ମୋଦୀଙ୍କ ଭାଷଣକୁ ବର୍ଜନ କରିଥିବା ସାଂସଦଙ୍କ ଉପରେ ବର୍ଷିଲେ ନିକି ହାଲି

ମୋଦୀଙ୍କ ଭାଷଣକୁ ବର୍ଜନ କରିଥିବା ସାଂସଦଙ୍କ ଉପରେ ବର୍ଷିଲେ ନିକି ହାଲି

Moneycontrol

ନୂଆଦିଲ୍ଲୀ: ଆମେରିକା କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ବର୍ଜନ କରିଥିବା ନେତାମାନଙ୍କ ଉପରେ ରିପବ୍ଲିକାନ ନେତ୍ରୀ ନିକି ହାଲି ବର୍ଷିଛନ୍ତି। ପ୍ରଗତିଶୀଳ ଡେମୋକ୍ରାଟ ଯେଉଁମାନେ ଭାଷଣ ବର୍ଜନ କରିଥିଲେ ସେମାନଙ୍କୁ କହିଥିଲେ ସେମାନେ ଭାରତରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ ବର୍ଜନ କରୁଛନ୍ତି କିନ୍ତୁ ପାଲେଷ୍ଟାନୀୟ ଆତଙ୍କବାଦୀ ଏବଂ ସୋସିଆଲିଷ୍ଟ ଏକଛତ୍ରବାଦୀଙ୍କ ସପକ୍ଷରେ ରହୁଛନ୍ତି।

ଏହା ଲଜ୍ଜିତ କଥା ବୋଲି ନିକି ଟ୍ବିଟ କରିଛନ୍ତି। ଭାରତରେ ଅସନ୍ତୁଷ୍ଟ ଏବଂ ସଂଖ୍ୟାଲଘୁ ବା ବିଶେଷକରି ମୁସଲମାନଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ଆଣି କଂଗ୍ରେସର ‌କିଛି ସଦସ୍ୟ ମୋଦିଙ୍କ ଭାଷଣକୁ ବର୍ଜନ କରିଛନ୍ତି। ଆମେରିକାର ସିନେଟ ସଦସ୍ୟ ବର୍ନି ସାଣ୍ଡର୍ସ କହିଥିଲେ ମୋଦୀଙ୍କ ଆକ୍ରମଣାତ୍ମ ହିନ୍ଦୁ ଜାତୀୟତାବାଦ ଭାରତର ଧାର୍ମିକ ସଂଖ୍ୟାଲଘୁଙ୍କ ପାଇଁ କମ୍ ସୁଯୋଗ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe