ହାଇଦ୍ରାବାଦ ଏନ୍‌କାଉଣ୍ଟର: ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ

Advertisment
ହାଇଦ୍ରାବାଦ ଏନ୍‌କାଉଣ୍ଟର: ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ

The Hindu

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ଆଜି ପ୍ରତ୍ୟୁଷରେ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ତେବେ, ଏହି ପୁଲିସ୍‌ ଏନ୍‌କାଉଣ୍ଟର ଘଟଣାରେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ (ଏନ୍‌ଏଚ୍‌ଆରସି) ନିଜ ତରଫରୁ ଏକ ମାମଲା ରୁଜ୍ଜୁ କରିଛନ୍ତି। ଏବଂ ଏହି ଏନ୍‌କାଉଣ୍ଟର ଘଟଣାର ବିଧିବଦ୍ଧ ତଦନ୍ତ କରିବା ପାଇଁ ତେଲେଙ୍ଗାନାର ପୁଲିସ୍‌ ମହାନିର୍ଦ୍ଦେଶକ (ଅନୁସନ୍ଧାନ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

publive-image ANI

ଉଲ୍ଲେଖଯୋଗ୍ୟ, ଆଜି ପ୍ରତ୍ୟୁଷରେ ଘଟଣାର ପୁନଃସଂରଚନା ନିମନ୍ତେ ଚାରି ଅଭିଯୁକ୍ତ- ମହମ୍ମଦ ଆରୀଫ୍‌, ଶିବା, ନବୀନ ଏବଂ ଚିନ୍ତାକୁଟ ଚେନ୍ନକେଶବୁଲୁଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରେ ସେମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିବାରୁ ସେମାନେ ପୁଲିସ ଉପରକୁ ଟେକାପଥର ଫିଙ୍ଗିଥିବାରୁ ପୁଲିସ ଆତ୍ମରକ୍ଷା ନିମନ୍ତେ ଗୁଳି ଚାଳଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଲା। ସେମାନେ ପୁଲିସଙ୍କ ଠାରୁ ଅସ୍ତ୍ର ଛଡ଼େଇ ନେବାକୁ ମଧ୍ୟ ଉଦ୍ୟମ କରିଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe