ଏନଆଇଏ ହାତରେ ଲାଗିଛି ଆତଙ୍କବାଦୀ ଆକ୍ରମଣ ସମୟର ଗୁରୁତ୍ବପୂର୍ଣ୍ଣ ପ୍ରମାଣ

Advertisment

ଆତଙ୍କବାଦୀ ଆକ୍ରମଣ ସମୟର ଏକ ସାକ୍ଷୀ ସାମ୍ନାକୁ ଆସିଛନ୍ତି। ଯିଏକି ସ୍ଥାନୀୟ ଫଟୋଗ୍ରାଫର ଥିବା ଜଣାପଡ଼ିଛନ୍ତି। ଆକ୍ରମଣ ସମୟରେ ଉକ୍ତ ଫଟୋଗ୍ରାଫର ଜଣକ ଏକ ଗଛ ଉପରେ ଚଢ଼ି ଏହି ଭୟାବହ ଘଟଣାକୁ ନିଜ କ୍ୟାମେରାରେ କୈଦ କରିଥିଲେ।

ଆତଙ୍କବାଦୀ ଆକ୍ରମଣ ସମୟର ଏକ ସାକ୍ଷୀ ସାମ୍ନାକୁ ଆସିଛନ୍ତି। ଯିଏକି ସ୍ଥାନୀୟ ଫଟୋଗ୍ରାଫର ଥିବା ଜଣାପଡ଼ିଛନ୍ତି। ଆକ୍ରମଣ ସମୟରେ ଉକ୍ତ ଫଟୋଗ୍ରାଫର ଜଣକ ଏକ ଗଛ ଉପରେ ଚଢ଼ି ଏହି ଭୟାବହ ଘଟଣାକୁ ନିଜ କ୍ୟାମେରାରେ କୈଦ କରିଥିଲେ।

ିସ୍ୗଦ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ଙ୍କୁ ଦେଇଛନ୍ତି। ଏନଆଇଏ ବି ଆତଙ୍କବାଦୀଙ୍କ ଏହି ଆକ୍ରମଣ ପରେ ସକ୍ରିୟ ହୋଇଯାଇଛି।

କେନ୍ଦ୍ର ସରକାରଙ୍କ ଠାରୁ ଯାଞ୍ଚ ଆଦେଶ ପାଇବା ପରେ  ଏନଆଇଏ ସ୍ଥାନୀୟ ପୁଲିସ ଠାରୁ ପହଲଗାମ ଆକ୍ରମଣର କେସ ଡାଏରି ଓ ଏଫଆଇଆର ନେବ। ଏହାପୂର୍ବରୁ ଏନଆଇଏର ଏକ ଦଳ ପହଲଗାମରେ ପହଞ୍ଚି ଘଟଣାସ୍ଥଳ ନୀରିକ୍ଷଣରେ ଲାଗି ପଡ଼ିଛି।  ଏଥିସହିତ ଏନଆଇଏର ଏକ ଫରେନ୍ସିକ ଦଳ ବି ପହଲଗାମରେ ଅଛି।

ଆତଙ୍କବାଦୀ ଆକ୍ରମଣ ସମୟର ଏକ ପ୍ରମାଣ ସାମ୍ନାକୁ ଆସିଛି। ଏହି ପ୍ରମାଣ ଜଣେ ସ୍ଥାନୀୟ ଫଟୋଗ୍ରାଫରଙ୍କ କ୍ୟାମେରାରେ ରେକର୍ଡ ରହିଛି।

ଆକ୍ରମଣ ସମୟରେ ଉକ୍ତ ଫଟୋଗ୍ରାଫର ଜଣକ ଏକ ଗଛ ଉପରେ ଚଢ଼ି ଏହି ଭୟାବହ ଘଟଣାକୁ ନିଜ କ୍ୟାମେରାରେ କୈଦ କରିଥିଲେ।  ଯାଞ୍ଚ ଏଜେନ୍ସିଙ୍କ ବିଶ୍ବାସ ଯେ ଫଟୋଗ୍ରାଫରଙ୍କ ଏହି ଭିଡିଓ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହେବ।

ଫଟୋଗ୍ରାଫରଙ୍କ ରେକର୍ଡିଂ ଅନୁଯାୟୀ, ପ୍ରଥମେ ଦୁଇଜଣ ଆତଙ୍କବାଦୀ ଦୋକାନ ପଛରେ ଲୁଚି ବସିଥିଲେ। ଯେମିତି ଦେଖିଲେ ଗହଳି ଜମୁଛି ହଠାତ ବାହାରକୁ ଆସି ପର୍ଯ୍ୟଟକଙ୍କୁ କଲମା ପଢ଼ିବାକୁ କହିଥିଲେ.। ଯେଉଁମାନେ ପଢ଼ି ପାରି ପାରି ନଥିଲେ ସେମାନଙ୍କ ଉପରକୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଉକ୍ତ ସ୍ଥାନରେ ଲୋକେ ଭୟରେ ଏଣେତେଣେ ଜୀବନ ବଞ୍ଚାଇବାକୁ ଦୌଡ଼ିବାକୁ ଲାଗିଥିଲେ।  

ଏଥିସହିତ ଯାଞ୍ଚ ଏଜେନ୍ସି ପ୍ରତ୍ୟେକ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରୁଛି ଯାହାକୁ ଆଧାର କରି ଆଗାମୀ ଯାଞ୍ଚ କରାଯିବ।
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe