ମକ୍କା ମସଜିଦ ବିସ୍ପୋରଣ ମାମଲାର ରାୟ ଶୁଣାଇଥିବା ଜଜ୍‌ଙ୍କ ଅଚାନକ ଇସ୍ତଫା

ଏନଆଇଏ ବିଚାରପତି ରବୀନ୍ଦ୍ର ରେଡ୍ଡୀଙ୍କ ଇସ୍ତଫା ଅଗ୍ରାହ୍ୟ କଲେ ହାଇକୋର୍ଟ

ହାଇଦ୍ରାବାଦ- ହାଇଦ୍ରାବାଦ ମକ୍କାମସଜିଦ ବିସ୍ଫୋରଣ ମାମଲାର ରାୟ ଶୁଣାଇଥିବା ସ୍ୱତନ୍ତ୍ର ଏନଆଇଏ ଜଜ୍‌ ରବିନ୍ଦର ରେଡ୍ଡୀ ଆଜି ହଠାତ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଅଲ ଇଣ୍ଡିଆ ମଜଲିସେ ମୁସଲିମିନ ପାର୍ଟି ( ଏଆଇଏମଆଇଏମ) ପକ୍ଷରୁ ଜଜଙ୍କ ରାୟ ଓ ପରେ ପରେ ଇସ୍ତଫା ଦେବାକୁ ନେଇ ସଂଦେହ ପ୍ରକଟ କରାଯାଇଛି । ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓେଓ୍ଵସି ଟ୍ଵିଟ୍‌ କରି କହିଛନ୍ତି ଯେ ମକ୍କାମସଜିଦ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବା ଜଜ୍‌ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ବେଶ ଆଶ୍ଚର୍ଯ୍ୟଜନକ ।

ସୂଚନାଯୋଗ୍ୟ ଯେ ଆଜି ସେ ମକ୍କାମସଜିଦ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ । ଏମାନଙ୍କ ମଧ୍ୟରେ ସ୍ୱାମୀ ଅସୀମାନନ୍ଦ ଅନ୍ତର୍ଭୁକ୍ତ । ୨୦୦୭ ମେ ୧୮ରେ ହାଇଦ୍ରାବାଦର ପୁରୁଣା ମକ୍କାମସଜିଦରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୯ ଜଣ ବ୍ୟକ୍ତି ପ୍ରାଣହରାଇବା ସହ ୫୮ ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣ ମାମଲାରେ ଦକ୍ଷିଣ-ପନ୍ଥୀ ସଂଗଠନର ସଦସ୍ୟ ବୋଲି କୁହାଯାଉଥିବା ସମୁଦାୟ ୧୦ ଜଣଙ୍କୁ ଅଭିଯକ୍ତ କରାଯାଇଥିଲା।

ସେମାନଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣଙ୍କୁ ଗିରଫ କରାଯାଇ ବିଚାରର ସମ୍ମୁଖୀନ କରାଯାଇଥିଲା। ସେମାନେ ହେଲେ ଦେବେନ୍ଦ୍ର ଗୁପ୍ତ, ଲୋକେଶ ଶର୍ମା, ସ୍ୱାମୀ ଅସୀମା ନନ୍ଦ ଓରଫ ନବ କୁମାର ସର୍କାର, ଭରତ ମୋହନଲାଲ ରାତେଶ୍ୱର ଓରଫ୍ ଭରତ ଭାଇ ଏବଂ ରାଜେନ୍ଦ୍ର ଚୌଧୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe