୩ ମାସ ଭିତରେ ସାତକୋଶିଆ ବିସ୍ଥାପିତଙ୍କ ପାଇଁ ଥଇଥାନ ବ୍ୟବସ୍ଥା ଶେଷ କରିବାକୁ ମୁଖ୍ୟ ସଚିବଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ନିର୍ଦେଶ

Advertisment
କନ୍ୟାଶ୍ରମରେ ବିଷାକ୍ତ ଖାଦ୍ୟ ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଘଟଣା: ଗଣଶିକ୍ଷା ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କ ଠାରୁ ଏଟିଆର୍‌ ତଲବ

Image Courtesy of Ipleaders Blog

ନୂଆଦିଲ୍ଲୀ : ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଞ୍ଚଳରେ ବ୍ୟାଘ୍ର ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ବାସସ୍ଥାନ ହରାଇଥିବା ୫ଟି ରାଜସ୍ୱ ଗ୍ରାମର ବାସିନ୍ଦାଙ୍କ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ତିନି ମାସ ମଧ୍ୟରେ ଶେଷ କରିବାକୁ ଜାତୀୟ ମାନବ ଅଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ସାମାଜିକ କର୍ମୀ ତଥା ଓକିଲ ରାଧାକାନ୍ତ ତ୍ରିପାଠୀଙ୍କ ପକ୍ଷରୁ ଦାଏର କରାଯାଇଥିବା ମାମଲାର ବିଚାର କରି ‘ଏନ୍‌ଏଚ୍‌ଆର୍‌ସି’ ଏଭଳି ଆଦେଶ ଦେଇଛନ୍ତି। ଶ୍ରୀ ତ୍ରିପାଠୀ ଆବେଦନରେ ଦର୍ଶାଇଛନ୍ତି ଯେ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପରିସରରେ ପଡୁଥିବା ଅରଣ୍ୟାଞ୍ଚଳର ବିସ୍ଥାପିତ ବାସିନ୍ଦାମାନଙ୍କୁ ଥଇଥାନ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ। ଏହାଛଡ଼ା, ବାଘୁଣୀ ‘ସୁନ୍ଦରୀ’କୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଠାରୁ ପାଣ୍ଠି ମିଳୁ ନ ଥିବାବେଳେ ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ଲଢ଼େଇ ଚାଲିରହିଛି। ଏ ସଂକ୍ରାନ୍ତରେ ଅବଗତ ହେବା ପୂର୍ବରୁ ‘ଏନ୍‌ଏଚ୍‌ଆର୍‌ସି’ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଥିଲେ। ଏଥିସହିତ, ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଓ ନୂଆଦିଲ୍ଲୀରେ ଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କୁ ମଧ୍ୟ ରିପୋର୍ଟ ମାଗିଥିଲେ। ଏବେ ୩ ମାସ ମଧ୍ୟରେ ବିସ୍ଥାପିତଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe