ଜାନୁଆରି ୨୪ରେ ଆଉ ଏକ ରାୟ

Advertisment

ଗୋଖାଦ୍ୟ ଦୁର୍ନୀତି ଲାଲୁଙ୍କ ପିଛା ଛାଡୁନି

ଗୋଖାଦ୍ୟ ଦୁର୍ନୀତି ଲାଲୁଙ୍କ ପିଛା ଛାଡୁନି

ଜାନୁଆରି ୨୪ରେ ଆଉ ଏକ ରାୟ

Ranchi: RJD supremo Lalu Prasad Yadav escorted by police officials after being convicted by the special CBI court in fodder scam case, in Ranchi on Saturday. PTI Photo(PTI12_23_2017_000113B)

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁୁଥିବା ଆର୍‌ଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ସମସ୍ୟା ଆଦୌ ପିଛା ଛାଡ଼ୁନି। ଗୋଟିଏ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଗତ ଜାନୁଆରି ୬ ତାରିଖରୁ ଜେଲ୍‌ଦଣ୍ଡ ଭୋଗୁଥିବାବେଳ ଆଜି ଅନ୍ୟ ଏକ ଗୋଖାଦ୍ୟ ଦୁର୍ନୀତି ମାମଲାର ରାୟ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇ ସାରିଥିବାରୁ ତାଙ୍କ ଚିନ୍ତା ବଢ଼ିଯାଇଛି। ବିଗତ ଦୁଇ ଦଶନ୍ଧିର ୪ଟି ଗୋଖାଦ୍ୟ ଦୁର୍ନୀତି ମାମଲା ମଧ୍ୟରୁ ତୃତୀୟ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ଜାନୁଆରି ୨୪ ତାରିଖରେ ରାୟ ପ୍ରକାଶ କରିବେ ବୋଲି କହିଛନ୍ତି। ପୂର୍ବର ସଂଯୁକ୍ତ ବିହାର ତଥା ବର୍ତ୍ତମାନର ଝାଡ଼ଖଣ୍ଡ ଚାଇବାସା ଜିଲ୍ଲା ଟ୍ରେଜରିରୁ ବିହାର ପଶୁପାଳନ ବିଭାଗ ଦ୍ୱାରା ୩୭ କୋଟି ଟଙ୍କାର ବେଆଇନ ଉଠାଣ ମାମଲାରେ ଲାଲୁ ଯାଦବଙ୍କ ସହ ଅନ୍ୟ ୨୯ ଜଣ ଅଭିଯୁକ୍ତ ହୋଇଛନ୍ତି। ଏହି ମାମଲାରେ ଲାଲୁଙ୍କୁ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ଦୁର୍ନୀତି ଏବଂ ସରକାରୀ କ୍ଷମତାର ଅପବ୍ୟବହାର କରିଥିବା ମାମଲାରେ ଅଭିଯୁକ୍ତ କରାଯାଇଛି। ମାମଲାର ଶୁଣାଣି ପାଇଁ ଲାଲୁ ଆଜି ରାଞ୍ଚି ସ୍ଥିତ ବିର୍ସାମୁଣ୍ଡା ଜେଲ୍‌ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ସିବିଆଇ ବିଚାରପତି ଏସ୍‌ଏସ୍‌ ପ୍ରସାଦଙ୍କ ଶୁଣାଣିରେ ଅଂଶଗ୍ରହଣ କରିଛନ୍ତି। ମାମଲାରେ ଶୀଘ୍ର ରାୟ ପ୍ରକାଶ ପାଇଁ ଲାଲୁ ବିଚାରପତିଙ୍କୁ ଅନୁରୋଧ କରିବା ସହ ମକର ସଂକ୍ରାନ୍ତିରେ ସେ ଜେଲ୍‌ରେ ଚୁଡ଼ା ଦହି କେମିତି ଖାଇବେ ବୋଲି ପ୍ରଶ୍ନ କରିଥିଲେ। ବିଚାରପତି ମଧ୍ୟ ଲାଲୁଙ୍କୁ ମକର ସଂକ୍ରାନ୍ତି ଦିନ ଜେଲ୍‌ରେ ଚୁଡ଼ା-ଦହି ଦିଆଯିବା ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସାଧାରଣ କଏଦୀଙ୍କ ଭଳି ରହୁଛନ୍ତି ଲାଲୁ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ଅଷ୍ଟମ ଥର ପାଇଁ ଜେଲ୍‌ରେ ଅଛନ୍ତି। ରାଞ୍ଚି ସ୍ଥିତ ବିର୍ଶାମୁଣ୍ଡା ଜେଲରେ ଥିବା ଲାଲୁଙ୍କୁ ଏଥର କିନ୍ତୁ କୌଣସି ବିଶେଷ ସୁବିଧା ଦିଆଯାଇନାହିଁ। ସେ ସାଧାରଣ କଏଦୀଙ୍କ ଭଳି ରହୁଛନ୍ତି ଏବଂ ଅନ୍ୟ କଏଦୀଙ୍କ ପାଇଁ ରହିଥିବା କଟକଣା ତାଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଛି। ଲାଲୁଙ୍କୁ ସପ୍ତାହକରେ ୩ ଜଣରୁ ଅଧିକ ଲୋକ ସାକ୍ଷାତ କରିବାକୁ ଅନୁମତି ମିଳିନାହିଁ। ବିଚାରପତି ମଧ୍ୟ ଅଧିକ ଲୋକଙ୍କୁ ଭେଟିବା ପାଇଁ ଲାଲୁଙ୍କ ନିବେଦନକୁ କର୍ଣ୍ଣପାତ କରିନାହାନ୍ତି। ଝାଡ଼ଖଣ୍ଡରେ ବିଜେପିର ରଘୁବର ଦାସଙ୍କ ସରକାର ଲାଲୁଙ୍କୁ କୌଣସି ସ୍ୱତନ୍ତ୍ର ସୁବିଧା ସୁଯୋଗ ଦେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜେଲ୍‌ରେ ଲାଲୁଙ୍କ ସେବା କରିବା ପାଇଁ ତାଙ୍କର ଦୁଇ ଜଣ ସମର୍ଥକ ଅପରାଧ କରି ସେହି ଜେଲ୍‌ରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାରେ ରହିଥିବାରୁ ଏହାର ମଧ୍ୟ ସବିଶେଷ ଖୋଳତାଡ଼ ଚାଲିଛି। ଲାଲୁଙ୍କ ରୋଷେୟା ଲକ୍ଷ୍ମଣ ମାହାଟୋ ଓ ଅନ୍ୟ ଜଣେ ସେବକ ମଦନ ଯାଦବ ଜାଣିଶୁଣି ଜେଲ୍‌ ଯାଇଛନ୍ତି ବୋଲି ଶାସକ ଜେଡିୟୁ ଅଭିଯୋଗ ଆଣିିବା ପରେ ସେମାନଙ୍କ ସଂପର୍କରେ ସବିଶେଷ ଯାଞ୍ଚ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe