବା ପରେ ସିଧାସଳଖ  ପୁରୀ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe