ଦବିନ୍ଦର ସିଂହଙ୍କ ପୈତୃକ ଘରେ ଏନଆଇଏ ଚଢ଼ଉ

Advertisment
ଦବିନ୍ଦର ସିଂହଙ୍କ ପୈତୃକ ଘରେ ଏନଆଇଏ ଚଢ଼ଉ

Mahamediaonline

ଶ୍ରୀନଗର : ନିଲମ୍ବିତ ଜମ୍ମୁ କାଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହଙ୍କ ପୈତୃକ ଗୃହରେ ଆଜି ଏନ୍‌ଆଇଏ ଚଢ଼ଉ ହୋଇଛି। ତେବେ ଦବିନ୍ଦର ସିଂହଙ୍କ ସହ ଗତ ମାସରେ ଗିରଫ ହୋଇଥିବା ହିଜବୁଲ୍‌ କମାଣ୍ଡର ସୟଦ ନବୀଦ ସହ ସମ୍ପୃକ୍ତି ଥିବା ମାମଲାରେ ଏନ୍‌ଆଇଏ ଜମ୍ମୁ କାଶ୍ମୀରର ପୂର୍ବତନ ସ୍ବାଧୀନ ବିଧାୟକ ଇଂଜିନିୟର ଅବଦୁଲ୍‌ ରଶିଦଙ୍କୁ ଜେରା କରିପାରେ। ଟେରର୍‌ ଫଣ୍ଡିଂ ମାମଲାରେ ଗତବର୍ଷ ଅଗଷ୍ଟରୁ ଗିରଫ ‌ହୋଇ ଜେଲ୍‌ରେ ଥିବା ରଶିଦ ଏବେ ଦିଲ୍ଲୀର ତିହାର ଜେଲ୍‌ରେ ବିଚାରବିଭାଗୀୟ ହାଜତରେ ଅଛି। ଅନ୍ୟପକ୍ଷେ ଆଜି ଏନ୍‌ଆଇଏର ଅନ୍ୟ ଏକ ଟିମ୍‌ ଜାଗ୍ଗେପୋରା ଗ୍ରାମରେ ଜଣେ ସରକାରୀ କର୍ମଚାରୀଙ୍କ ବାସଭବନରେ ଚଢ଼ଉ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe