ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ୨୩ଟି ସ୍ଥାନରେ ଏନ୍‌ଆଇଏ ଚଢ଼ଉ

ହରିୟାଣା ଟୋଲ ପ୍ଲାଜା ନିକଟରୁ ଜବତ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ଆସିଥିଲା : ଏନଆଇଏ

Image Courtesy of India Today

ନୂଆଦିଲ୍ଲୀ: ହିଂସା ଓ ବେଆଇନ କାର୍ଯ୍ୟକଳାପକୁ ଉସୁକାଇବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଆଜି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢ଼ଉ କରିଛି। ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ସଦସ୍ୟମାନଙ୍କୁ ଏନଆଇଏ ଏହି ଅବସରରେ ପଚରାଉଚରା ଚଳାଇଛି। ଅଧିକାରୀମାନେ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ତାଙ୍କୁ ସୋମବାର ଦିନ ହାଇଦ୍ରାବାଦସ୍ଥିତ ଏନଆଇଏ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ଦେଇଛନ୍ତି। ଏହି ଚଢ଼ଉରେ ଏନଆଇଏର ଅଧିକାରୀମାନେ ୨୩ଟି ଟିମ୍‌ରେ ଭାଗ ହୋଇଥିଲେ। ନିଜାମାବାଦ, କର୍ଣ୍ଣୁଲ, ଗୁଣ୍ଟୁର ଏବଂ ନେଲୋର ଜିଲ୍ଲାରେ ମୁଖ୍ୟତଃ ଚଢ଼ଉ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସୂଚନା ଆଧାରରେ ଏହି ଚଢ଼ଉ ହୋଇଛି। ଅଧିକାରୀମାନେ ପିଏଫଆଇର ଜିଲ୍ଲା ଆବାହକ ସାଦୁଲ୍ଲା, ସଦସ୍ୟ ମହମ୍ମଦ ଇମ୍ରାନ ଏବଂ ମହମ୍ମଦ ଅବଦୁଲ ମୋବିନକୁ ନେଇ ପଚରାଉଚରା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe