BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 08, 2025 22:55 IST
ରାଉରକେଲାରୁ ନିଖୋଜ ନାବାଳିକା ୬ ବର୍ଷ ପରେ ଆଗ୍ରାରୁ ଉଦ୍ଧାର
ରାଉରକେଲା: ଟାଙ୍ଗରପାଲି ଥାନା ଅଞ୍ଚଳରୁ ୨୦୧୯ ମସିହାରେ ନିଖୋଜ ଜଣେ ନାବାଳିକା ଆଗ୍ରା କାଜିଟୋଲାରୁ ଉଦ୍ଧାର ହୋଇଛନ୍ତି। ନାବାଳିକାଙ୍କ ବୟସ ଏବେ ୨୩। ତାଙ୍କ ନାଁ ଧର୍ମୀ ମାଝୀ। ଏବେ ସେ ଜଣେ ବିବାହିତ ମହିଳା। ସୂଚନାନୁଯାୟୀ, ୨୦୧୯ ମସିହା ଅଗଷ୍ଟ ୨୮ ତାରିଖର ଘଟଣା। ଲକ୍ଷ୍ମୀ ମାଝୀ ସକାଳ ୮ଟାରେ ପନିପରିବା ବ୍ୟବସାୟ ପାଇଁ ବଜାରକୁ ଯାଇଥିଲେ। ଦିନ ପ୍ରାୟ ୧୨ଟା ଫେରି ଦେଖନ୍ତି ତାଙ୍କ ଝିଅ(୧୭) ଘର ଛାଡ଼ି କୁଆଡ଼େ ପଳାଇଛି। ୩-୪ ଦିନ ଖୋଜାଖୋଜି ପରେ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇ ଝିଅର ନିଖୋଜ ହୋଇଯିବା ନେଇ ଲିଖିତ ଭାବେ ଜଣାଇଥିଲେ। ପୁଲିସ ତାନଘନା ଜାରି ରଖିଥିଲେ ହେଁ ନାବାଳିକାଙ୍କୁ ଠାବ କରିପାରିନଥିଲା।
ତେବେ ଦୀର୍ଘ ପ୍ରାୟ ୫ ବର୍ଷ ପରେ ଝିଅ ନିଜ ମା’ଙ୍କୁ ଯୋଗଯୋଗ କରିଥିଲେ। ସେ ଆଗ୍ରାରେ ଥିବା ମାଆଙ୍କୁ ଜଣାଇବା ସହ ୨୦୨୫ ଦୀପାବଳିରେ ଘରକୁ ଆସିବେ ବୋଲି କହିଥିଲେ। ଏମିତି କି ୨୦୨୫ ମସିହା ଜାନୁଆରି ମାସରେ ସେ ଉତ୍ତରପ୍ରଦେଶର ଫନୁବାଦ ଅଞ୍ଚଳର ବିକାଶ କୁଳଦୀପଙ୍କୁ ସେ ବିବାହ କରିଥିବା ସୂଚନା ଦେଇଥିଲେ। ଏନେଇ ଟାଙ୍ଗରପାଲି ପୁଲିସକୁ ଜଣାପଡ଼ିବା ପରେ ଟାଙ୍ଗରପାଲି ଥାନା ଅଧିକାରୀଙ୍କ ନିର୍ଦେଶକ୍ରମେ ଏକ ଟିମ୍ ତାଙ୍କୁ ଆଗ୍ରାରୁ ଉଦ୍ଧାର କରି ରାଉରକେଲା ଆଣିଛି। ଖୁବ୍ ଶୀଘ୍ର ତାଙ୍କୁ ପରିବାର ଲୋକଙ୍କୁକ ହସ୍ତାନ୍ତର କରାଯିବ ବୋଲି ସୂଚନାରୁ ମିଳିଛି।
-
Dec 08, 2025 22:53 IST
ଆଖି ବୁଜିଦେଲା ଚିକିତ୍ସାଧୀନ ମାଖନା ହାତୀ
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ତିନି ମାସ ତଳେ ଦନ୍ତାହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ମାଖନା ହାତୀଟି ଆଜି ସନ୍ଧ୍ୟା ୭ଟା ବେଳେ ମୃତ୍ୟୁ ବରଣ କରିଛି।ଏକ ସ୍ବତନ୍ତ୍ର ଚିକିତ୍ସାକାରୀ ଦଳ ଗତ ନଭେମ୍ବର ମାସ ୧୧ ତାରିଖ ଠାରୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରି ଆସୁଥିଲେ।କିଛି ଦିନ ହେଲା ହାତୀଟିର ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା। ଗତକାଲି ରାତି ଠାରୁ ଖୁଣ୍ଟାପଡା ପଞ୍ଚାୟତ କନ୍ତଲେଇ ଗ୍ରାମ ଦାଢିଆମୁଣ୍ଡା ପଥରୀଘାଟ ଜମିରେ ମୁମୂର୍ଷ ଅବସ୍ଥାରେ ପଡ଼ି ରହିଥିଲା। ଧାନ ଜମିରୁ ଉଠିପାରୁ ନ ଥିଲା କି କିଛି ଖାଦ୍ୟ ମଧ୍ୟ ଗ୍ରହଣ କରୁନଥିଲା, ବେଲ୍ଟ ଲଗାଇ ଜେସିବି ସାହାଯ୍ୟରେ ଶୁଖିଲା ଜମିକୁ ଅଣାଯିବା ସହିତ ଔଷଧ ଓ ସାଲାଇନ ଦେଇ ଚିକିତ୍ସା କରାଯାଉଥିଲା।ସନ୍ଧ୍ୟାରେ କେନ୍ଦୁଝର ଡିଏଫଓ ଧନରାଜ ଏଚଡି ପହଞ୍ଚି ହାତୀଟିର ସ୍ବାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରୁଥିଲେ। ତେବେ ବନ ବିଭାଗର ସମସ୍ତ ଚେଷ୍ଟା ଶେଷରେ ବିଫଳ ହୋଇଛି। ୫୦ ବର୍ଷ ବୟସର ମାଖନା ଶେଷରେ ଆଖି ବୁଜିଦେଇଛି।ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି।
-
Dec 08, 2025 22:51 IST
ଦୁର୍ଘଟଣାରେ ବାଇକ୍ ଚାଳକ ମୃତ
ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡିହୀ ଫାଣ୍ଡି ଅନ୍ତର୍ଗତ ବାରା ମୁଣ୍ଡାରୁ ଲେଡିମୁଙ୍ଗ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ। ପୁଲିସ୍ର ସୁଚନା ଅନୁସାରେ ସୁନ୍ଦରଗଡ଼ ଜିଲା ଲେଡ଼ିମୁଙ୍ଗ ଗ୍ରାମର ଯୋଗେଶ୍ୱର କିସାନ (୪୨) ଓଡି୨୩ଏମ-୦୮୫୩ ଡିଲକ୍ସ ବାଇକ୍ ରେ ଵାରାମୁଣ୍ଡା ଗ୍ରାମରୁ କାମ ସାରି ଘରକୁ ଫେରୁଥିବା ବେଳେ ହଣ୍ଡା ତୁପା ବୁଲାଣି ନିକଟରେ ଭାରସ୍ୟମ ହରାଇ ରାସ୍ତା କଡକୁ ଛିଟିକି ପଡ଼ିଥିଲା। ଖବର ପାଇ ବାଗଡିହି ଫାଣ୍ଡି ଅଧିକାରୀ ଦଶରଥ ଟୁଡୁ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଯୋଗେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଏକ ଦୁର୍ଘଟଣା ଜନିତ କେସ ରୁଜୁ କରି ତଦନ୍ତ କରୁଥିବା ବେଳେ ବାଇକ୍କୁ ଜବତ କରିଥିବା କହିଛନ୍ତି ଲଇକେରା ଥାନାଧିକାରୀ ଦିଲୀପ ବେହେରା।
-
Dec 08, 2025 21:15 IST
ଓଡ଼ିଶା ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ
ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି। ବିଲ୍ ଉପରେ ଏକ ଜୋରଦାର ଆଲୋଚନା ହୋଇଥିଲା। ଯେତେବେଳେ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର ବିଧାୟକମାନେ ଆର୍ଥିକ ପରିଚାଳନା, ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା ଏବଂ ବଜେଟ୍ ଖର୍ଚ୍ଚ ବିଫଳତାକୁ ନେଇ ବିଜେପି ସରକାରଙ୍କୁ ଘେରି ଥିଲେ। -
Dec 08, 2025 20:53 IST
ଲୁଲୁ ବିଜେପିରେ ଯୋଗଦେବାରୁ ବୁଲୁ ବାବୁ ପ୍ରତିକ୍ରିୟାଶୀଳ କାହିଁକି: ସାମ୍ବାଦିକ ସମ୍ମୀଳନୀରେ ପ୍ରଶ୍ନ କଲେ ଲୁଲୁ
ଭଦ୍ରକ: ଭଦ୍ରକ ଜିଲ୍ଲା ରାଜନୀତି ଏବେ ଉଷ୍ଣ ହୋଇଛି। ଗତ ୬ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ଏକ ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲାରୁ ୪ ଟି ବ୍ଲକର ଅଧ୍ୟକ୍ଷ ବିଜେଡି ଦଳ ଛାଡ଼ି ବିଜେପିରେ ମିଶିବା ଓ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପତ୍ର ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ଲୁଲୁ ସାମଲ ଓ ଭଣ୍ଡାରିପୋଖରୀ ବ୍ଲକର ଉପାଧ୍ୟକ୍ଷ ଥିବା ଜୁଲୁ ସାମଲ ବିଜେପିରେ ଯୋଗଦେବା ଘଟଣାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଦଳର ନେତାମାନେ ପ୍ରତିକ୍ରିୟାଶୀଳ ହୋଇଛନ୍ତି
-
Dec 08, 2025 20:50 IST
ମଣ୍ଡେଇ ମହୋତ୍ସବ: ମେହେନ୍ଦି ପ୍ରତିଯୋଗିତା
ନବରଙ୍ଗପୁର: ଜିଲ୍ଲାସ୍ତରୀୟ ମଣ୍ଡେଇ ମହୋତ୍ସବ ଅବସରରେ ମହିଳା ସ୍ନାତକ କଲେଜ ପରିସରରେ ମେହେନ୍ଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କଲେଜର ଅଧ୍ୟକ୍ଷା ମାଲେଶ୍ବରୀ ସାହୁ ଏବଂ ଅଧ୍ୟାପିକା ଡ. ସଂଯୁକ୍ତା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ପଣ୍ଡା, ତାରାନ୍ନୁମ ଆରା ଓ ସୁନିତା ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ଛାତ୍ରୀ ଓ ସ୍ଥାନୀୟ ମହିଳାଙ୍କ ସମେତ ପ୍ରାୟ ୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ସହ ଉତ୍ସାହିତ କରିବା ସହ ଆମ ସଂସ୍କୃତି ଓ ପରମ୍ପରାରେ ମେହେନ୍ଦିର ମହତ୍ତ୍ୱ ଉପରେ ପରାମର୍ଶ ଦେଇଥିଲେ। ପ୍ରତିଯୋଗିତାରେ ସ୍ନିଗ୍ଧା ପାତ୍ରୋ ପ୍ରଥମ, ମଞ୍ଜୁଳା ଭତ୍ରା ଦ୍ୱିତୀୟ ଏବଂ ଏନ୍. ସୋନିଆ ଓ ଚର୍ଚ୍ଚିକା ରାଜପୁତ ମିଳିତ ଭାବେ ତୃତୀୟ ସ୍ଥାନ ଲାଭ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ। ଏହି ୩ ଜଣ ବିଜେତାଙ୍କୁ ମୁଖ୍ୟ ମଣ୍ଡେଇ ମଞ୍ଚରେ ସମ୍ବର୍ଦ୍ଧିତ କରାଯିବ।
Mehendi competition organised for Mondei Photograph: (sambad.in) -
Dec 08, 2025 19:20 IST
୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଏଏସଆଇ
ଜମି ଜମା ବିବାଦକୁ ସମାଧାମ ପାଇଁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଯାଜପୁର ଟାଉନ ଥାନାରେ କାର୍ଯ୍ୟରତ ଏ ଏସ ଆଇ ନନ୍ଦ କିଶୋର ଦାସ
-
Dec 08, 2025 18:53 IST
୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ
ରରୁଆଁ: ମୟୂରଭଞ ଜିଲ୍ଲା ରରୁଆଁ ଅଂଚଳରେ ହାତୀ ଉପଦ୍ରବ । ସୂଚନା ଅନୁଯାୟୀ ରରୁଆଁ ବ୍ଲକ୍ ଅର୍ନ୍ତଗତ ଅଙ୍ଗାରପଦା ଗ୍ରା.ପର ବାଉଁଶପାଳ ଗ୍ରାମର ଅଭିମନ୍ୟୁ ମହାନ୍ତଙ୍କ ସମେତ ବହୁ ଚାଷୀଙ୍କ ଧାନ ଫସଲ ସହିତ ବିଭିନ୍ନ ପନିପରିବା ଚାଷ ୩୦ ଟିକିଆ ହାତୀ ପଲ ଫସଲ ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି ।
-
Dec 08, 2025 18:53 IST
ଦୁର୍ଦ୍ଦାନ୍ତ ସେଣ୍ଟ୍ରାଲ କମିଟି ସଦସ୍ୟ ରାମଧରଙ୍କ ସହ ୧୨ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ରାଜନନ୍ଦଗାଓଁର ଖାରଗେଡା ଠାରେ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁର୍ଦ୍ଦାନ୍ତ ମାଓ ନେତା ରାମଧର ଏବଂ ତାଙ୍କର ୧୨ ଜଣ ସାଥୀ।
-
Dec 08, 2025 18:52 IST
ମାଲକାନଗିରିରେ ଉତ୍ତେଜନା: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ
ମାଲକାନଗିରି ଜିଲ୍ଲାର ଏମଭି-୨୬ ଗ୍ରାମରେ ଗତକାଲି ଏବଂ ସୋମବାର ହଜାର ହଜାର ଆଦିବାସୀ ଗାଁରେ ନିଆଁ ଲଗାଇ ସବୁ ଛାରଖାର କରିଦେଇଛନ୍ତି।
-
Dec 08, 2025 18:10 IST
ଡକାୟତି ଯୋଜନା ପଣ୍ଡ
ମୈଦଲପୁର:- ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଡକାୟତି ପାଇଁ ଯୋଜନା କରୁଥିଲେ ଦୁର୍ବୃତ୍ତ ମାଡ଼ି ବସିଲା ପୁଲିସ । ଡକାୟତି ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
-
Dec 08, 2025 18:04 IST
ଠିକାଦାରଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଜଣେ ଠିକାଦାରକୁ ଅପହରଣ କରିବା ପରେ ହତ୍ୟା କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ଘଟଣା ସୂଚାଇ ଦେଉଛି ଯେ, ନକ୍ସଲ ଏବେ ବି ମୁଣ୍ଡ ନୁଆଁଇ ନାହାନ୍ତି।
-
Dec 08, 2025 17:05 IST
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ କ୍ୱାଡ୍ ସିଟି ବିକଶିତ ହେବ
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ BCPPER ନାମକ ଏକ ଦୃଶ୍ୟମାନ ଅର୍ଥନୈତିକ କ୍ଷେତ୍ର ଭାବରେ ଗ୍ରହଣ କରି ଏକ କ୍ୱାଡ୍ ସିଟି ବିକଶିତ କରିବା ପାଇଁ କାର୍ଯ୍ୟ ଗ୍ରହଣ କରାଯିବ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହା ପ୍ରସ୍ତାବିତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BCPPER)ଭାବେ ବିଚାରାଧୀନ ରହିଛି।
-
Dec 08, 2025 15:57 IST
ବାଇଗଣ ବାଡିଆ କଲେଜରେ ଅପ୍ରୀତିକାର ସ୍ଥିତି
ବାଇଗଣ ବାଡିଆ କଲେଜରେ ଅପ୍ରୀତିକାର ସ୍ଥିତି। ଏକତରଫା ପ୍ରେମ କରୁଥିବା ଯୁବକଙ୍କ ଛୁରୀ ମାଡ଼ରେ ଯୁକ୍ତ୨ ବାଣିଜ୍ୟର ଦ୍ଵିତୀୟ ବର୍ଷର ଛାତ୍ର ପ୍ରହଲାଦ ବିନ୍ଦନି ଗୁରୁତର। ଛୁରାମାଡ଼ କରିଥିବା ଯୁବକଙ୍କୁ କୁଳିଅଣା ପୁଲିସ ଅଟକ ରଖିଛି। ଯୁବକ ଜଣକ ହେଲେ ବାରିପଦା ଦାମୋଦର ପୁର ଅଞ୍ଚଳର ଅକ୍ଷୟ ବିଶ୍ୱାଳ।
-
Dec 08, 2025 15:56 IST
ଆନ୍ଧ୍ର ଏଜେଣ୍ଟଙ୍କ ଦାଦାଗିରି
ପଟ୍ଟାଙ୍ଗି: ଥମୁନି କୋଟିଆ କଳି।ଆନ୍ଧ୍ର ଏଜେଣ୍ଟଙ୍କ ଦାଦାଗିରି।କୋଟିଆ ଗ୍ରାମପୁଞ୍ଜ ର ସୀମାନ୍ତ ପାଟୁସିନେରୀ ଗାଁରେ ସାତଖଣ୍ଡ ଗ୍ରାମବାସୀଙ୍କୁ ଏକାଠି କରି ଓଡ଼ିଶାର ସରକାରୀ ଯୋଜନାକୁ କଲେ ବିରୋଧ।ଭାଙ୍ଗିଲେ ନାମ ଫଳକ।
-
Dec 08, 2025 15:55 IST
ସଡକ ଦୁର୍ଘଟଣାରେ ସାମ୍ବାଦିକଙ୍କ ପରଲୋକ
ସମ୍ବଲପୁର ଜିଲ୍ଲା ରେଢାଖୋଲ 0TV ରିପୋର୍ଟର ରମାକାନ୍ତ ମହାନନ୍ଦଙ୍କ ପରଲୋକ ଘଟିଛି। ଆଜି ନାକଟିଦେଉଳ ବ୍ଲକ୍ ଚମ୍ପାଲି ନଦୀ ସେତୁ ଉପରେ ବାଇକ୍ ଦୁର୍ଘଟଣା, ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ l ନାକଟିଦେଉଳକୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପାଇଁ ଯିବା ବେଳେ ଦୁର୍ଘଟଣା ଘଟିଥିଲା।
-
Dec 08, 2025 13:14 IST
୫୦ ଲକ୍ଷ କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଅନୁକମ୍ପା ନିଯୁକ୍ତି ଦାବି
ରାଉରକେଲା: ପୋଡ଼ି ହୋଇ କଲେଜ୍ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ୫୦ ଲକ୍ଷ କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଅନୁକମ୍ପା ନିଯୁକ୍ତି ଦାବି କରୁଛନ୍ତି ପରିବାର ଲୋକେ। ଶବ ଇସ୍ପାତ ଜେନେରାଲ ହସପିଟାଲ ମର୍ଗରେ ପଡ଼ିରହିଛି। ଦାବି ପୂରଣ ନହେଲେ ମୃତଦେହ ଗ୍ରହଣ ନ କରିବାକୁ ଚେତାବନୀ ଦେଇଛନ୍ତି।
/fit-in/580x348/filters:format(webp)/sambad/media/media_files/2025/12/08/untitled-2025-12-08-13-14-20.png)
-
Dec 08, 2025 12:46 IST
ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଖେଳାଳି
କଟକ: ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଖେଳାଳି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ସେମାନେ ଅଭ୍ୟାସ କରିବେ।
/fit-in/580x348/filters:format(webp)/sambad/media/media_files/2025/12/07/1breaking-news-thursday-2025-12-07-23-02-46.jpg)
-
Dec 08, 2025 12:41 IST
ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ
ବରଗଡ଼: ବରଗଡ଼ ସହରରେ ସକାଳେ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ ନିଆଁ ଲାଗି ଅନ୍ୟ ଦୋକାନକୁ ବ୍ୟାପିଥିଲା। ତେବେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଚଷମା ଦୋକାନ ଛାରଖାର ହୋଇ ଯାଇଥିବାବେଳେ ପାଖ ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
/fit-in/580x348/filters:format(webp)/sambad/media/media_files/2025/12/08/untitled-2025-12-08-12-40-14.png)
-
Dec 08, 2025 10:29 IST
ହାଇଦ୍ରାବାଦ୍ ବିମାନବନ୍ଦରରେ ହାଇଆଲର୍ଟ
ହାଇଦ୍ରାବାଦ: ହାଇଦ୍ରାବାଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଧମକ ମିଳିଛି। ଦୁର୍ବୃତ୍ତମାନେ ଏକକାଳୀନ ୩ଟି ବିମାନ ଉଡ଼ାଇ ଦେବାକୁ ଧମକ ଦେଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଫଳରେ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି।
-
Dec 08, 2025 08:39 IST
କଲମ୍ବିଆରେ ବିସ୍ଫୋରଣ: ଦୁଇ ପୁଲିସ ଅଧିକାରୀ ମୃତ
ଉତ୍ତର-ପୂର୍ବ କଲମ୍ବିଆରେ ନ୍ୟାସନାଲ ଲିବରେସନ ଆର୍ମି ଦୁଇଜଣ ପୁଲିସ ଅଧିକାରୀଙ୍କୁ ହତ୍ୟା କରିଛି। ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ୧୯୬୦ ଦଶକରୁ ସକ୍ରିୟ ଥିବା ଏକ ମାର୍କ୍ସବାଦୀ ଗରିଲା ବାହିନୀ NLAକୁ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି। ଏହି ବର୍ଷ ଆରମ୍ଭରେ ଆତଙ୍କବାଦୀ ଆକ୍ରମଣ ପରେ ପେଟ୍ରୋ ସରକାର ଏବଂ NLA ମଧ୍ୟରେ ଶାନ୍ତି ଆଲୋଚନା ସ୍ଥଗିତ ରହିଥିଲା।
-
Dec 08, 2025 08:11 IST
ରାଜସ୍ଥାନରେ ମୃତଦେହ ରଖି ରାସ୍ତା ଅବରୋଧ ମନା!
ରାଜସ୍ଥାନ ସରକାର ନୂଆ ଆଇନ ଲାଗୁ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ମୃତଦେହ ବିସର୍ଜନ ଆଇନ-୨୦୨୩କୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିଛନ୍ତି। ଏହି ନୂତନ ଆଇନ ରାସ୍ତା କିମ୍ବା ସାର୍ବଜନୀନ ସ୍ଥାନରେ ମୃତଦେହ ରଖି ପ୍ରତିବାଦ କରିବା ଅଭ୍ୟାସକୁ ସ୍ଥାୟୀ ଭାବରେ ନିଷିଦ୍ଧ କରିଛି। ବିଜେପି ସରକାର ଏହି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ସାମ୍ପ୍ରତିକ ଘଟଣାକ୍ରମ ମଧ୍ୟରେ କଠୋର ଦଣ୍ଡର ବ୍ୟବସ୍ଥା କରିଛି। ଏହି ଆଇନ ଅନୁଯାୟୀ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଦ୍ୱାରା ମୃତଦେହ ସହିତ ଜଡିତ ଯେକୌଣସି ରାଜନୈତିକ ପ୍ରଦର୍ଶନ କିମ୍ବା ପ୍ରତିବାଦ ଛଅ ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଜରିମାନା ସହିତ ଦଣ୍ଡନୀୟ ହେବ। ଯଦି ପରିବାରର ସଦସ୍ୟ ଏପରି ପ୍ରତିବାଦକୁ ଅନୁମତି ଦିଅନ୍ତି କିମ୍ବା ଏଥିରେ ଅଂଶଗ୍ରହଣ କରନ୍ତି, ତେବେ ସର୍ବାଧିକ ଦଣ୍ଡ ଦୁଇ ବର୍ଷ ଜେଲଦଣ୍ଡ।
-
Dec 08, 2025 07:40 IST
ବିନା ଅନୁମତିରେ କଶ୍ମୀର ବୁଲିଲେ ଚୀନ ନାଗରିକ
ଜମ୍ମୁ କଶ୍ମୀରରୁ ସୁରକ୍ଷା ଏଜେନ୍ସିର କର୍ମଚାରୀମାନେ ଜଣେ ୨୯ ବର୍ଷୀୟ ଚୀନ୍ ନାଗରିକଙ୍କୁ ଅଟକ ରଖିଛନ୍ତି। ସେନା ଅନଲାଇନ୍ରେ ଏକ ଅସାଧାରଣ କଥାବାର୍ତ୍ତାକୁ ବାଧା ଦେଇଛି, ଯାହା ଫଳରେ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। ଅଟକ ବ୍ୟକ୍ତି ହେଉଛନ୍ତି ହୁ କାଙ୍ଗଟାଇ, ଯିଏ ନଭେମ୍ବର ୧୯ ତାରିଖରେ ପର୍ଯ୍ୟଟନ ଭିସାରେ ଦିଲ୍ଲୀ ଆସିଥିଲେ। ଭିସା ତାଙ୍କୁ କେବଳ ବାରାଣସୀ, ସାରନାଥ, ଗୟା, କୁଶୀନଗର, ଆଗ୍ରା, ଜୟପୁର ଏବଂ ଦିଲ୍ଲୀରେ ବୌଦ୍ଧ ତୀର୍ଥସ୍ଥଳ ପରିଦର୍ଶନ କରିବାକୁ ଅନୁମତି ଦେଇଥିଲା।
-
Dec 08, 2025 07:13 IST
ବନ୍ଦେ ମାତରମ୍ ଉପରେ ଆଜି ଆଲୋଚନା
ନୂଆଦିଲ୍ଲୀ: ସଂସଦରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଉପରେ ଆଜି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସରକାର ଶୀତକାଳୀନ ଅଧିବେଶନର ୧୦ଟି ମୂଲ୍ୟବାନ ସଂସଦୀୟ ଘଣ୍ଟା ଏହି ଗୀତ ଉପରେ ବିତର୍କ ପାଇଁ ସଂରକ୍ଷଣ କରିଛନ୍ତି। ପ୍ରଶ୍ନ ହେଉଛି, ଆମର ମାନ୍ୟବର ସାଂସଦମାନେ କ'ଣ ଏହି ବିପଦପୂର୍ଣ୍ଣ ବିତର୍କକୁ ଥରେ ଏବଂ ସବୁଦିନ ପାଇଁ ସମାପ୍ତ କରିପାରିବେ?
Discussion on Vande Mataram at Lok Sabha. Photograph: (Navabharat Times) ‘ବନ୍ଦେ ମାତରମ୍’କୁ ନେଇ ଭାରତରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି। କିଛି ମୁସଲମାନ ଏହାକୁ ଜାତୀୟ ଗୀତ ଭାବରେ ଗ୍ରହଣ କରନ୍ତି ନାହିଁ। ସେମାନେ କେବଳ ସମ୍ପୂର୍ଣ୍ଣ ଗୀତ ଗାଇବାକୁ ମନା କରନ୍ତି ନାହିଁ ବରଂ ‘ବନ୍ଦେ ମାତରମ୍’ ଶବ୍ଦ ବ୍ୟବହାର କରିବାରୁ ମଧ୍ୟ ବଞ୍ଚନ୍ତି। କାରଣ ଏହି ଗୀତରେ ମାତୃଭୂମିକୁ ଦେବୀ ଦୁର୍ଗା ଏବଂ ଲକ୍ଷ୍ମୀ ଭାବରେ ଦର୍ଶାଯାଇଛି। ସେମାନେ ଯୁକ୍ତି ଦିଅନ୍ତି ଯେ ଏହା ଇସଲାମର ନୀତି ବିରୁଦ୍ଧରେ ଯାହା ଅନ୍ୟ କାହାର ପୂଜାକୁ ନିଷେଧ କରେ।
Follow Us