ନୂଆଦିଲ୍ଲୀ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ନିପାଣିଆ ଡଙ୍ଗା ବୁଡ଼ି ଘଟଣା ସହ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରି ଏନ୍ଏଚଆରସି ଜବାବ ତଲବ କରିଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏଭଳି ଘଟଣାରେ ପ୍ରଶାସନିକ ସ୍ଥାଣୁତା ଅଭିଯୋଗ ଦର୍ଶାଇ ଏନ୍ଏଚଆରସିରେ ପିଟିସନ୍ ଦାଖଲ କରିଥିଲେ। ପିଟିସନ୍ରେ ତ୍ରୀପାଠି ଏହି ମାମଲାକୁ ଏନ୍ଏଚଆରସି ଦ୍ବାରା ତଦନ୍ତ କରାଇବା ସହ ରାଜ୍ୟ ସରକାରଙ୍କୁ କମିଟି ଗଠନ କରିବାପାଇଁ ନିର୍ଦ୍ଦେଶ ଦେବାପାଇଁ ଉଲ୍ଲେଖ କରିଛନ୍ତି।
ରାଜ୍ୟରେ ବିଭିନ୍ନ ସ୍ଥାନରେ ଡଙ୍ଗାବୁଡ଼ି ମୃତ୍ୟୁ ଘଟଣା : ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସି ନୋଟିସ୍
Advertisment
Follow Us