ନୂଆଦିଲ୍ଲୀ: ଯୁଦ୍ଧରେ ଆଗାମୀ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଗତରାତିରେ ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି।
ବିଳମ୍ବିତ ରାତ୍ରରେ ଜାରି ଏକ ଭିଡିଓରେ ଜେଲେନ୍ସ୍କି କହିଛନ୍ତି, ଆମ ଦେଶର ପୂର୍ବାଞ୍ଚଳରେ ରୁଷୀୟ ସେନା ଆକ୍ରମଣ ଆହୁରି ବ୍ୟାପକ କରିବ। ସେମାନେ ଆମ ଉପରକୁ ଅଧିକ କ୍ଷେପଣାସ୍ତ୍ର ଓ ଅଧିକ ଏୟାର୍ ବମ୍ ନିକ୍ଷେପ କରିପାରନ୍ତି। କିନ୍ତୁ, ଆମେ ସେମାନଙ୍କ ଆକ୍ରମଣକୁ ପ୍ରତିରୋଧ କରିବା ଲାଗି ପ୍ରସ୍ତୁତ ଅଛୁ। ଆମେ ମୁକାବିଲା କରିବୁ।
ରୁଷ୍ ଯୁଦ୍ଧ ଅପରାଧ ଦାୟିତ୍ବବୋଧ ଏଡ଼ାଇ ଦେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରି ୟୁକ୍ରେନ୍କୁ ଆହୁରି ଅଧିକ ସହାୟତା ଯୋଗାଇ ଦେବାକୁ ଜେଲେନ୍ସ୍କି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ କହିଛନ୍ତି।
Image Courtesy AP Newsସେ ଆହୁରି ମଧ୍ୟ କହିଛନ୍ତି, ଜନସାଧାରଣଙ୍କର ଭୁଲ୍ ସ୍ବୀକାର କରିବା, କ୍ଷମା ମାଗିବା, ବାସ୍ତବତାକୁ ଆଦରି ନେବା ଭଳି ସାହସ ନ ରହିଲେ ଓ ସେସବୁ ନ ଶିଖିଲେ ଦାନବ ପାଲଟି ଯାଆନ୍ତି। ଯଦି ବିଶ୍ବ ଏହାକୁ ଅବଜ୍ଞା କରେ ତେବେ ଦାନବମାନେ ଭାବନ୍ତି ଯେ, ବିଶ୍ବ ସେମାନଙ୍କୁ ଆଦରି ନେଇଛି। କିନ୍ତୁ, ୟୁକ୍ରେନ୍ ଏ ସବୁର ଅବସାନ ଘଟାଇବ।
Image Courtesy of Zee Newsଦିନ ଆସିବ ସେମାନେ ସବୁ କଥା ସ୍ବୀକାର କରିବେ। ବାସ୍ତବତାକୁ ଗ୍ରହଣ କରିବେ। ରୁଷ୍ ଆହୁରି ଭୟଭୀତ ହେବ। ହରାଇବାକୁ ଭୟ କରିବ। ବାସ୍ତବତାକୁ ସ୍ବୀକାର କରିବାକୁ ପଡ଼ିବ ଭାବି ରୁଷ୍ ଭୟଭୀତ ହେବ ବୋଲି ସେ କହିଛନ୍ତି।
Follow Us