୨୦୧୫ ଡେଙ୍ଗୁ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ କମିସନର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର ଆୟୋଗଙ୍କ ସମନ

୨୦୧୫ ଡେଙ୍ଗୁ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ କମିସନର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର ଆୟୋଗଙ୍କ ସମନ

Image Courtesy of The Leaflet

ଭୁବନେଶ୍ୱର : ୨୦୧୫ରେ ଦିଲ୍ଲୀରେ ଡେଙ୍ଗୁରେ ପୀଡ଼ିତ ହୋଇ ଜଣେ ବାଳକ ମୃତ୍ୟୁବରଣ କରିବା ମାମଲାରେ ଜାତୀୟ ମାନବାଧିକାର ଆୟୋଗ ଦିଲ୍ଲୀ ପୁଲିସ କମିଶନର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସମନ କରିଛନ୍ତି । ସେମାନଙ୍କୁ ଆସନ୍ତା ନଭେମ୍ବର ମାସରେ ଆୟୋଗଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି ।

୨୦୧୫ରେ ଦିଲ୍ଲୀରେ ନିଜ ପିତାମାତାଙ୍କ ସହ ରହୁଥିବା କେନ୍ଦ୍ରାପଡ଼ାର ଅବିନାଶ ନାମକ ଓଡିଆ ବାଳକର ମୃତ୍ୟୁ ହୋଇଥିଲା । ସେ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ ମଧ୍ୟ ତାଙ୍କୁ ଠିକ ସମୟରେ ହସପିଟାଲରେ ଶଯ୍ୟା ନ ମିଳିବାରୁ ସେ ମୃତ୍ୟୁବରଣ କରିଥିଲେ । ଏହାପରେ ନିଜର ଏକମାତ୍ର ସନ୍ତାନକୁ ହରାଇ ପିତାମାତା ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସେତେବେଳେ ଓଡ଼ିଶାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା । ହସପିଟାଲ କର୍ମଚାରୀଙ୍କ ଅମାନବୀୟ ଆଚରଣ ଯୋଗୁଁ ଏପରି ହୋଇଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଆଉ ଏକ ଘଟଣାରେ ଦିଲ୍ଲୀରେ ରହୁଥିବା ବାଲେଶ୍ୱରର ସନ୍ତୋଷ କୁମାର ବ୍ୟକ୍ତି ଦିଲ୍ଲୀର ହିନ୍ଦୁ ରାଓ ହସପିଟାଲରେ ପ୍ରାଣହରାଇଥିଲେ । କିନ୍ତୁ ତାଙ୍କ ଶବକୁ ଦିଲ୍ଲୀରେ ହିଁ ସତ୍କାର କରିଦିଆଗଲା । ଏହି ମାମଲାକୁ ମଧ୍ୟ ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ମୃତ ଲକ୍ଷ୍ମଣ ରାଉତଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବାକୁ ସେ ନିବେଦନ କରିଛନ୍ତି ।

ପୂର୍ବରୁ ଏହି ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲୀ ପୁଲିସ କମିଶନର ଓ ଲକ୍ଷ୍ମଣ ରାଉତଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ କୁହାଯାଇଥିଲେ ମଧ୍ୟ ସେମାନେ ଏ ସଂପର୍କରେ ରିପୋର୍ଟ ଦାଖଲ କରିନଥିବାରୁ ସେମାନଙ୍କୁ ହାଜର ହେବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe