ଲଦାଖରେ ହେବ ‘ରାତ୍ରି ଆକାଶ ସଂରକ୍ଷଣାଳୟ’

Advertisment
ଲଦାଖରେ ହେବ ‘ରାତ୍ରି ଆକାଶ ସଂରକ୍ଷଣାଳୟ’

Asian News Channel

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଏକ ‌ପ୍ରେସ୍ ରିଲିଜ୍‌ରୁ ଜଣାପଡ଼ିଛି ଯେ ସରକାର ଲଦାଖରେ ଦେଶର ପ୍ରଥମ ‘ରାତ୍ରି ଆକାଶ ସଂରକ୍ଷଣାଳୟ’ (ନାଇଟ୍ ସ୍କାଏ ସାଙ୍କଚୁଆରି) ନିର୍ମାଣ କରିବାକୁ ଯାଉଛନ୍ତି। ରାତ୍ରି ଆକାଶ ବିଭିନ୍ନ ଆଲୋକ ଦ୍ବାରା ପ୍ରଦୂଷିତ ହେଉଛି। ଆମେ ଆଉ ରାତ୍ରିରେ ଆକାଶକୁ ଚାହିଁ ଗ୍ରହନକ୍ଷତ୍ର ଆଦି ଠିକ୍ ଭାବରେ ଦେଖିପାରୁ ନାହୁଁ । ଏହି ଅଭାବକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଲଦାଖର ହାନଲେଠାରେ ଏପରି ଏକ ‘ଅନ୍ଧକାର ଆକାଶ ସଂରକ୍ଷଣାଳୟ’ ନିର୍ମାଣ କରିବାକୁ ଯାଉଛନ୍ତି।

ହାନଲେ ଏକ ଐତିହାସିକ ଗାଁ, ଯାହା ହେବାକୁ ଯାଉଛି ବିଶ୍ବର ଅନ୍ୟତମ ଉଚ୍ଚତମ ଟେଲିସ୍କୋପ୍ ସାଇଟ୍। ଏହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଦ୍ବାରା ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଉନ୍ନତିରେ ମଧ୍ୟ ସହାୟକ ହେବ। ଲଦାଖ ଉପରାଜ୍ୟପାଳ ଆର୍‌କେ ମାଥୁର ଏବଂ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଡ ଜିତେନ୍ଦ୍ର ସିଂହଙ୍କ ମଧ୍ୟରେ ଦିଲ୍ଲୀରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ଶେଷ ସୁଦ୍ଧା ବୈଜ୍ଞାନିକଙ୍କ ଏକ ଦଳ ଲଦାଖ ଯାଇ ପ୍ରକଳ୍ପ ବାବଦରେ କାର୍ଯ୍ୟାରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe