ପ୍ରଦୂଷିତ ଗଙ୍ଗା ନଦୀର ଖରାପ ପରିସ୍ଥିତିକୁ ନେଇ ଏନଜିଟିଙ୍କ ଉଦ୍‌ବେଗ, ଗଙ୍ଗା ଜଳକୁ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସତର୍କ କରାଇବାକୁ ଦେଲେ ନିର୍ଦ୍ଦେଶ

Advertisment
ପ୍ରଦୂଷିତ ଗଙ୍ଗା ନଦୀର ଖରାପ ପରିସ୍ଥିତିକୁ ନେଇ ଏନଜିଟିଙ୍କ ଉଦ୍‌ବେଗ, ଗଙ୍ଗା ଜଳକୁ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସତର୍କ କରାଇବାକୁ ଦେଲେ ନିର୍ଦ୍ଦେଶ

ହରିଦ୍ୱାର : ପବିତ୍ର ଗଙ୍ଗା ନଦୀର ଜଳ ଏତେ ଅପରିଷ୍କାର ହୋଇପଡିଛି ଯେ, ଏହାକୁ ବ୍ୟବହାର କରିବା ଏବେ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ଗଙ୍ଗା ନଦୀର ଏପରି ଖରାପ ପରିସ୍ଥିତିକୁ ଦେଖି କ୍ରୋଧିତ ହୋଇଛନ୍ତି ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏନଜିଟି କହିଛି, ଯଦି ସିଗାରେଟ ଖୋଳରେ ସିଗାରେଟ୍‌ ଟାଣିବା ଶରୀର ପ୍ରତି ହାନିକାରକ ବୋଲି ଚେତାବନୀ ଦିଆଯାଇ ପାରୁଛି ତେବେ ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଥିବା ଗଙ୍ଗା ନଦୀର ଜଳ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଚେତାବନୀ ଦିଆଯାଉନାହିଁ କାହିଁକି ?

publive-image

ବର୍ତ୍ତମାନ ହରିଦ୍ୱାରର ଅନେକ ସହରରେ ଗାଙ୍ଗାର ଜଳ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏହି ରାଜ୍ୟରେ ଅନେକ ଲୋକ ଗଙ୍ଗାର ପାଣିକୁ ପାନୀୟ ଜଳ ଏବଂ ଗାଧୋଇବାରେ ବ୍ୟବହାର କରୁଛନ୍ତି। କିନ୍ତୁ ସେମାନଙ୍କୁ ଜଣା ନାହିଁ ଏହି ପାଣି ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କେଉଁଭଳି କୁପ୍ରଭାବ ପଡୁଛି। ଗଙ୍ଗା ପ୍ରତି ଥିବା ଭଲପାଇବା ଓ ଭକ୍ତି କାରଣରୁ ଲୋକମାନେ ଏହି ଏହି ବିଷାକ୍ତ ଜଳକୁ ପାନ କରୁଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏନଜିଟି କହିଛି, ଯଦି ସିଗାରେଟ ଖୋଳରେ ଏହା ଶରୀର ପ୍ରତି ହାନିକାରକ ବୋଲି ଚେତାବନୀ ଦିଆଯାଇ ପାରୁଛି ତେବେ ଏଠାରେ ଲକ୍ଷ ଲକ୍ଷ ଲୋକ ଗଙ୍ଗାର ପାଣି ପିଉଥିବା ବେଳେ ସେମାନଙ୍କୁ ଏହି ଜଳ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଚେତାବନୀ ଦିଆଯାଉନାହିଁ କାହିଁକି ?

publive-image

ଏନଜିଟିର ପ୍ରମୁଖ ଏ-କେ ଗୋଏଲଙ୍କ କହିବା ଅନୁସାରେ, ଗଙ୍ଗା ପ୍ରତି ଥିବା ଲୋକଙ୍କ ଭକ୍ତି ଏବଂ ଭଲପାଇବା କାରଣରୁ ଲୋକମାନେ ଏହି ଜଳକୁ ପାନ କରିଥାନ୍ତି । ସାଧାରଣତଃ ଲୋକମାନେ ଭାବନ୍ତି ଗଙ୍ଗାର ଜଳ ପିଇବା ଦ୍ୱାରା ଏବଂ ଗଙ୍ଗାରେ ଗାଧୋଇବା ଦ୍ୱାରା ମନୁଷ୍ୟର ପାପ କ୍ଷୟ ହୋଇଯାଇଥାଏ। ତେଣୁ ଲୋକମାନେ ନିଜ ଜୀବନକୁ ଭୟ ନକରି ଏହି ଜଳକୁ ପବିତ୍ର ମନେ କରି ସେବନ କରିଥାନ୍ତି ।

ଏନଜିଟି ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିସନକୁ ଶହେ କିଲୋମିଟର ପର୍ଯ୍ୟନ୍ତ ଡିସପ୍ଲେ ବୋର୍ଡ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଗଙ୍ଗା ଜଳକୁ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସତର୍କ କରାଇବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe