ଦିଲ୍ଲୀରେ ବାଣ ବିକ୍ରି ଉପରେ କଟକଣା ଲଗାଇଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ, ୩୦ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରତିବନ୍ଧକ

Advertisment

ବାୟୁ ପ୍ରଦୂଷଣ ବିପଦଜନକ ସ୍ଥିତିରେ ଥିବାରୁ ବାଣ ଫୁଟା ନିଷେଧ

ବାୟୁ ପ୍ରଦୂଷଣ ବିପଦଜନକ ସ୍ଥିତିରେ ଥିବାରୁ ବାଣ ଫୁଟା ନିଷେଧ

ଦିଲ୍ଲୀରେ ବାଣ ବିକ୍ରି ଉପରେ କଟକଣା ଲଗାଇଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ, ୩୦ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣଙ୍କୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ବଡ ନିଷ୍ପତି ଶୁଣାଇଛନ୍ତି ।  ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଟ୍ରିବ୍ୟୁନାଲ । ଆଜି ମଧ୍ୟରାତ୍ରିଠାରୁ ନଭେମ୍ବର ୩୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତ ପ୍ରକାର ବାଣ ଫୁଟାଇବା ଉପରେ କଟକଣା ଲାଗୁକରିଛନ୍ତି ଏନଜିଟି । ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଗତ ନଭେମ୍ବର ମାସରେ ଦିଲ୍ଲୀର ଯେଉଁସବୁ ସ୍ଥାନର ବାୟୁର ପ୍ରଦୂଷଣ ହାର ଅତ୍ୟଧିକ ଥିଲା ସେଠାରେ ଏହି ନିୟମ ଲାଗୁ କରାଯିବ ।

ଅନ୍ୟ ଯେଉଁ ସ୍ଥାନଗୁଡିକରେ ବାୟୁର ଗୁଣବତା ସାମାନ୍ୟ ଭଲଥିଲା ସେଠାରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯିବ । ଏହିସବୁ ସ୍ଥାନରେ କେବଳ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣ ହାର ବଢୁତିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛି ଏନଜିଟି । ପୂର୍ବରୁ ବାଣ ଫୁଟାଇବା ଉପରେ  ଦିଲ୍ଲୀ ସରକାର ପ୍ରତିବନ୍ଧକ ଜାରି କରିସାରିଛନ୍ତି । କିନ୍ତୁ ପଡୋଶୀ ହରିୟାଣା ଓ ଉତ୍ତରପ୍ରଦେଶରେ  ବାଣ ଉପରେ ପ୍ରତିବନ୍ଧକ  ଲଗାଯାଇନି ।

Karnataka government limits bursting of fire-crackers to 2 hours - The Financial Express The Financial Express

ଏହା ପୂର୍ବରୁ  ଦିଲ୍ଲୀ-ଏନ୍‌ସିଆର୍‌ରେ ବ‌ାୟୁ ପ୍ରଦୂଷଣ ସମସ୍ୟାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ମା‌ଧ୍ୟମ‌ରେ ଏକ ନୂଆ ଆଇନ ଆ‌ଣିଥିଲେ। ନୂଆ ଆଇନ ଅଧୀନରେ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ‌ଜେଲ୍‌ଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା କରାଯିବ। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ବାୟୁର ମାନ ତଦାରଖ ପାଇଁ ଏକ କମିଟି ଗଠନ ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ। ୨୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ସ୍ଥାୟୀ କମିସନ୍‌ ପ୍ରଦୂଷଣ ରୋକିବା ଦିଗରେ କଡ଼ା ପଦକ୍ଷେପ ନେବା ସହ ଉତ୍ତମ ସହଯୋଗ, ଗବେଷଣ‌ା ଦ୍ବାରା କିଭଳି ବାୟୁର ମାନ ପରିଚାଳନା କରିହେବ ସେଥିପ୍ରତି ଗୁରୁତ୍ବ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe