photo-one india
ପୁଣେ: ମହାରାଷ୍ଟ୍ରର ପୁଣେ ସହରରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିଛନ୍ତି। ଶନିବାରଠାରୁ ସହରରେ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି। ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ରହିବ | ଆସନ୍ତା ଶୁକ୍ରବାର ଏହାର ସମୀକ୍ଷା କରାଯିବ। ଯଦି ଆବଶ୍ୟକ ପଡିବ ତେବେ ଲକଡାଉନ ବା ସଟଡାଉନ ବାବଦରେ ମଧ୍ୟ ନିଷ୍ପତ୍ତି ନିଆଯିବ |
ପୁଣେ ସହରରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ପୁଣେ ସହରର ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଆଉ ନୂଆ ନିଷ୍ପତ୍ତି ମୁତାବକ ସିନେମା ହଲ୍, ଥିଏଟର, ସର୍ବସାଧାରଣ ସ୍ଥାନ ୭ ଦିନ ପାଇଁ ବନ୍ଦ ରହିଛି। କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଥିବାବେଳେ ଅନ୍ତିମ ସଂସ୍କାର ଏବଂ ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ |
ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ, ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ବ୍ୟକ୍ତିଙ୍କୁ ଯୋଗ ଦେବାକୁ ଅନୁମତି ଦିଆଯାଇଛି | ସୂଚନା ମୁତାବକ ଗୁରୁବାର ଦିନ ମହାରାଷ୍ଟ୍ରରେ ୪୩୦୦୦ ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଏହି ସଂଖ୍ୟା ସାରା ଦେଶରେ ୮୧୦୦୦ ଅତିକ୍ରମ କରିଛି।
Follow Us