Advertisment

ଦିଲ୍ଲୀରେ ଲାଗୁ ହେଲା ନାଇଟ କର୍ଫ୍ୟୁ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ

Advertisment
ଦିଲ୍ଲୀରେ ଲାଗୁ ହେଲା ନାଇଟ କର୍ଫ୍ୟୁ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୭ଲକ୍ଷ ୮୮ହଜାର ୨୨୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ତାଲିକାରେ ଏବେ ବି ମହାରାଷ୍ଟ୍ର ଆଗରେ ରହିଛି । ଅନ୍ୟପଟେ ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି | ଏପ୍ରିଲ ୩୦ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି |

ସୂଚନା ଥାଉ କି ଦିଲ୍ଲୀରେ ଦୁଇ ଦିନ ଧରି କରୋନା ପଜିଟିଭଙ୍କ ସଂଖ୍ୟା ୩୫୦୦ ଉପରେ ରହୁଥିବାରୁ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି | ତେବେ ରାତ୍ରିକାଳୀନ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବାରୁ ବାଦ ଦିଆଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe