ମାତ୍ର ୫ ଦିନରେ ୭୫ କିଲୋମିଟର୍‌ ରାଜପଥ ତିଆରି କରି ନୂଆ ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ କଲା ‘ଏନ୍‌ଏଚ୍‌ଏଆଇ’

Advertisment
ମାତ୍ର ୫ ଦିନରେ ୭୫ କିଲୋମିଟର୍‌ ରାଜପଥ ତିଆରି କରି ନୂଆ ‘ଗିନିଜ୍‌ ୱାର୍ଲଡ୍‌ ରେକର୍ଡ’ କଲା ‘ଏନ୍‌ଏଚ୍‌ଏଆଇ’

Image Courtesy of Mint

ନୂଆଦିଲ୍ଲୀ: ମାତ୍ର ୫ ଦିନରେ ୭୫ କିଲୋମିଟର୍‌ ଦୀର୍ଘ ରାଜପଥ ନିର୍ମାଣ କରି ‘ନ୍ୟାସ୍‌ନାଲ୍‌ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ’ (ଏନ୍‌ଏଚ୍‌ଏଆଇ) ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌’ରେ ନାଁ କରିଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି।

‘ଏନ୍‌ଏଚ୍‌ଏଆଇ’ ୧୦୫ ଘଣ୍ଟା ୩୩ ମିନିଟ୍‌ ଅଥବା ୫ ଦିନରୁ କମ୍‌ ସମୟ ମଧ୍ୟରେ ମହାରାଷ୍ଟ୍ରର ଅମରାବତୀ ଓ ଅକୋଲା ମଧ୍ୟରେ ଥିବା ୫୩ ନମ୍ବର ରାଜପଥର ୭୫ କିଲୋମିଟରଯାଏଁ ପିଚୁ ରାସ୍ତା ନିର୍ମାଣ କରିଛି।

publive-image Image Courtesy of Firstpost

‘ଏନ୍‌ଏଚ୍‌ଏଆଇ’କୁ ଅଭିନନ୍ଦନ ଜଣାଇ ଗଡ଼କରୀ ଟୁଇଟ୍‌ କରିଛନ୍ତି: ଅମରାବତୀ ଓ ଅକୋଲା ମଧ୍ୟରେ ଥିବା ୫୩ ନମ୍ବର ରାଜପଥରୁ ୭୫ କିଲୋମିଟରଯାଏଁ ପିଚୁ ରାସ୍ତା ନିର୍ମାଣ କରି ‘ଗିନିଜ୍‌ ୱାଲର୍ଡ ରେକର୍ଡ’ କରିଥିବା ଆମ ଦକ୍ଷ ‘ଏନ୍‌ଏଚ୍‌ଏଆଇ’ ଅଧିକାରୀ ଟିମ୍‌, ପରାମର୍ଶଦାତା ତଥା ଜମି ଜୋଗାଣକାରୀ ‘ରାଜପଥ ଇନ୍‌ଫ୍ରାକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଜଗଦୀଶ କଦମଙ୍କୁ ଅଭିନନ୍ଦନ ଜଣାଇ ଆନନ୍ଦିତ। ଏହି ଅସାଧାରଣ କୃତ୍ବିତ୍ବ ହାସଲ ନିମନ୍ତେ ଦିନରାତି ପରିଶ୍ରମ କରିଥିବା ଇଞ୍ଜିନିୟର୍‌ ଏବଂ ଶ୍ରମିକମାନଙ୍କୁ ବିଶେଷ ଧନ୍ୟବାଦ।

‘ରାଜପଥ ଇନ୍‌ଫ୍ରାକନ୍‌’ ନାମରେ ଜଣେ ଘରୋଇ କଣ୍ଟ୍ରାକ୍ଟର୍‌ ଜୁନ୍‌ ୩ ତାରିଖ ସକାଳ ୬ଟା ବେଳେ ଉକ୍ତ ରାସ୍ତାକାର୍ଯ୍ୟ ଆରମ୍ଭ କରିଥିଲା। ଏହି ରାସ୍ତା ନିର୍ମାଣରେ ୮୦୦ କର୍ମଚାରୀ ଏବଂ ୭୦୦ ଶ୍ରମିକ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe