ବଜେଟ୍‌ ଅଭିଭାଷଣରେ ନୀଳାଚଳ ଇସ୍ପାତ

ଜାତୀୟ ଜନଜାତି ଆୟୋଗରେ ନୀଳାଚଳ ଶୁଣାଣି: ଅଭିଯୋଗକାରୀଙ୍କ ବାଦ୍ କେହି ହାଜର ହେଲେନି

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍‌ ଅଭିଭାଷଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନେଇ ସୂଚନା ଦେଇଛନ୍ତି। ଏହା ବାଦ୍‌ ନିର୍ମଳା ତାଙ୍କ ଅଭିଭାଷଣରେ ଓଡ଼ିଶା ସଂପର୍କରେ ଅନ୍ୟ କୌଣସି ପ୍ରସଙ୍ଗ ଉଲ୍ଲେଖ କରିନଥିଲେ। କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ ବେଳେ ରାଜ୍ୟମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଘୋଷଣା କରାଯିବାର ବ୍ୟବସ୍ଥା ନଥିବା ବେଳେ ଅନେକ ସମୟରେ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପମାନଙ୍କ ପ୍ରସଙ୍ଗରେ ସଂପୃକ୍ତ ରାଜ୍ୟମାନଙ୍କ ନାମ ଉଲ୍ଲେଖ କରାଯିବାର ବହୁ ଉଦାହରଣ ରହିଛି।

ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ ପାଳିରେ ୨୦୧୪-୧୫, ୨୦୧୫-୧୬ ଓ ୨୦୧୭-୧୮ ସାଧାରଣ ବଜେଟ୍‌ରେ ଓଡ଼ିଶା ସଂପର୍କିତ କେତେକ ଘୋଷଣା କରାଯାଇଥିଲା। ୨୦୧୪-୧୫ ବଜେଟ୍‌ରେ ଓଡ଼ିଶାରେ ଆଇଆଇଏମ୍‌ ତଥା ୨୦୧୫-୧୬ ବଜେଟ୍‌ରେ ଇନଷ୍ଟିଚ୍ୟୁଟ୍‌ ଅଫ ସାଇନ୍ସ ସ୍ଥାପନ ଘୋଷଣା କରାଯାଇଥିଲା। ୨୦୧୭-୧୮ ବଜେଟ୍‌ରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ବ୍ୟୟ ବରାଦ ଘୋଷଣା କରାଯାଇଥିଲା। ଏହା ବାଦ୍‌ ୨୦୧୭-୧୮ ବଜେଟରେ ମଧ୍ୟ ଚଣ୍ଡିଖୋଲରେ ଏକ ଅଶୋଧିତ ତୈଳ ଭଣ୍ଡାର ସ୍ଥାପନ ପାଇଁ ମଧ୍ୟ ଘୋଷଣା କରାଯାଇଥିଲା‌। ‌ହେଲେ ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ଉପସ୍ଥାପିତ ବଜେଟ୍‌ ଭାଷଣରେ ଓଡ଼ିଶା ପ୍ରସଙ୍ଗରେ କିଛି ଘୋଷଣା କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe