Image Courtesy of India Today
ମୁମ୍ବାଇ: ‘ଟୁଲ୍କିଟ୍’ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତା ମୁମ୍ବାଇର ଓକିଲ ନିକିତା ଜାକୋବ୍ଙ୍କୁ ମୁମ୍ବାଇ ହାଇକୋର୍ଟ ୩ ସପ୍ତାହ ନିମନ୍ତେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି।
ତାଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ‘ଟୁଲ୍କିଟ୍’ ମାମଲାରେ ପୁଲିସ ଦାଏର କରିଥିବା ‘ଏଫ୍ଆଇଆର୍’ ବିପକ୍ଷରେ ୩ ସପ୍ତାହ ନିମନ୍ତେ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି।
ଯଦି ଗିରଫ ହୁଅନ୍ତି ୨୫୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଦାଖଲ କରି ନିକିତା ଜାକୋବ୍ ମୁକୁଳି ପାରିବେ ବୋଲି ଅଦାଲତ କହିଛନ୍ତି।
Image Courtesy of Hindustan Timesଦିଲ୍ଲୀ ପୁଲିସ ତଦନ୍ତ ଚଳାଇଥିବା ‘ଟୁଲ୍କିଟ୍’ ମାମଲାରେ ତିନି ପ୍ରମୁଖ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନିକିତା ଜାକୋବ୍। ଅଭିଯୁକ୍ତାଙ୍କ ମଧ୍ୟରୁ ଜଳବାୟୁ ସଂକ୍ରାନ୍ତ ସାମାଜିକକର୍ମୀ ୨୧ ବର୍ଷୀୟ ଦିଶା ରବିଙ୍କୁ ଦିଲ୍ଲୀ ପୁଲିସ ଗତ ସପ୍ତାହରେ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତା ଓକିଲ ନିକିତା ଜାକୋବ୍ ଏବଂ ଇଞ୍ଜିନିୟର୍ ଶାନ୍ତନୁ ମୁଲୁକଙ୍କ ବିରୋଧରେ ଜାମିନବିହୀନ ଗିରଫ ପର୍ଓ୍ଵାନା ଜାରି କରାଯାଇଥିଲା। ସେମାନେ କୃଷକମାନଙ୍କ ପ୍ରତିବାଦ ସମ୍ବନ୍ଧୀୟ ଏହି ‘ଟୁଲ୍କିଟ୍’ର ପ୍ରସ୍ତୁତି ଓ ପ୍ରସାରଣ କରିଥିଲେ ଯାହାକୁ ପରେ ଗ୍ରେଟା ଟୁନ୍ବେରି ସେୟାର୍ କରିଥିଲେ।
ଦିଶା ରବି ଗିରଫ ହେବା ପରେ ପରେ କେନ୍ଦ୍ରୀୟ ମହାରାଷ୍ଟ୍ରର ଶାନ୍ତନୁ ମୁଲୁକ ଏବଂ ନିକିତା ଜାକୋବ୍ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ନିବେଦନ କରିଥିଲେ।
Follow Us