ଆତଙ୍କବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ପୂର୍ବତନ କଂଗ୍ରେସ ନେତାଙ୍କ ପୁଅ ଘରେ ଚଢ଼ାଉ କଲା ଏନଆଇଏ

Advertisment
ଆତଙ୍କବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ପୂର୍ବତନ କଂଗ୍ରେସ ନେତାଙ୍କ ପୁଅ ଘରେ ଚଢ଼ାଉ କଲା ଏନଆଇଏ

Image Courtesy of India Today

ବାଙ୍ଗାଲୋର: କର୍ଣ୍ଣାଟକର ପୂର୍ବତନ କଂଗ୍ରେସ ନେତା ଦିବଙ୍ଗତ ବିଏମ ଇଦିନବାଙ୍କ ବାସଭବନରେ ଆଜି ୨୦ ଜଣିଆ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଟିମ୍ ଚଢ଼ାଉ କରିଛି। ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସହ ତାଙ୍କ ପୁଅ ବିଏମ୍ ବାଶା ଏବଂ ବୋହୂଙ୍କ ଲିଙ୍କ୍ ଅଭିଯୋଗରେ ଏଜେନ୍ସି ଏହି ଚଢ଼ାଉ କରିଛି। ସୂଚନା ଅନୁଯାୟୀ ଏନଆଇଏ ଏବେ ଉଭୟଙ୍କୁ ପଚରାଉଚରା ଜାରି ରଖିଛି | ବାଶା ଏବଂ ତାଙ୍କ ପରିବାର ମାଙ୍ଗାଲୁରୁର ଉଲ୍ଲାଲରେ ରୁହନ୍ତି। ସୂଚନା ମୁତାବକ ଯେ ଏନଆଇଏର ଅନେକ ଟିମ ଜାମ୍ମୁ କାଶ୍ମୀରର ତିନୋଟି ସ୍ଥାନରେ ଏବଂ ବାଙ୍ଗାଲୋର ଏବଂ ମାଙ୍ଗାଲୁରୁରେ ଗୋଟିଏ ସ୍ଥାନରେ ଅନୁସନ୍ଧାନ କରୁଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ସିରିଆ ଭିତ୍ତିକ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପର୍କ ଥିବା ସନ୍ଦେହ ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ଏନଆଇଏର କହିବାନୁସାରେ, ଅନେକ ବର୍ଷ ପୂର୍ବେ କେରଳରୁ ନିଖୋଜ ହୋଇଯାଇଥିବା ବାଶାଙ୍କ ଝିଅ ଆଇଏସଆଇଏସରେ ଯୋଗ ଦେଇଥିବା ସନ୍ଦେହ କରାଯାଉଛି। ବାଶା ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ |

ତାଙ୍କର ଦୁଇ ପୁଅ ବିଦେଶରେ ରୁହନ୍ତି। ସୂତ୍ରରୁ ପ୍ରକାଶ ଯେ ତାଙ୍କ ପରିବାର ସଦସ୍ୟ ଆଇଏସଆଇଏସ ସଂଯୁକ୍ତ ୟୁଟ୍ୟୁବ ଚ୍ୟାନେଲରେ ସବସ୍କ୍ରାଇବ କରିଥିଲେ ଏବଂ ଉକ୍ତ ସଂଗଠନକୁ ସହଯୋଗ କରୁଥିବାର ଏନଆଇଏ ଜାଣିବାକୁ ପାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe