ଆଗାମୀ ପହିଲାରୁ ପଞ୍ଜାବରେ ରାତ୍ରକାଳୀନ କର୍ଫ୍ୟୁ, ଜାରି ହେଲା ଆହୁରି ଅନେକ କରୋନା କଟକଣା

Advertisment
ଆଗାମୀ ପହିଲାରୁ ପଞ୍ଜାବରେ ରାତ୍ରକାଳୀନ କର୍ଫ୍ୟୁ, ଜାରି ହେଲା ଆହୁରି ଅନେକ କରୋନା କଟକଣା

ଚଣ୍ଡିଗଡ଼: ମହାମାରୀ କରୋନା ଭାଇରସ୍‌ କମିବାର ନାଁ ଧରୁନାହିଁ। ଏହି କାରଣରୁ ପଞ୍ଜାବ ସରକାର ପୁଣି ଥରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଡିସେମ୍ବର ପହିଲାରୁ ପଞ୍ଜାବରେ ରାତ୍ର କର୍ଫ୍ୟୁ ଜାରି କରିବାର ନିଷ୍ପତ୍ତି ନେଇଛି ପ୍ରଶାସନ।

ଏହା ବ୍ୟତୀତ ମାସ୍କ ପିନ୍ଧିବା ନେଇ ମଧ୍ୟ କଟକଣା ଜାରି ହୋଇଛି। ମାସ୍କ ନପିନ୍ଧିଲେ ୧ ହଜାର ଟଙ୍କା ଜରିମାନା ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି କର୍ଫ୍ୟୁ ରାତି ୧୦ରୁ ନେଇ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ। ଅତି ବେଶିରେ ୧୫ ଦିନ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗି ରହିବ ବୋଲି ସୂଚନା ରହିଛି।

ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମ୍ରିନ୍ଦର ସିଂହ ଶୁକ୍ରବାର ରାତ୍ରୀ କର୍ଫ୍ୟୁ ସମେତ ରାଜ୍ୟରେ କରୋନା ଭାଇରସ୍‌ ପାଇଁ ଅନେକ ପ୍ରତିବନ୍ଧନ ଲଗାଇଛନ୍ତି। ସେ ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ଆବଶ୍ୟକୀୟ ପରିମାଣର ବେଡ୍‌ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେବା ସହ ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ତୁରନ୍ତ ଅଧିକ ଡାକ୍ତର ଓ ନର୍ସ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାବ୍ୟତୀତ ରାଜ୍ୟରେ ହୋଟେଲ୍‌, ରେଷ୍ଟୁରାଣ୍ଟ୍‌ ଓ ବିବାହ ମଣ୍ଡପ ଆଦି ସ୍ଥାନ ବନ୍ଦ ରହିବ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାତ୍ର କର୍ଫ୍ୟୁ ଜାରି କରିବାରେ ପଞ୍ଜାବ ହେଉଛି ଷଷ୍ଠ ରାଜ୍ୟ। ତାପୂର୍ବରୁ ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜୁରାଟ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ରାତ୍ର କର୍ଫ୍ୟୁ ଜାରି ହୋଇସାରିଛି। ସ୍ତରୀୟ ରାଜ୍ୟ କୋଭିଡ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe