Image Courtesy of The New Indian Express
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବୁନାଲ୍ରେ ବିଚାର ଆଲୋଚନା ଚାଲିଥିବା ବେଳେ ଆଜି ଛତିଶଗଡ଼ ରାଜ୍ୟ ପକ୍ଷରୁ କେନ୍ଦ୍ରୀୟ ଜଳ କମିସନ୍, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଏବଂ ଭାରତୀୟ ପାଣିପାଗ ବିଭାଗମାନଙ୍କୁ କେତେଗୁଡ଼ିଏ ଦଲିଲ୍ ଦାଖଲ କରିବାକୁ ଆବେଦନ କରାଯାଇଛି।
ଆଜି ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଟ୍ରିବୁନାଲ୍ ମହାନଦୀ ଜଳ ବିବାଦର ଶୁଣାଣି କରିବା ବେଳେ ଉପରୋକ୍ତ ପ୍ରସଙ୍ଗ ଉଠିଥିଲା। ସମ୍ପୃକ୍ତ ବିଭାଗ ସବୁ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖ ଦିନ ୧୧ଟା ବେଳେ ହେବ ବୋଲି ଟ୍ରିବୁନାଲ୍ ଦିନ ଧାର୍ଯ୍ୟ କରିଛନ୍ତି।
ମହାନଦୀ ଟ୍ରିବୁନାଲଙ୍କୁ ଜାରି କରାଯାଇ ଥିବା ଡ୍ରାଫ୍ଟ୍ ଅନୁସାରେ ସାମୟିକ ଭାବେ ସାମଗ୍ରିକ ଇସ୍ୟୁ ପ୍ରସ୍ତୁତ କରିବାକୁ ସବୁ ପକ୍ଷ ରାଜି ହୋଇଥିଲେ। ଆବଶ୍ୟକ ସ୍ଥଳେ ଏଥିରେ ସଂଶୋଧନ ଓ ସଂଯୋଗ ଆଦି କରିବାକୁ ଟ୍ରିବୁନାଲ୍ ଅନୁମତି ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟ ମଧ୍ୟରେ ସମସ୍ତ ପକ୍ଷ ଦଲିଲପତ୍ର ଯାଞ୍ଚ ଏବଂ ପରସ୍ପର ମଧ୍ୟରେ ବିନିମୟ କରିପାରିବେ।
Follow Us