୬ଟି ରାଜ୍ୟର ୧୩ଟି ସ୍ଥାନରେ ଆଇଏସଆଇଏସ ଲିଙ୍କରେ ଚଢ଼ାଉ କରୁଛି ଏନଆଇଏ

୬ଟି ରାଜ୍ୟର ୧୩ଟି ସ୍ଥାନରେ ଆଇଏସଆଇଏସ ଲିଙ୍କରେ ଚଢ଼ାଉ କରୁଛି ଏନଆଇଏ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ୬ଟି ରାଜ୍ୟର ୧୩ଟି ସ୍ଥାନରେ ଚଢ଼ାଉ କରିଛି। ଆଇଏସଆଇଏସ ସହ ଜଡିତ ସନ୍ଦେହଜନକ କାର୍ଯ୍ୟକଳାପକୁ ନେଇ ଏହି ଚଢ଼ାଉ ଚାଲିଛି। ଯେଉଁ ରାଜ୍ୟଗୁଡ଼ିକରେ ଏନଆଇଏ ଚଢ଼ାଉ କରିଛି ସେଥିରେ ମଧ୍ୟପ୍ରଦେଶ, ଗୁଜୁରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ରହିଛି । ମଧ୍ୟପ୍ରଦେଶର ଭୋପାଳ-ରାଇସେନ୍, ଗୁଜୁରାଟର ଭରୁଚ-ସୁରଟ-ନଭସାରୀ-ଅହମ୍ମଦାବାଦ, ବିହାରର ଆରାରିଆ, କର୍ଣ୍ଣାଟକର ଭଟକାଲ-ଟୁଙ୍କୁର, ମହାରାଷ୍ଟ୍ରର କୋଲହାପୁର-ନାନ୍ଦେଡ଼, ଉତ୍ତରପ୍ରଦେଶର ଦେଓବନ୍ଦରେ ଏଜେନ୍ସି ଚଢ଼ାଉ କରୁଛି। ଗତ କିଛି ଘଣ୍ଟା ଧରି ଚାଲିଥିବା ଏହି ଚଢ଼ାଉରେ ଏନଆଇଏ ଟିମ୍ ସବୁକିଛି ଯାଞ୍ଚ କରୁଛି ।

ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଅଟକ ରଖାଯାଇଛି। ଏହି ସବୁ ଅଞ୍ଚଳରେ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି। ଏନଆଇଏ ପକ୍ଷରୁ ମାମଲା ପଞ୍ଜୀକୃତ ହେବାର ଏକ ସପ୍ତାହ ପରେ ଏହି ଚଢ଼ାଉ କରାଯାଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।

କୁହାଯାଉଛି ଯେ ଯେଉଁଠାରେ ଏହି ଚଢ଼ାଉ କରାଯାଉଛି, ଏହି ସବୁ ସ୍ଥାନ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (SDPI) ସହିତ ଜଡିତ ଲୋକଙ୍କର ହୋଇଥିବାବେଳେ ସୂଚନା ଅନୁଯାୟୀ ଜୁନ୍ ୨୫ରେ ଆଇପିସିର ଧାରା ୧୫୩ଏ, ୧୫୩ବି ଏବଂ ୟୁଏ (ପି) ଆକ୍ଟର ଧାରା ୧୮, ୧୮ବି, ୩୮, ୩୯ ଏବଂ ୪୦ ଅନୁଯାୟୀ ପଞ୍ଜୀକୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe