ହିଂସା ପରେ ନେପାଳରେ ନୂଆ ଆଶା: ସୁଧୁରୁଛି ସ୍ଥିତି, ଫେରୁଛି ଶାନ୍ତି ?

New Project (2)

କାଠମାଣ୍ଡୁ: ନେପାଳକୁ ନେଇ ବର୍ତ୍ତମାନ ସମୟର ବଡ ଅପଡେଟ । ବଢୁଛି ନେପାଳ ହିଂସା ଘଟଣାରେ ମୃତକଙ୍କ ସଂଖ୍ୟା । ୩୦ ଛୁଇଁଲା ନେପାଳ ମୃତ୍ୟୁ ସଂଖ୍ୟା । ହିଂସା ଓ ବିଦ୍ରୋହରେ ୧୦୩୩ ଜଣ ଆହତ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ସେମାନେ ଚିକିତ୍ସିତ ହେଉଛନ୍ତି । ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଉଛି । ସେପଟେ ହିଂସା ବେଳେ ନେପାଳର ଜେଲ ଭଙ୍ଗା ଯାଇଛି । ଜେଲ ଭାଙ୍ଗି ପାଖାପାଖି ୧୩ ହଜାର କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ହିଂସା କଏଦୀଙ୍କ ପାଇଁ ଜେଲରୁ ଖସି ଯିବାର ସୁବର୍ଣ୍ଣ ସୁଯୋଗ ଆଣି ଦେଇଥିବା କୁହାଯାଉଛି ।

New Project

ତେବେ ଦୁଇ ଦିନର ଜଳାପୋଡା ପରେ ନେପାଳରେ ସ୍ଥିତି ଟିକେ ନିୟନ୍ତ୍ରଣରେ ଥିବା ଦେଖିବାକୁ ମିଳିଛି । ହିଂସା ପରେ ଧିରେଧିରେ ନେପାଳର ସ୍ଥିତି ସୁଧୁରୁଛି ହେଲେ ପୁନଶ୍ଚ ଉତ୍ତେଜନା ଆଶଙ୍କା ଥିବାରୁ ନେପାଳରେ ନାଇଟ୍ କର୍ଫ୍ୟୁ ଲଗା ଯାଇଛି । ସନ୍ଧ୍ଯା ୫ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ଜାରି କରାଯାଇଥିବା ବେଳେ ସେପ୍ଟେମ୍ବର ୧୧ ତାରିଖ ଯାଏଁ ଏହା ବଳବତ୍ତର ରହିବ । ସ୍ଥିତି ଦେଖି ଏହାକୁ ବଢା ଯାଇପାରେ ବୋଲି ସୂଚନା ମିଳିଥିବା ବେଳେ ଏହି କଟକଣା ସମୟରେ କେହି ରାସ୍ତାରେ ବୁଲିପାରିବେନି ବୋଲି ସତର୍କ କରାଯାଇଛି ।ସେପଟେ ନେପାଳରେ ସ୍ଥିତି ଟିକେ ସୁଧୁରିବା ପରେ ଏୟାରପୋର୍ଟ ଖୋଲିଛି ଏବଂ ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ ଚାଲୁ ରହିଛି । ଭାରତରୁ କାଠମାଣ୍ଡୁକୁ ଏବଂ କାଠମାଣ୍ଡୁରୁ ଭାରତକୁ ଉଡିଠି ବିମାନ । 

New Project (8)

ଅନ୍ୟପଟେ ନୂଆ ମୋଡ଼ ନେଇଛି ନେପାଳ ରାଜନୀତି। ହିଂସା ଭିତରେ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଉଭୟ ଗତକାଲି ଇସ୍ତଫା ଦେଇ ସାରିଛନ୍ତିସ, ସେତେବେଳେ ଦେଶକୁ ଏବେ ସମ୍ଭାଳିବ କିଏ ? ଏ ପ୍ରସ୍ନ ଉଠୁଥିବା ବେଳେ ନୂଆ ନେତ୍ରୀଙ୍କୁ ସ୍ବାଗତ କରିଛି ନେପାଳ। ଦେଶରେ ଲାଗି ରହିଥିବା ସମସ୍ୟା ମଧ୍ୟରେ ଜେନ୍‌ ଜେଡ୍‌ ଆନ୍ଦୋଳନକାରୀମାନେ ଏକ ଭର୍ଚୁଆଲ୍‌ ବୈଠକ ଡାକିଥିଲେ। ଏହି ଅନ୍‌ଲାଇନ୍‌ ବୈଠକରେ ପ୍ରାୟ ୫୦୦୦ରୁ ଅଧିକ ଯୁବକ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକ‌ାଂଶ ଭୋଟ୍‌ ଗଲା ପୂର୍ବ ନ୍ୟାୟାଧୀଷ ସୁଶୀଳାଙ୍କ ଆଡ଼କୁ। ସର୍ବସମ୍ମତିକ୍ରମେ ସେ ହିଁ ଏବେ ଦେଶର ଦାୟିତ୍ବ ତୁଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe