ଟ୍ବିଟରକୁ ନିଷିଦ୍ଧ କରିବା ପରେ ଭାରତୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ‘କୁ’ରେ ଆକାଉଣ୍ଟ ଖୋଲିଲେ ନାଇଜେରିଆ ସରକାର

Advertisment
୩୦% କମର୍ଚାରୀ ବିଦା କଲା ‘କୁ’

ନୂଆଦିଲ୍ଲୀ : ନାଇଜେରିଆ ସରକାର ଆମେରିକୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରକୁ ନିଷିଦ୍ଧ କରିବା ଖବର କିଛି ଦିନ ପୂର୍ବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହା ପରେ ଭାରତୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ‘କୁ’ ନାଇଜେରିଆ ବଜାରରେ ପ୍ରବେଶ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ଆଜି ନାଇଜେରିଆ ସରକାର ‘କୁ’ ରେ ନିଜର ସରକାରୀ ଆକାଉଣ୍ଟ ଖୋଲି ଏହାକୁ ସ୍ବୀକୃତି ଦେଇଛନ୍ତି ।
କୁ ପକ୍ଷରୁ ତୁରନ୍ତ ନାଇଜେରିଆ ସରକାରଙ୍କ ଆକାଉଣ୍ଟକୁ ହଳଦିଆ ଟିକ୍ ପ୍ରଦାନ କରି ଭେରିଫାଏଡ୍ ଆକାଉଣ୍ଟର ମାନ୍ୟତା ଦେଇଛନ୍ତି । ଏହି ଆକାଉଣ୍ଟ ଖୋଲୁ ଖୋଲୁ ଏହାର ଫଲୋଅର ସଂଖ୍ୟା ୧୨ ହଜାର ଟପିଯ଼ାଇଛି ।ତେବେ ଏହି ଆକାଉଣ୍ଟ ଏପର୍ୟ୍ୟନ୍ତ କାହାକୁ ଫଲୋ କରିନାହିଁ ।

publive-image

ଗତ ସପ୍ତାହରେ ଟ୍ବିଟର ପକ୍ଷରୁ ନାଇଜେରିଆ ରାଷ୍ଟ୍ରପତି ମହମାଦୁ ବୁହାରିଙ୍କ ଏକ ଟ୍ବିଟକୁ ଡିଲିଟ କରିବା ପରେ ନାଇଜେରିଆ ସରକାର ଟ୍ବିଟରକୁ ନିଷିଦ୍ଧ କରିଥିଲେ । ଏହା ମତ ପ୍ରକାଶ କରିବାର ସ୍ବାଧୀନତାର ହନନ ବୋଲି ସାରା ବିଶ୍ବରେ ମତ ପ୍ରକାଶ ପାଇଥିଲା । ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଇଜେରିଆ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe