ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଜାତୀୟ ରାଜପଥ-୩୨୬ର ପ୍ରଶସ୍ତିକରଣ ଓ ଉନ୍ନତୀକରଣକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପର ମୂଲ୍ୟ ୧୫୨୬.୨୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ସେଥିରୁ ୯୯୬.୭୬ କୋଟି ଟଙ୍କାକୁ ସିଭିଲ୍ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ। ବର୍ତ୍ତମାନର ୨ ଲେନ୍ରୁ ୨ ଲେନ୍ ଜାତୀୟ ରାଜପଥ ୩୨୬ର ୬୮.୬୦୦ କିମିରୁ ୩୧୧.୭୦୦ କିମି ପର୍ଯ୍ୟନ୍ତ ସେକ୍ସନକୁ ପେଭ୍ଡ ସୋଲଡର ସହିତ ଉନ୍ନତୀକରଣ କରାଯିବ।
ଏହି ପ୍ରକଳ୍ପ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ଜଣାଇଛନ୍ତି। ଏହି ଭିତ୍ତିଭୂମି ଦକ୍ଷିଣ ଓଡ଼ିଶାର ଦୁର୍ଗମ ଓ ଆଭ୍ୟନ୍ତରୀଣ ଅଞ୍ଚଳ ଓ ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳକୁ ସବୁଦିନିଆ ସଡ଼କ ସଂଯୋଗରେ ଉନ୍ନତି ଆଣିବ। ଏହା ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ କରିବା, ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ସହ ସମସ୍ତଙ୍କ ପାଖରେ ଶିକ୍ଷା, ସ୍ବାସ୍ଥ୍ୟସେବା, ବଜାର ଓ ନିଯୁକ୍ତି ସୁଯୋଗ ପହଞ୍ଚାଇବାରେ ସହାୟକ ହେବ। ତାହା ଏହି ଅଞ୍ଚଳ ଓ ସାରା ରାଜ୍ୟର ସାମଗ୍ରିକ ଓ ଅନ୍ତର୍ଭୁକ୍ତୀକରଣ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଦକ୍ଷିଣ ଓଡ଼ିଶାର ଜିଲ୍ଲା ଜଗପତିି, ରାୟଗଡ଼ା ଓ କୋରାପୁଟ ବିଶେଷ ଭାବେ ଉପକୃତ ହେବେ।
ପ୍ରକଳ୍ପ ଖର୍ଚ୍ଚ ୧୫୨୬.୨୧ କୋଟି
କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ଏହି ଅଞ୍ଚଳର ସ୍ଥାନୀୟ ବାସିନ୍ଦା, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକୁ ଉନ୍ନତ ସଡ଼କ ସଂଯୋଗ ମିଳିପାରିବ।ଉକ୍ତ ପ୍ରକଳ୍ପକୁ ଇପିସି ମୋଡ୍ରେ କାର୍ଯ୍ୟକାରୀ କରାଯିବ। ଠିକାଦାରଙ୍କୁ ସଡ଼କ ନିର୍ମାଣ ଓ ଗୁଣାତ୍ମକମାନ ବଜାୟ ରଖିବାକୁ ପଡ଼ିବ। ଡ୍ରୋନ୍ ମ୍ୟାପିଂ, ନ୍ୟାସନାଲ୍ ସର୍ଭେ ଭେଇକିଲ୍ ଭଳି ଟୁଲ୍ ଓ ସ୍ବତନ୍ତ୍ର ସର୍ବେକ୍ଷଣ ବ୍ୟବସ୍ଥା ଜରିଆରେ ନିୟମିତ ବ୍ୟବଧାନରେ ପ୍ରକଳ୍ପର ଗୁଣାତ୍ମକ ମାନ ଉପରେ ନଜର ରଖାଯିବ। ପ୍ରକଳ୍ପ କାର୍ଯ୍ୟକୁ ୨୪ ମାସରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଧାନିକ ମଞ୍ଜୁରି ଓ ଆବଶ୍ୟକ ଜମି ମିଳିବା ପରେ ନିର୍ମାଣ ପାଇଁ କାର୍ଯ୍ୟବରାଦ ପ୍ରଦାନ କରାଯିବ।
Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର
ଏହି ଉନ୍ନତୀକରଣ ପ୍ରକଳ୍ପ ଦ୍ବାରା ମୋହନା-କୋରାପୁଟ ପର୍ଯ୍ୟନ୍ତ ସ୍ଥାନ ଏକ ପ୍ରମୁଖ ଅର୍ଥନୈତିକ ଓ ଲଜିଷ୍ଟିକ୍ସ ହବ୍ରେ ପରିଣତ ହେବ। ତାହା ଜାତୀୟ ରାଜପଥ-୨୬, ଜାତୀୟ ରାଜପଥ-୫୯ ଓ ଜାତୀୟ ରାଜପଥ-୧୬ ଏବଂ ରାୟପୁର-ବିଶାଖାପାଟଣା ସହ ଏହା ଯୋଡ଼ିହେବ। ଏଥି ସହିତ ଗୋପାଳପୁର ବନ୍ଦର, ଜୟପୁର ବିମାନବନ୍ଦର ଓ ବହୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ସଡ଼କ ଯୋଗାଯୋଗରେ ଉନ୍ନତି ହେବ। ଏହି ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନ ଯଥା ଜେକେ ପେପର, ମେଗା ଫୁଡ୍ ପାର୍କ, ନାଲ୍କୋ, ଇମ୍ଫା, ଉତ୍କଳ ଆଲୁମିନା, ବେଦାନ୍ତ ଓ ହାଲ୍ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟ ମେଡିକାଲ କଲେଜ୍ ଉପକୃତ ହେବେ। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଯଥା ମୋହନା, ରାୟଗଡ଼ା, ଲକ୍ଷ୍ମୀପୁର ଓ କୋରାପୁଟକୁ ଏହି ପ୍ରକଳ୍ପ ଉନ୍ନତ ସଡ଼କ ସଂଯୋଗ ପ୍ରଦାନ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/04/ad1EQGGbx3h4jbDXg20P.jpg)