କିନ୍ନରମାନଙ୍କ ଦୁର୍ଦ୍ଦଶା ସମ୍ବନ୍ଧରେ ଗୃହୀତ ପଦକ୍ଷେପ ସଂକ୍ରାନ୍ତ ରିପୋର୍ଟ ଦାଖଲ ନ କରିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ଚେତାବନୀ

Advertisment
ଜାତୀୟ ମାନବାଧିକାର କମିସନରେ ହଇଜା ପ୍ରସଙ୍ଗ, ‘ନ୍ୟାୟ ପାଇଁ ଲଢେଇ ପରିବାର’ ପକ୍ଷରୁ ମାମଲା ରୁଜୁ

Image Courtesy of DNA India

ନୂଆଦିଲ୍ଲୀ: କିନ୍ନରମାନଙ୍କ ଦୁର୍ଦ୍ଦଶା ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତ ରିପୋର୍ଟ ଦାଖଲ କରି ନ ଥିବାରୁ ଓଡ଼ିଶା ସମେତ ଭାରତର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜାତୀୟ ମାନବ ଅଧିକାର କମିସନ୍‌ ଚେତାବନୀ ଦେଇଛନ୍ତି।

ମାନବ ଅଧିକାରକର୍ମୀ ତଥା ଓକିଲ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ୍‌କୁ ଆଧାର କରି ଜାତୀୟ ମାନବ ଅଧିକାର କମିସନ୍‌ ମୁଖ୍ୟ ଶାସନ ସଚିବମାନଙ୍କ ଠାରୁ ଜାନୁଆରି ୧୬ ତାରିଖ ସୁଦ୍ଧା ରିପୋର୍ଟ ଆଶା କରିଛନ୍ତି।

publive-image Image Courtesy of India Wispers

ଓଡ଼ିଶା ଅନ୍ତର୍ଗତ ଭଦ୍ରକ ଜିଲ୍ଲାର ୩୦ରୁ ଅଧିକ କିନ୍ନରମାନଙ୍କ ଦୟନୀୟ ଅବସ୍ଥାର ଉଦାହରଣ ଦେଇ ତ୍ରିପାଠୀ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ‘ଏଲ୍‌ଜିବିଟିକ୍ୟୁଆଇଏ’ ସମ୍ପ୍ରଦାୟ ଭୋଗୁଥିବା ଯାତନା ଓ ମାନସିକ ନିର୍ଯାତନା ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି।

‘ଏନ୍‌ଏଚ୍‌ଆର୍‌ସି’ ନୋଟିସ୍‌ ପାଇବା ପରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ‘ଏସ୍‌ଏସ୍‌ ଆଣ୍ଡ୍‌ ଇପିଡି ଡିପାର୍ଟମେଣ୍ଟ୍‌ର କମିସନର୍‌ ତଥା ସଚିବ, ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ।
କିନ୍ତୁ, ଏ ପର୍ଯ୍ୟନ୍ତ ‘ଏନ୍‌ଏଚ୍‌ଆର୍‌ସି’ କୌଣସି ରିପୋର୍ଟ ପାଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe