ନିକିତା ତୋମର ହତ୍ୟା ମାମଲା : ଦୋଷୀଙ୍କୁ ଆଜୀବନ ଜେଲ୍‌

ନିକିତା ତୋମର ହତ୍ୟା ମାମଲା : ଦୋଷୀଙ୍କୁ ଆଜୀବନ ଜେଲ୍‌

OpIndia

ଚଣ୍ଡିଗଡ଼ : ହରିୟାଣାର ନିକିତା ତୋମର ହତ୍ୟା ମାମଲାରେ ଦୋଷୀ ତୌସିଫ୍‌ ଏବଂ ରେହନ୍‌ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଫରିଦାବାଦ୍‌ର ଫାଷ୍ଟ ଟ୍ରାକ୍‌ କୋର୍ଟ ତୌସିଫ୍‌ ଏବଂ ରେହନ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଲେଖାଏଁ ଜରିମାନା କରିଛନ୍ତି। ଗତ ବୁଧବାର କୋର୍ଟ ଉକ୍ତ ୨ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଅନ୍ୟପକ୍ଷେ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଆଝାରୁଦ୍ଦିନ୍‌ ଦୋଷମୁକ୍ତ ହୋଇଛି। ଗତବର୍ଷ ଅକ୍ଟୋବର ୨୬ରେ ନିକିତା ତୋମରଙ୍କୁ ତାଙ୍କ କଲେଜ୍‌ ବାହାରେ ତୌସିଫ୍‌ ଏବଂ ତା’ ସହଯୋଗୀ ରେହନ୍‌ ଗୁଳି କରି ହତ୍ୟା କରିଥିଲେ। ତୌସିଫ୍‌ ନିକିତାଙ୍କୁ ବିବାହ କରିବାପାଇଁ ବାଧ୍ୟ କରିଥିଲା ଏବଂ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲା। ତେବେ ନିକିତା ଏହାର ବିରୋଧ କରିବାରୁ ତୌସିଫ୍‌ ତାଙ୍କୁ ହତ୍ୟା କରିଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe