ଖୁବ୍‌ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସୈନିକମାନଙ୍କୁ କହିଲେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

Advertisment
ଖୁବ୍‌ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସୈନିକମାନଙ୍କୁ କହିଲେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

Image Courtesy of India Today

ଜେରୁଜେଲମ୍‌: ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତ ଅଛ ତ? ଖୁବ୍‌ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶନିବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଇସ୍ରାଏଲ୍‌ ପ୍ରତିରକ୍ଷା ବଳର ପଦାତିକ ବାହିନୀର ସୈନିକମାନଙ୍କୁ କହିଛନ୍ତି।

ସୈନିକମାନଙ୍କ ମନୋବଳ ବା ଆତ୍ମ-ବିଶ୍ବାସ ବୃଦ୍ଧି କରାଇବାକୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜା ଷ୍ଟ୍ରିପ୍‌ ସୀମାନ୍ତରେ ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ର (ଆଇଡିଏଫ୍‌) ସୈନିକମାନଙ୍କୁ ଭେଟିଥିଲେ। ‘ଆଇଡିଏଫ୍‌’ ଅଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସମୟର ଫଟୋ ସେୟାର୍‌ କରି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଛନ୍ତି, ଆମେ ସମସ୍ତେ ପ୍ରସ୍ତୁତ ଅଛୁ।

‘ଏକ୍ସ୍‌’ରେ ସେୟାର୍‌ କରିଥିବା ଭିଡିଓରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସୈନିକମାନଙ୍କୁ କହୁଛନ୍ତି, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତ ଅଛ ତ? ଖୁବ୍‌ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହମାସ୍‌ର ‘ଅପରେସନ୍‌ ଅଲ୍‌ ଅକ୍ସା ଫ୍ଲଡ୍‌ ବ୍ୟାଟଲ୍‌’ର ପ୍ରତିଶୋଧ ନେବା ପାଇଁ ଉଦ୍ଦିଷ୍ଟ  ଇସ୍ର‌ାଏଲ୍‌ର ‘ଅପରେସନ୍‌ ଆଇରନ୍‌ ସୋର୍ଡ’ ବିଷୟରେ ଦୃଢ଼ ନିଶ୍ଚିତ ଥିବା ଭଳି ଜଣାପଡୁଥିବା ଉକ୍ତ ଭିଡିଓରେ ଦେଖାଯାଉଛି ନେତାନ୍ୟାହୁ ସୈନିକମାନଙ୍କ ସହିତ କରମର୍ଦ୍ଦନ କରିବା ବେଳେ ସେମାନେ ମୁଣ୍ଡ ହଲାଇ ତାଙ୍କ କଥାକୁ ସମ୍ମତି ଜଣାଉଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖ ଦିନ ‘ହମାସ୍‌ ଗ୍ରୁପ୍‌’ର ଅତର୍କିତ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଇସ୍ରାଏଲ୍‌ ଗାଜା ଉପରେ ଆକାଶ ଓ ସ୍ଥଳ ଭାଗରୁ ଆକ୍ରମଣ ଜାରି ରଖିଛି। ଦୁଇ ପକ୍ଷଙ୍କ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଗ୍ରାମରେ ଏଯାବତ୍‌ ୩୨୦୦ ଲୋକଙ୍କର ପ୍ରାଣହାନୀ ଘଟିଲାଣି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe