ଡେଙ୍ଗୁରେ ଓଡିଆ ବାଳକଙ୍କ ମୃତ୍ୟୁ ଓ ମାତାପିତା ଆତ୍ମହତ୍ୟା ମାମଲା : ତିନିଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍‌ସିଙ୍କ ନିର୍ଦ୍ଦେଶ

ସାପ କାମୁଡ଼ା ମୁତ୍ୟୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: କେନ୍ଦ୍ର ଓ ରାଜ୍ୟକୁ ରିପୋର୍ଟ ତଲବ

NewsNation

ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଆ ବାଳକ ଅବିନାଶ ରାଉତ ଡେଙ୍ଗୁରେ ଆକ୍ରାନ୍ତ ହୋଇ ୨୦୧୫ ସେପ୍ଟେମ୍ବର ୮ରେ ପ୍ରାଣ ହରାଇଥିଲେ। ପୁଅର ମୃତ୍ୟୁରେ ମିୟମ୍ରାଣ ହୋଇ ଅବିନାଶଙ୍କ ମାତାପିତା ଆତ୍ମହତ୍ୟା କରିଥିଲେ। ଏପରି ଅଭାବନୀୟ ଘଟଣା ପାଇଁ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଦିଲ୍ଲୀ ହସ୍ପିଟାଲ ବିରୋଧରେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆରସି)ରେ ମାମଲା ରୁଜୁ ହୋଇଥିଲା। ଅବିନାଶ ମାତାପିତାଙ୍କ ଆତ୍ମହତ୍ୟା ମାମଲାର ବିଚାର କରି ଏନ୍‌ଏଚ୍‌ଆରସି କ୍ଷତିପୂରଣ ବାବଦରେ ତିନି ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ଏହାର ପ୍ରମାଣ ୪ ସପ୍ତାହରେ ଆୟୋଗକୁ ପଠାଇବା ପାଇଁ ଗତକାଲି ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ହସ୍ପିଟାଲମାନଙ୍କର ଅବହେଳା ଯୋଗୁଁ ଡେଙ୍ଗୁରେ ଅବିନାଶଙ୍କ ମୃତ୍ୟୁ ଓ ତାଙ୍କ ମାତାପିତା ଲକ୍ଷଣ ରାଉତ ଓ ବବିତା ରାଉତ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ଅବହେଳା ପାଇଁ ହସ୍ପିଟାଲମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରି ରାଧାକାନ୍ତ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe