ଦେଶର ୬ ହିନ୍ଦୁ ରାଜନେତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ତାମିଲନାଡୁରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କୁ ଧରିବାକୁ ଏନ୍‌ଆଇଏର ଚଢ଼ାଉ

Advertisment
ଦେଶର ୬ ହିନ୍ଦୁ ରାଜନେତାଙ୍କୁ ହତ୍ୟା ଉଦ୍ଦେଶ୍ୟରେ ତାମିଲନାଡୁରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କୁ ଧରିବାକୁ ଏନ୍‌ଆଇଏର ଚଢ଼ାଉ

News Nation

ଚେନ୍ନାଇ/ ନୂଆଦିଲ୍ଲୀ: ଦେଶର ୬ ଜଣ ହିନ୍ଦୁ ରାଜନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସଂପୃକ୍ତ କିଛି ଆତଙ୍କବାଦୀ ତାମିଲନାଡୁରେ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଭରଯୋଗ୍ୟ ସୂଚନା ମିଳିବା ପରେ ଏମାନଙ୍କୁ ଧରିବା ପାଇଁ ନ୍ୟାସନାଲ ଇନ୍‌ଭେଷ୍ଟିଗେଟିଭ୍‌ ଏଜେନ୍ସି (ଏନ୍‌ଆଇଏ)ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ପକ୍ଷରୁ ଆଜି ତାମିଲନାଡ଼ୁର ୬ଟି ସ୍ଥାନରେ ବ୍ୟାପକ ତଲାସୀ ଅଭିଯାନ ଚାଲିଥିବା ଖବର ହସ୍ତଗତ ହୋଇଛି।

publive-image The News Now

ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ତାମିଲନାଡ଼ୁ କୋଭାଇର ଦୁଇଟି ସ୍ଥାନ ସମେତ ଇଲାୟାନଗୁଡ଼ି, ତ୍ରିଚି, କାୟଲପଟ୍ଟିନମ୍‌ ଓ ନାଗାପଟ୍ଟିନମ୍‌ର ଗୋଟିଏ ଗୋଟିଏ ଅଞ୍ଚଳରେ ଆଜି ଏନ୍‌ଆଇଏ ଚଢ଼ାଉ କରିଛି।

ଏହି ରିପୋର୍ଟ ଲେଖାଯିବା ବେଳ ପର୍ଯ୍ୟନ୍ତ ଏନ୍‌ଆଇଏର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ପକ୍ଷରୁ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ଜାରି ରହିଛି। ତେବେ, ଦେଶର କେଉଁ ୬ଜଣ ହିନ୍ଦୁ ରାଜନେତା ଏମାନଙ୍କର ଟାର୍ଗେଟରେ ଅଛନ୍ତି, ସେସଂପର୍କରେ କୌଣସି ସୂଚନା ଦେଇନାହିଁ ଏନ୍‌ଆଇଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe