ଏନ୍‌ଆଇଏର ପ୍ରାଥମିକ ତଦନ୍ତ ରିପୋର୍ଟ: ପଦାକୁ ଆସିଲା ଆଇଏସ୍‌ଆଇର ଭୂମିକା

Advertisment

ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏନ୍‌ଆଇଏର ପ୍ରାଥମିକ ରିପୋର୍ଟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‌ଇଟି) ମଧ୍ୟରେ ଅପରେସନାଲ ଲିଙ୍କ୍ ଥିବା ଦର୍ଶାଯାଇଛି।

ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏନ୍‌ଆଇଏର ପ୍ରାଥମିକ ରିପୋର୍ଟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‌ଇଟି) ମଧ୍ୟରେ ଅପରେସନାଲ ଲିଙ୍କ୍ ଥିବା ଦର୍ଶାଯାଇଛି।

ଆମେରିକା ଆକ୍ରମଣ ପାଇଁ ଆଇଏସ୍‌ର ଧମକ: ଟ୍ରମ୍ପଙ୍କ ଜେରୁଜେଲମ୍‌ ନିଷ୍ପତ୍ତିକୁ ବିରୋଧ

ନୂଆଦିଲ୍ଲୀ: ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏନ୍‌ଆଇଏର ପ୍ରାଥମିକ ରିପୋର୍ଟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‌ଇଟି) ମଧ୍ୟରେ ଅପରେସନାଲ ଲିଙ୍କ୍ ଥିବା ଦର୍ଶାଯାଇଛି। ଏନ୍‌ଆଇଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଏସ୍‌ଆଇର ବରିଷ୍ଠ କର୍ମକର୍ତ୍ତାମାନଙ୍କ ନିର୍ଦ୍ଦେଶକ୍ରମେ ଲସ୍କର-ଏ-ତୋଇବା ଦ୍ବାରା ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। ପାକିସ୍ତାନରେ ଥିବା ଲସ୍କରର ମୁଖ୍ୟାଳୟରେ ଏହି ଯୋଜନାକୁ ଆନୁଷ୍ଠାନିକ ରୂପ ଦିଆଯାଇଥିବା କୁହାଯାଉଛି। ଆକ୍ରମଣର ମୁଖ୍ୟ ଦୁଇ ଜଣ ଆତଙ୍କବାଦୀ ହାସିମ ମୁସା ଓରଫ ସୁଲେମାନ ଓ ଅଲି ଭାଇ ଓରଫ ତଲହା ଭାଇ ପାକିସ୍ତାନୀ ନାଗରିକ। ଅଟକ ଥିବା ଆତଙ୍କବାଦୀଙ୍କୁ ପଚରାଉଚରାରୁ ଜଣାପଡିଛି ଯେ, ଉଭୟ ଆକ୍ରମଣକାରୀ ପାକିସ୍ତାନଭିତ୍ତିକ ହ୍ୟାଣ୍ଡଲରଙ୍କ ସହ ନିରନ୍ତର ଯୋଗାଯୋଗ ରଖିଥିଲେ ଏବଂ ସେମାନଙ୍କଠାରୁ ଲଜିଷ୍ଟିକ୍ସ ଓ ଆକ୍ରମଣ ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ପାଇଥିଲେ। 

୨୮୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା ହେଲାଣି
ହାଜତରେ ଅଛନ୍ତି ୧୫୦ରୁ ଅଧିକ

ଆକ୍ରମଣର କିଛି ସପ୍ତାହ ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ଏବଂ ଓଭର୍ ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲ୍ୟୁ)ର ଏକ ନେଟ୍‌ୱାର୍କ ସେମାନଙ୍କୁ ସହାୟତା କରିଥିଲା, ଯେଉଁମାନେ ଆଶ୍ରୟ, ନେଭିଗେସନ୍ ଓ ଯାଞ୍ଚ ସମେତ ସ୍ଥାନୀୟ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଥିଲେ। ଏନ୍‌ଆଇଏ ବ୍ୟାପକ ଫରେନ୍ସିକ୍ ଓ ଇଲେକ୍ଟ୍ରୋନିକ୍ ତଥ୍ୟ ସଂଗ୍ରହ କରିଛି। ଘଟଣାସ୍ଥଳରୁ ଜବତ ହୋଇଥିବା ୪୦ରୁ ଅଧିକ ଗୁଳିକୁ ବାଲିଷ୍ଟିକ୍ ଓ ରାସାୟନିକ ବିଶ୍ଳେଷଣ ପାଇଁ ପଠାଯାଇଛି। ଅନୁସନ୍ଧାନକାରୀମାନେ ଆକ୍ରମଣ ସ୍ଥଳର ୩ଡି ମ୍ୟାପିଂ କରିଥିଲେ ଏବଂ ଉପତ୍ୟକା ଚାରିପଟେ ଥିବା ମୋବାଇଲ ଟାୱାରରୁ ଡମ୍ପ ଡାଟା ବାହାର କରିଥିଲେ। ଆକ୍ରମଣ ପୂର୍ବରୁ ଏହି ଅଞ୍ଚଳରେ ସାଟେଲାଇଟ୍ ଫୋନ୍ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା। ବୈସାରଣ ଓ ଏହାର ଆଖପାଖ ଅଞ୍ଚଳରେ ଅତି କମ୍‌ରେ ତିନୋଟି ସାଟେଲାଇଟ୍ ଫୋନ୍ କାର୍ଯ୍ୟକ୍ଷମ ଥିବା ବେଳେ ଦୁଇଟିର ସିଗ୍‌ନାଲ୍ ଠାବ କରାଯାଇ ବିଶ୍ଳେଷଣ କରାଯାଇଛି।

ସମୁଦାୟ ୨୮୦୦ରୁ ଅଧିକ ଲୋକଙ୍କୁ ଏନ୍‌ଆଇଏ ଓ ସୁରକ୍ଷା ଏଜେନ୍ସି ପଚରାଉଚରା କରିଛନ୍ତି। ମେ ୨ ତାରିଖ ସୁଦ୍ଧା ୧୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପାଇଁ ହାଜତରେ ରଖାଯାଇଛି। ଏଥିରେ ଉଭୟ ସନ୍ଦିଗ୍ଧ ଓଜିଡବ୍ଲ୍ୟୁ ଓ ଜମାତ୍-ଏ-ଇସଲାମି ଭଳି ନିଷିଦ୍ଧ ସଂଗଠନ ଏବଂ ହୁରିୟତ କନଫରେନ୍ସର ବିଭିନ୍ନ ଗୋଷ୍ଠୀ ସହ ସମ୍ପର୍କ ଥିବା ବ୍ୟକ୍ତି ବିଶେଷ ଅଛନ୍ତି। କୁପଵାଡ଼ା, ପୁଲୱାମା, ସୋପୋର, ଅନନ୍ତନାଗ ଓ ବାରମୁଲା ସମେତ ଏକାଧିକ ଜିଲ୍ଲାରେ ଚଢ଼ଉ କରାଯାଇଛି। ସୀମାପାର ଆତଙ୍କୀ ଭିତ୍ତିଭୂମିକୁ ସହାୟତା କରୁଥିବା ସନ୍ଦେହରେ ଅନେକ ବ୍ୟକ୍ତିଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା। ଆକ୍ରମଣକାରୀଙ୍କ ଗତିବିଧିକୁ ଠାବ କରିବା ପାଇଁ ଏନ୍‌ଆଇଏ ପହଲଗାମର ମୁଖ୍ୟ ପରିବହନ ଓ ସାର୍ବଜନୀନ ଅଞ୍ଚଳରୁ ସିସିଟିଭି ଫୁଟେଜ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe