ରାଜସ୍ଥାନର ୮ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ, ମହାରାଷ୍ଟ୍ରରେ ଫେରିପାରେ ଲକ୍‌ଡାଉନ୍‌

Advertisment
ରାଜସ୍ଥାନର ୮ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ, ମହାରାଷ୍ଟ୍ରରେ ଫେରିପାରେ ଲକ୍‌ଡାଉନ୍‌

Free Press Journal

ଜୟପୁର : ରାଜସ୍ଥାନରେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୮ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ଗତକାଲି ରାତିଠାରୁ ଏହାକୁ ତୁରନ୍ତ ଲାଗୁ କରାଯାଇଛି। ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଆଜେମେର, ଅଲୱାର ଏବଂ ଭିଲୱାରାର ସହରାଞ୍ଚଳରେ ବଜାର, ରେସ୍ତୋରାଁ, ସପିଂ ମଲ ଏବଂ ଅନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ। ଏହାପରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।

ତେବେ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବ୍ୟକ୍ତି, ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବ୍ୟକ୍ତି ଏବଂ ବସ, ଟ୍ରେନ ଓ ବିମାନରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ଏଥିରୁ ବାଦ୍ ଦିଆଯିବ। ତେବେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିମାନଙ୍କ ଠାରୁ ଜରିମାନା ବାବଦ ରାଶିକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ଉପରେ ମଧ୍ୟ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଥିବାରୁ ଆଗକୁ ପୁଣି ଲକ୍‌ଡାଉନ୍‌ ଲାଗୁ ହେବା ସମ୍ଭାବନା ରହିଛି। ମହାରାଷ୍ଟ୍ରରେ କରୋନାର ଦ୍ବିତୀୟ ଲହର ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe