ଉଦୟପୁର: ମୁଣ୍ଡ କାଟିବା ଘଟଣାର ତଦନ୍ତ କରିବ ଏନଆଇଏ

Advertisment
କର୍ଫ୍ୟୁ ସତ୍ତ୍ବେ ଉଦୟପୁରରେ ହିଂସା ଓ ଆନ୍ଦୋଳନ ଜାରି: କହ୍ନେୟା ଲାଲ୍‌ଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଅଶୋକ ଗେହଲଟ

Image Courtesy: News Live

ଜୟପୁର: କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ଘଟିଥିବା କହ୍ନେୟା ଲାଲ ଟେଲିଙ୍କ ନିର୍ମମ ହତ୍ୟାଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନ୍‌ଆଇଏ) ଉପରେ ନ୍ୟସ୍ତ କରିଛି। ଏହି ଘଟଣାରେ କୌଣସି ସଂଗଠନ ଏବଂ ଆନ୍ତର୍ଜାତୀୟ ଲିଙ୍କ୍‌ର ସମ୍ପୃକ୍ତିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ଏହି ଘଟଣାକୁ କେନ୍ଦ୍ରକରି ବୁଧବାର ରାତିରେ ସହରର ସାତଟି ପୁଲିସ ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା ଏବଂ ରାଜସ୍ଥାନର ସମସ୍ତ ୩୩ ଟି ଜିଲ୍ଲାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ସ୍ଥଗିତ ରଖାଯାଇଥିଲା; ଯେତେବେଳେ ଏଠାରେ ଜଣେ ଦର୍ଜୀ (ଟେଲର)ଙ୍କୁ ଦୁଇ ଜଣ ବ୍ୟକ୍ତି ନିର୍ମମ ଭାବରେ ମୁଣ୍ଡକାଟି ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଯାହା ହିଂସାକାଣ୍ଡ ଓ ଦଙ୍ଗାର କାରଣ ପାଲଟିଥିଲା।

ଅନଲାଇନରେ ଭିଡିଓ ପୋଷ୍ଟ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କ ଦ୍ୱାରା କହ୍ନେୟା ଲାଲଙ୍କ ଜଘନ୍ୟ ହତ୍ୟାର ଗୋଟିଏ ଦିନ ପରେ ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହି ଘଟଣାକୁ କେନ୍ଦ୍ରକରି ସାଂପ୍ରଦାୟିକ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି।

ଏବେ ଜିଲ୍ଲା ସରକାରୀ ଡାକ୍ତରଖାନାର ଶବ ଗୃହରେ ମୃତଦେହର ଶବ ବ୍ୟବଚ୍ଛେଦ ଚାଲିଛି ବୋଲି ପୁଲିସ କହିଛି। ସଂପ୍ରତି ଯୋଧପୁରରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜୟପୁର ଫେରି ପରିସ୍ଥିତିର ସମୀକ୍ଷା ପାଇଁ ଉଚ୍ଚ ଅଧିକାରୀଙ୍କ ସହ ବୈଠକ କରିବେ ବୋଲି ସରକାରୀ ସୂତ୍ରରୁ ଜାଣିବା ପାଇଁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe