‘ଏନ୍‌ଆଇଏ’ର ଗ୍ୟାଙ୍ଗ୍‌ଷ୍ଟର୍‌ ଦମନ ଅଭିଯାନ: ସମଗ୍ର ଭାରତର ୬୦ଟି ସ୍ଥାନରେ ଚାଲିଛି ଚଢ଼ଉ

Advertisment
ହରିୟାଣା ଟୋଲ ପ୍ଲାଜା ନିକଟରୁ ଜବତ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ଆସିଥିଲା : ଏନଆଇଏ

Image Courtesy of India Today

ନୂଆଦିଲ୍ଲୀ: ‘ଗ୍ୟାଙ୍ଗ୍‌ଷ୍ଟର୍‌’ ଏବଂ ‘କ୍ରାଇମ୍‌ ସିଣ୍ଡିକେଟ୍‌’ ଦମନ କରିବା ଲାଗି ଆଜି ସମଗ୍ର ଭାରତର ୬୦ ସ୍ଥାନରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ଚଢ଼ଉ କରିଛି। ଉକ୍ତ ୬୦ଟି ସ୍ଥାନ ମଧ୍ୟରେ ରହିଛି ଜାତୀୟ ରାଜଧାନୀ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ପଞ୍ଜାବ।

‘ଲରେନ୍‌ସ୍‌ ବିସ୍ନୋଇ ଗ୍ୟାଙ୍ଗ୍‌’, ‘ବାମ୍ଭିଆ ଗ୍ୟାଙ୍ଗ୍‌’ ଏବଂ ‘ନୀରଜ ବାୱନା ଗ୍ୟାଙ୍ଗ୍‌’ର ୧୦ଜଣ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ନାଁରେ ଦିଲ୍ଲୀ ପୋଲିସ୍‌ର ‘ସ୍ପେସାଲ୍‌ ସେଲ୍‌’ ‘ଅନ୍‌ଲ’ଫୁଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆକ୍ଟ୍‌’ (ୟୁଏପିଏ) ଆଧାରରରେ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରିବା ପରେ ‘ଏନ୍‌ଆଇଏ’ ଏହି ଚଢ଼ଉ ବା ତଦନ୍ତ ଆରମ୍ଭ କରିଛି।

ଆତଙ୍କବାଦୀ ସଙ୍ଗଠନ ଏବଂ ସିଦ୍ଧୁ ମୁସେୱାଲା ହତ୍ୟା ମାମଲରେ ଗିରଫ ‌ହୋଇଥିବା ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କର ଘନିଷ୍ଠ ସମ୍ପର୍କ ଥିବା କଥା ପଞ୍ଜାବ ପୁଲିସ ମହାନିର୍ଦେଶକ ଗୌରବ ଯାଦବ କହିବାର ଦିନକ ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

publive-image Image Courtesy of India Posts English

‘ଏନ୍‌ଆଇଏ’ ରିପୋର୍ଟ ଅନୁସାରେ, ନୀରଜ ସେରାୱତ୍‌ ଓରଫ୍‌ ନୀରଜ ବାୱନା ଏବଂ ତାଙ୍କ ଗ୍ୟାଙ୍ଗ୍‌ ବିଖ୍ୟାତ ବ୍ୟକ୍ତିତ୍ବଙ୍କ ‘ଟାର୍ଗେଟେଡ୍‌ କିଲିଙ୍ଗ୍‌’ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଆତଙ୍କ ସୃଷ୍ଟି କରିବାରେ ସମ୍ପୃକ୍ତ ଅଛନ୍ତି।

ଏହାଛଡ଼ା, ସମ୍ପ୍ରତି ନୀରଜ ବାୱନା ଏବଂ ତାଙ୍କ ଗ୍ୟାଙ୍ଗ୍‌ ଲରେନ୍‌ସ୍ ବିସ୍ନୋଇ ସହିତ ଗ୍ୟାଙ୍ଗ୍‌ୱାର୍‌ରେ ସମ୍ପୃକ୍ତ ଅଛନ୍ତି। ପଞ୍ଜାବୀ ଗାୟକ-ରାଜନେତା ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବାର କିଛି ସମୟ ପରେ ନୀରଜ ବାୱନା ଘୋଷଣା କରିଥିଲା ଯେ, ସେମାନେ ଗାୟକଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଲରେନ୍‌ସ୍‌ ବିସ୍ନୋଇ ଗ୍ୟାଙ୍ଗ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଭାରତ ଓ ବିଦେଶରେ ଜେଲ୍‌ରୁ ଥାଇ ଅପରାଧିକ କାର୍ଯ୍ୟ ଚଳାଉଥିବା ଗ୍ୟାଙ୍ଗ୍‌ ଉପରେ ମଧ୍ୟ ‘ଏନ୍‌ଆଇଏ’ ଚଢ଼ଉ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe