ସଙ୍କଟ ସମୟରେ ସମ୍ପର୍କ ଯୋଡ଼ୁଛି ଖବରକାଗଜ, ୪୨% ପାଠକ ଏକାଧିକ ଥର ଖବରକାଗଜ ପଢ଼ୁଛନ୍ତି

Advertisment

ଖବରକାଗଜ ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଦେଉଛନ୍ତି ପାଠକ

ଖବରକାଗଜ ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଦେଉଛନ୍ତି ପାଠକ

ସଙ୍କଟ ସମୟରେ ସମ୍ପର୍କ ଯୋଡ଼ୁଛି ଖବରକାଗଜ, ୪୨% ପାଠକ ଏକାଧିକ ଥର ଖବରକାଗଜ ପଢ଼ୁଛନ୍ତି

Flickr

ନୂଆଦିଲ୍ଲୀ: କରୋନାଭୂତାଣୁ ବୈଶ୍ବିକ ମହାମାରୀ ସମୟରେ ଏବେ ଜନସାଧାରଣ ଖବରକାଗଜ ସହ ଅଧିକ ସମୟ ଅତିବାହିତ କରୁଛନ୍ତି। ସମଗ୍ର ଦେଶ ଏବେ ଲକ୍‌ଡାଉନ୍‌ରେ ରହିଛି ଏବଂ ଏହି ଅସାଧାରଣ ସମୟରେ ବିଶ୍ବାସଯୋଗ୍ୟ ଏବଂ ସଠିକ୍‌ ଖବରର ଆବଶ୍ୟକତା ପୂର୍ବାପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଲୋକେ ଅଧିକ ସମୟ ଖବରକାଗଜ ପଢ଼ିବାକୁ ପସନ୍ଦ କରୁଛନ୍ତି। ପୂର୍ବରୁ ପ୍ରତିଦିନ ପାଠକ ଯେତିକି ସମୟ ଖବରକାଗଜ ପଢ଼ିଥାନ୍ତି ତା'ଠାରୁ ହାରାହାରି ପ୍ରାୟ ୨୨ ମିନିଟ୍‌ ଅଧିକ ସମୟ ଏବେ ଖବରକାଗଜ ପାଇଁ ଦେଉଛନ୍ତି। ମାର୍କେଟ୍‌ ରିସର୍ଚ୍ଚ‌୍ ଫାର୍ମ 'ଆଭାନ୍ସ ଫିଲ୍ଡ ଆଣ୍ଡ୍‌ ବ୍ରାଣ୍ଡ୍‌ ସଲ୍ୟୁସନ୍‌ସ' ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଲକ୍‌ଡାଉନ୍‌ ପୂର୍ବରୁ ପାଠକମାନେ ହାରାହାରି ୩୮ ମିନିଟ୍‌ ଖବରକାଗଜ ସହ ଅତିବାହିତ କରୁଥିଲେ। କିନ୍ତୁ ଲକ୍‌ଡାଉନ୍‌ ସମୟରେ ଅଧିକାଂଶ ପାଠକ ଏବେ ୧ ଘଣ୍ଟାରୁ ଅଧିକ ସମୟ ଧରି ଖବରକାଗଜ ପଢ଼ୁଛନ୍ତି। ସର୍ବେକ୍ଷଣରେ ସାମିଲ ହୋଇଥିବା ୪୦ ପ୍ରତିଶତ ପାଠକ କହିଛନ୍ତି ଯେ, ସେମାନେ ୧ ଘଣ୍ଟାରୁ ଅଧିକ ସମୟ ଖବରକାଗଜ ପଢ଼ୁଛନ୍ତି। ତେବେ ଲକ୍‌ଡାଉନ୍‌ ପୂର୍ବରୁ କେବଳ ୧୬ ପ୍ରତିଶତ ଲୋକ ଖବରକାଗଜରେ ଅଧିକ ସମୟ ଅତିବାହିତ କରୁଥିଲେ। ‌‌ତେବେ ଏହା ମଧ୍ୟ ଜଣାପଡ଼ିଛି ଯେ ୪୨ ପ୍ରତିଶତ ପାଠକ ଦିନରେ ଅନେକ ଥର ଖବରକାଗଜ ପଢ଼ୁଛନ୍ତି ଏବଂ ପ୍ରତ୍ୟେକଟି ବିଭାଗକୁ ଅଧିକ ସମୟ ଦେଉଛନ୍ତି। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଏଭଳି ସଙ୍କଟ ସମୟରେ ପାଠକ ଏବଂ ଖବରକାଗଜ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହୋଇଛି। ସର୍ଭେରେ କୁହାଯାଇଛି, ଖବରକାଗଜ ବାସ୍ତବରେ ଏକ ଅତ୍ୟାବଶ୍ୟକ ସେବା ଏବଂ ସୂଚନାର ଏହା ସବୁଠାରୁ ବିଶ୍ୱସନୀୟ ଉତ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe